________________
୧୮
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ପ୍ରଶ୍ନକର୍ତ୍ତା : ଦାଦାଜୀ, ଏବେ ତ ଅନେକ ଲୋକ ଏପରି କହୁଛନ୍ତି, ବ୍ରାହ୍ମଣକୁ କହି ଦିଅନ୍ତି ଯେ ତୁ ସବୁ ନେଇ ଆସିବୁ ଆଉ ମୁଁ ନିର୍ଦ୍ଧାରିତ ପଇସା ଦେଇ ଦେବି ।
। ଦାଦାଶ୍ରୀ : ତାହା ତ ଆଜି ନୁହେଁ, କେତେ ବର୍ଷରୁ କରୁଛନ୍ତି । ନିର୍ଦ୍ଧାରିତ ପଇସା ଦେଇ ଦେବି, ତୁ ନେଇ ଆସିବୁ । ଆଉ ସେ ଅନ୍ୟର ଦିଆ ହୋଇଥିବା ଖଟିଆ ଥାଏ ତାହା ନେଇ ଆସେ ! କୁହ ଏବେ ! ତଥାପି ଲୋକଙ୍କୁ ମାନିବାକୁ ହେଉ ନାହିଁ, ତଥାପି ଗାଡ଼ି ତ ସେମିତି ଚାଲୁ ହିଁ ରହିଛି । ଜୈନ ଏପରି କରନ୍ତି ନାହିଁ । ଜୈନ ବଡ଼ ପକ୍କା ଅଟନ୍ତି, ଏମିତି-ସେମିତି କରନ୍ତି ନାହିଁ । ଏମିତି-ସେମିତି କିଛି ନାହିଁ ମଧ୍ୟ । ଏଠୁ ଆମ୍ବା ବାହାରିଲା, ତେବେ ସିଧା ତା’ ଗତିରେ ଯାଏ, ଯୋନି ପ୍ରାପ୍ତ ହୋଇଯାଏ ।
। ମରିବାବାଲାକୁ ନାହିଁ କିଛି ନେବା-ଦେବା
ପ୍ରଶ୍ନକର୍ତ୍ତା : ମରିବାବାଲା ପଛରେ କିଛି ଭଜନ-କୀର୍ତ୍ତନ କରିବା କଥା ନା ନୁହେଁ ? ତାହାଦ୍ଵାରା କ’ଣ ଫାଇଦା ହୋଇଥାଏ ?
ଦାଦାଶ୍ରୀ : ମରିବାବାଲାକୁ କିଛି ନେବା-ଦେବା ନାହିଁ ।
ପ୍ରଶ୍ନକର୍ତ୍ତା : ତେବେ ପୁଣି ଏ ଆମର ଧାର୍ମିକ ବିସବୁ ଅଛି, ମୃତ୍ୟୁ ସମୟରେ ଯେଉଁ ସବୁ ବି କରାଯାଏ, ତାହା ଠିକ ଅଟେ ନା ନୁହେଁ ? । ଦାଦାଶ୍ରୀ : ଏଥିରେ ଏକ ଅକ୍ଷର ବି ସତ୍ୟ ନାହିଁ । ଏ ତ ସେ ଗଲେ, ମାନେ ଗଲେ । ଲୋକେ ନିଜକୁ ନିଜେ କରନ୍ତି ଆଉ ଯଦି ଏପରି କହିବା ଯେ ନିଜ ପାଇଁ କର ନା ! ତେବେ କୁହନ୍ତି, ‘ନା ଭାଇ, ଫୁରସତ୍ ନାହିଁ ମୋତେ ।’ ଯଦି ପିତାଜୀଙ୍କ ପାଇଁ କରିବା ପାଇଁ କହିବା, ତେବେ ବି କରିବେ ନାହିଁ ଏପରି ଅଟନ୍ତି ଏମାନେ । କିନ୍ତୁ ପଡ଼ୋଶୀ କୁହନ୍ତି, “ ଆରେ ମୁଖି, ତୋ ବାପର କର, ତୋ ବାପର କର !’ ତାହା ତ ପଡ଼ୋଶୀ ମାରି-ପିଟି କରାନ୍ତି !
ପ୍ରଶ୍ନକର୍ତ୍ତା : ତେବେ ଏ ଗରୁଡ଼ ପୁରାଣ ବସାନ୍ତି, ତାହା କ’ଣ ? ଦାଦାଶ୍ରୀ : ସେ ଗରୁଡ଼ ପୁରାଣ ତ, ସେମାନେ ଯେଉଁମାନେ କାନ୍ଦୁଥାନ୍ତି ନା,