________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
। ଜୀବ ଭଟକେ ତେର ଦିନ ? - ପ୍ରଶ୍ନକର୍ତ୍ତା : ମୃତ୍ୟୁ ପରେ ତେର ଦିନର ରେସ୍ଟହାଉସ୍ ହୋଇଥାଏ, ଏପରି କୁହାଯାଏ ?
ଦାଦାଶ୍ରୀ : ତେର ଦିନର ତ ଏହି ବ୍ରାହ୍ମଣମାନଙ୍କୁ ହୋଇଥାଏ । ମରିବା ବାଲାକୁ କ’ଣ ? ସେ ବ୍ରାହ୍ମଣ ଏପରି କୁହନ୍ତି ଯେ ରେହାଉସ୍ ଚାଲିଛି । ଏ ଘର ଉପରେ ବସି ରହିବ, ଆଙ୍ଗୁଳି ଯେତିକି, ଆଉ ଦେଖୁଥବ । ଆରେ ମୁଖି, ଦେଖୁଥାଏ କ’ଣ ପାଇଁ ? କିନ୍ତୁ ଦେଖି ତାଙ୍କର ତୋଫାନ, ଦେଖ ତୋଫାନ ! ଏତିକି ଆଙ୍ଗୁଳି ଯେତିକି ହିଁ ଅଟେ, କୁହନ୍ତି, ଆଉ ଟାଇଲି ଉପରେ ବସି ରହିଥାଏ । ଆଉ ଆମ ଲୋକେ ସତ ମାନନ୍ତି, ଆଉ ଏପରି ସତ ନ ମାନନ୍ତେ, ତେବେ ତେରଦିନିଆ କରନ୍ତେ ନାହିଁ ଏ ଲୋକେ । ନହେଲେ ଏ ଲୋକେ ତେରଦିନିଆ ଇତ୍ୟାଦି କିଛି ବି କରନ୍ତେ ନାହିଁ ।
ପ୍ରଶ୍ନକର୍ତ୍ତା : ଗରୁଡ଼ ପୁରାଣରେ ଲେଖା ଅଛି ଯେ ଆମ୍ବା ଆଙ୍ଗୁଳି ଯେତିକି ହିଁ ଅଟେ ।
ଦାଦାଶ୍ରୀ : ହଁ, ତାହାର ନାଁ ହିଁ ଗରୁଡ଼ ପୁରାଣ ଅଟେ ନା ! ପୁରୁଣା ଅଟେ । ଆଙ୍ଗୁଳି ଯେତିକି ଆମ୍ବା, ସେଥିପାଇଁ ପ୍ରାପ୍ତି ହେଉ ନାହିଁ ନା ଏବଂ ଦିନ ସରୁ ନାହିଁ । ଶୁକ୍ରବାର ସରୁ ନାହିଁ । ଏଭୀ ଡେ ଫ୍ରାଇଡେ ! କରିବାକୁ ଗଲେ ସାଇଣ୍ଟିଫିକ, ହେତୁ ସାଇଣ୍ଟିଫିକ୍ ଥିଲା, କିନ୍ତୁ ଥିଙ୍କିଙ୍ଗ୍( ଚିନ୍ତାଧାରା) ସବୁ ବିଗିଡ଼ି ଗଲା । ଏ ଲୋକେ ସେହି ନାଁରେ କ୍ରିୟାସବୁ କଲେ ଆଉ କ୍ରିୟା କରିବା ପୂର୍ବରୁ ବ୍ରାହ୍ମଣକୁ ଦାନ ଦେଉଥିଲେ । ସେତେବେଳେ ଦାନ କରିବା ଯୋଗ୍ୟ ହିଁ ବ୍ରାହ୍ମଣ ଥିଲେ । ସେ ବ୍ରାହ୍ମଣଙ୍କୁ ଦାନ ଦେଲେ ପୁଣ୍ୟ ବନ୍ଧା ହେଉଥିଲା । ଏବେ ତ ଏ ସବୁ ଜର୍ଜରିତ ହୋଇଗଲାଣି । ବ୍ରାହ୍ମଣ ଏଠାରୁ ପଲଙ୍କ ନେଇଯାନ୍ତି, ତାହାର ସୌଦା ପୂର୍ବରୁ କରା ହୋଇଥାଏ ଯେ ବାଇଶି ଟଙ୍କାରେ ତୋତେ ଦେବି । ଗଦିର ସୌଦା କରା ହୋଇଥାଏ, ଚାଦରର ସୌଦା କରା ହୋଇଥାଏ। ଆମେ ଅଲଗା ସବୁ ଦିଅନ୍ତି, କପଡ଼ା ସାଧନ ଇତ୍ୟାଦି ସବୁ, ତାହା ମଧ୍ୟ ବିକି ଦିଅନ୍ତି ସମସ୍ତେ । ଏମିତିରେ ସେଠି କିଭଳି ସବୁ ଆମ୍କୁ ପହଞ୍ଚବ, ମାନିନେଲେ ଲୋକେ ?