________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
ତେବେ ତୁମେ କୁହ ଯେ ‘ଅସଲରେ ମ୍ୟାଲେରିଆ ପରି ଲାଗୁଥିଲା, କିନ୍ତୁ ପୁଣି ଡାକ୍ତର କହିଲା ଯେ ଏହା ତ ଫ୍ଲୁ ପରି ଅଟେ !’ ସେମାନେ ପଚାରିବେ ଯେ କେଉଁ ଡାକ୍ତରକୁ ଡାକିଥିଲ ? ତୁମେ କୁହ ଯେ ସେ ଅମକକୁ । ତେବେ କହିବେ, ‘ତୁମର ବୁଦ୍ଧି ନାହିଁ । ସେ ଡାକ୍ତରକୁ ଡାକିବାର ଆବଶ୍ୟକତା ଥିଲା ।’ ପରେ ଅନ୍ୟ ଜଣେ ଆସି ତୁମକୁ ଗାଳି କରିବ, ‘ଏଭଳି କରିବା ଦରକାର ନା ! ଏମିତି ମୁର୍ଖଙ୍କ ପରି କାମ କରୁଛ ?’ ଅର୍ଥାତ ସାରାଦିନ ଲୋକେ ଗାଳି କରୁଥାନ୍ତି ! ଏଣୁ ଏ ଲୋକେ ତ ଓଲଟା ଚଢ଼ି ଯାଆନ୍ତି, ତୁମ ସରଳତାର ଲାଭ ଉଠାନ୍ତି । ସେଥିପାଇଁ ମୁଁ ତୁମକୁ କ’ଣ ବୁଝାଏ ଯେ ଲୋକେ ଯେବେ ପରଦିନ ପଚାରିବାକୁ ଆସିବେ ତେବେ ତୁମକୁ କ’ଣ କହିବା ଉଚିତ ନା, ‘ଭାଇ, ଚାଚାଙ୍କୁ ଟିକେ ଜ୍ଵର ଆସିଲା ଆଉ ଠପ୍ ହୋଇଗଲେ, ଆଉ କିଛି ହୋଇ ନଥିଲା ।’ ସାମ୍ନାବାଲା ପଚାରିଲେ ଏତିକି ହିଁ ଜବାବ । ଆମକୁ ବୁଝିନେବା ଉଚିତ ଯେ ବିସ୍ତାର ରୂପେ କହିବାକୁ ଯିବା ତେବେ ଝଝଟ୍ ହେବ । ତାହା ଅପେକ୍ଷା ତ, ରାତିରେ ଜ୍ଵର ଆସିଲା ଆଉ ସକାଳେ ଠପ୍ ହୋଇଗଲେ, କହିବା ତେବେ କୌଣସି ଝଝଟ୍ ହିଁ ନାହିଁ
ନା !
ସୃଜନଙ୍କ ଅନ୍ତିମ ସମୟରେ ଦେଖାଶୁଣା
ପ୍ରଶ୍ନକର୍ତ୍ତା : କେଉଁ ସ୍ଵଜନଙ୍କ ଅନ୍ତକାଳ ପାଖେଇ ଆସିଥୁବା ତେବେ ତାଙ୍କ ପ୍ରତି ଆଖପାଖର ବନ୍ଧୁ-ପରିଜନଙ୍କ ବ୍ୟବହାର କିପରି ହେବା ଉଚିତ ?
ଦାଦାଶ୍ରୀ : ଯାହାଙ୍କର ଅନ୍ତକାଳ ପାଖେଇ ଆସିଥିବ, ତାଙ୍କୁ ତ ବହୁତ ଭଲ ଭାବରେ ସମ୍ଭାଳିବା ଉଚିତ । ତାଙ୍କର ପ୍ରତ୍ୟେକ ଶବ୍ଦକୁ ସମ୍ଭାଳିବା ଉଚିତ । ତାଙ୍କୁ ନାରାଜ ନ କରିବା ଉଚିତ । ସମସ୍ତେ ତାଙ୍କୁ ଖୁସି ରଖୁବା ଉଚିତ ଏବଂ ସେ ଯଦି ଓଲଟା କୁହନ୍ତି ତେବେ ମଧ୍ୟ ତୁମକୁ ସ୍ଵୀକାର କରିବା ଉଚିତ ଯେ ‘ତୁମର ଠିକ !’ ସେ କହିବେ ‘କ୍ଷୀର ଆଣ’ ତେବେ ତୁରନ୍ତ କ୍ଷୀର ଆଣି ଦେଇଦେବା । ସେତେବେଳେ ସେ କୁହନ୍ତି ‘ଏହା ତ ପାଣିଚିଆ ଅଟେ, ଅଲଗା ଆଣ !’ ତେବେ ତୁରନ୍ତ ଅଲଗା କ୍ଷୀର ଗରମ କରି ନେଇ ଆସିବା । ପରେ କୁହନ୍ତି ‘ଏହା ଶୁଦ୍ଧ-ଭଲ ଅଟେ ।’ କିନ୍ତୁ ତାଙ୍କୁ ଅନୁକୂଳ ଆସିବା ପରି କରିବା ଉଚିତ, ଏପରି ସବୁ କହିବା ଉଚିତ ।