________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ପଶୁ ଅବତାର ମିଳିବାକୁ ଅଛି ।
ବିଗତ ଜନ୍ମର ବିସ୍ମତି ପ୍ରଶ୍ନକର୍ତ୍ତା : ଆମକୁ ବିଗତ ଜନ୍ମର ସ୍ମରଣ କାହିଁକି ରହୁ ନାହିଁ ଆଉ ଯଦି ସ୍ମରଣ ରହିବ ତେବେ କ’ଣ ହେବ ?
। ଦାଦାଶ୍ରୀ : ତାହା କାହାକୁ ସ୍ମରଣ ରୁହେ ନା ଯାହାକୁ ମରିବା ସମୟରେ ତିଳେ ମାତ୍ର ବି ଦୁଃଖ ହୋଇ ନଥିବ ଆଉ ଏଠି ଭଲ ଆଚାର-ବିଚାରବାଲା ହୋଇଥିବ, ତେବେ ତା’କୁ ସ୍ମରଣ ରୁହେ । କାରଣ ଏହା ଯେ ମାତୃଗର୍ଭରେ ତ ଅପାର ଦୁଃଖ ହୁଏ। କିନ୍ତୁ ଏ ଦୁଃଖ ସହିତ ଅଲଗା ବି ଦୁଃଖ ଥାଏ- ମରିବା ସମୟର; ଏ ଦୁହେଁ ଥାଆନ୍ତି ।
ସେଥିପାଇଁ ପୁଣି ସେ ବେଭାନ୍ ବେହୋସ୍) ହୋଇଯାଏ ଦୁଃଖ ଯୋଗୁଁ, ଏଣୁ ସ୍ମରଣ ରହେ ନାହିଁ ।
। ଅନ୍ତ ସମୟରେ ପୁଟୁଳି ସଜାଡ଼େ ନା... ଜଣେ ଅଶୀ ବର୍ଷର ଚାଚା ଥିଲେ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମୁଁ ଜାଣିଥିଲି ଯେ ଇଏ ଦୁଇ-ଚାରି ଦିନରେ ଯିବେ ଏଠୁ, ତଥାପି ମୋତେ କହୁଛନ୍ତି ‘ସେ ଚନ୍ଦୁଲାଲ ତ ମୋତେ ଏଠାକୁ ଭେଟିବାକୁ ବି ଆସୁ ନାହିଁ । ମୁଁ କହିଲି ‘ଚନ୍ଦୁଲାଲ ତ ଆସିକି ଗଲେଣି ।’ ତେବେ କୁହନ୍ତି ସେ ନଗୀନଦାସର କ’ଣ ?’ ବିଛଣାରେ ପଡ଼ି-ପଡ଼ି ନୋଧ କରୁଥାନ୍ତି ଯେ କିଏ-କିଏ ଭେଟିବାକୁ ଆସୁଛନ୍ତି । ଆରେ, ନିଜ ଶରୀରର ଧାନ ରଖି ନା ! ଏଇ ଦୁଇ-ଚାରି ଦିନରେ ତ ଚାଲିଯିବୁ । ପ୍ରଥମେ ତୁ ନିଜ ପୁଟୁଳି ସମ୍ଭାଳେ । ତୋର ଏଠୁ ନେଇ ଯିବାକୁ ଥିବା ପୁଟୁଳି ତ ଜମା କର । ଏ ନଗୀନଦାସ ଆସିଲା ନାହିଁ ତେବେ ତା’ର କ’ଣ କରିବା ?
। ଜ୍ବର ଆସିଲା ଆଉ ଠପ୍ ବୁଢ଼ା ଚାଚା ଅସୁସ୍ଥ ଥିବେ ଆଉ ତୁମେ ଡାକ୍ତରଙ୍କୁ ଡାକିଲ, ସବୁ ଚିକିତ୍ସା କରାଇଲ, ତଥାପି ଚାଲିଗଲେ । ପରେ ଶୋକ ପ୍ରଦର୍ଶନ କରିବାବାଲା ଥାଆନ୍ତି ନା, ସେମାନେ ଆଶ୍ବାସନା ଦେବାକୁ ଆସନ୍ତି । ପୁଣି ପଚାରନ୍ତି, “କ'ଣ ହୋଇଥିଲା ଚାଚାଙ୍କୁ ?”