________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
୧୯ ସେମାନେ ଗରୁଡ଼ ପୁରାଣରେ ଯାଆନ୍ତି, ଅର୍ଥାତ ଶାନ୍ତ କରିବାର ରାସ୍ତା ଅଟେ ଏସବୁ ।
। ସେସବୁ ବା-ବା ପାଇଁ ପ୍ରଶ୍ନକର୍ତ୍ତା : ଏ ମୃତ୍ୟୁ ପରେ ବାରଦିନିଆ କରନ୍ତି, ତେରଦିନିଆ କରନ୍ତି, କଂସାବାସନ ବାଣ୍ଟନ୍ତି, ଭୋଜି କରନ୍ତି, ତାହାର ମହତ୍ୱ କେତେ ଅଛି ?
ଦାଦାଶ୍ରୀ : ତାହା ଅନିବାର୍ଯ୍ୟ ବସ୍ତୁ ନୁହେଁ । ତାହା ତ ପଛରେ ବାବା ପାଇଁ କରାନ୍ତି । ଆଉ ଯଦି ଖର୍ଚ୍ଚ ନକରେ ନା ତେବେ ଲୋଭୀ ହୋଇ ଚାଲିଥାଏ, ଦୁଇ ହଜାର ଟଙ୍କା ଦେଇଥିବ ତେବେ ଖୁଆ-ପିଆ କରେ ନାହି ଆଉ ଦୁଇ ହଜାର ପଛରେ ପଇସା ଜୋଡ଼ି ଚାଲିଥାଏ । ଏଣୁ ଏପରି ଯଦି ଖର୍ଚ୍ଚ କରେ ତେବେ ପୁଣି ମନ ଶୁଦ୍ଧ ହୋଇଯାଏ ଏବଂ ଲୋଭ ବଢ଼େ ନାହିଁ । କିନ୍ତୁ ତାହା ଅନିବାର୍ଯ୍ୟ ବସ୍ତୁ ନୁହେଁ । ପାଖରେ ଅଛି ତେବେ କର, ନଥିବ ତେବେ କିଛି କଥା ନାହିଁ ।
। ଶ୍ରାଦ୍ଧର ସଠିକ ସମଝ ପ୍ରଶ୍ନକର୍ତ୍ତା : ଏ ଶ୍ରାଦ୍ଧରେ ପିତୃପୁରୁଷ ମାନଙ୍କୁ ଯେଉଁ ଆହ୍ବାନ ହୁଏ, ତାହା ଠିକ ଅଟେ ? ସେହି ସମୟରେ ଶ୍ରାଦ୍ଧ ପକ୍ଷରେ ପିତୃ ଆସନ୍ତି ? ଆଉ କାଉକୁ ଭୋଜନ ଖୁଆନ୍ତି, ତାହା କ’ଣ ?
। ଦାଦାଶ୍ରୀ : ଏପରି ଅଟେ, ଯଦି ପୁଅ ସାଙ୍ଗରେ ସମ୍ବନ୍ଧ ଥିବ ତେବେ ଆସିବ । ସାରା ସମ୍ବନ୍ଧ ପୁରା ହୁଏ, ତାହା ପରେ ତ ଦେହ ଛୁଟେ । ଘରବାଲାଙ୍କ ସହିତ କୌଣସି ପ୍ରକାରର ସମ୍ବନ୍ଧ ରହିଲା ନାହିଁ, ସେଥିପାଇଁ ଏ ଦେହ ଛୁଟିଯାଏ । ପରେ କେହି ମିଳେ ନାହିଁ । ପରେ ନୂଆ ସମ୍ବନ୍ଧ ଯଦି ବନ୍ଧା ହୋଇଥିବ, ତେବେ ପୁଣି ଜନ୍ମ ହୁଏ ସେଠାରେ, ବାକି କେହି ଆସନ୍ତି ନାହିଁ । ପିତୃ କାହାକୁ କହିବା ? ପୁଅକୁ କହିବା ନା ବାପକୁ କହିବା ? ପୁଅ ପିତୃ ହେବାର ଅଛି ଆଉ ବାପ ବି ପିତୃ ହେବାର ଅଛି ଆଉ
ଜେଜ ବି ପିତୃ ହେବାର ଅଛି, କାହାକୁ କହିବା ପିତୃ ? | ପ୍ରଶ୍ନକର୍ତ୍ତା : ମନେ ପକାଇବା ପାଇଁ ହିଁ ଏ କ୍ରିୟା ସବୁ ରଖାଯାଇଛି, ଏପରି ନା ?