________________
ପ୍ରତିକ୍ରମଣ
୪୩ । ପ୍ରଶ୍ନକର୍ତ୍ତା : ଏବେ କେବଳ ଶୁଦ୍ଧାମ୍ବାନୁଭବ ବ୍ୟତୀତ ଏହି ଜଗତର କୌଣସି ବି ବିନାଶୀ ଜିନିଷ ମୋତେ ଦରକାର ନାହିଁ, ତଥାପି ଚନ୍ଦୁଭାଇଙ୍କୁ ବାରମ୍ବାର ତନ୍ମୟାକାର ଅବସ୍ଥା ରହେ । ତେବେ ତାହା ସୂକ୍ଷ୍ମତର ଘର୍ଷଣ ହେଲା ନା ?
ଦାଦାଶ୍ରୀ : ତାହା ତ ସୂକ୍ଷ୍ମତମ କୁହାଯିବ ।
ପ୍ରଶ୍ନକର୍ତ୍ତା : ତେବେ ଏହି ଘର୍ଷଣକୁ ଟାଳିବାର ଉପାୟ କେବଳ ପ୍ରତିକ୍ରମଣ ହିଁ ଅଟେ ନା ଆଉ କିଛି ବି ଅଛି ?
ଦାଦାଶ୍ରୀ : ଅନ୍ୟ କୌଣସି ବି ହତିୟାର ନାହିଁ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦା, ଆମକୁ ପ୍ରତିକ୍ରମଣ କରିବାକୁ ପଡ଼ିବ, ତାହା ଆମର ଅହମ୍ କୁହାଯିବ ନାହିଁ ? | । ଦାଦାତ୍ରୀ : ନା, ଅର୍ଥାତ ତୁମକୁ ପ୍ରତିକ୍ରମଣ କରିବାର ନାହିଁ । ଚନ୍ଦୁଭାଇଙ୍କ ଦୋଷ ଅଟେ, ଶୁଦ୍ଧିମ୍ବା ତ କେବଳ ଜାଣେ । ଶୁଦ୍ଧିମ୍ବା ତ ଦୋଷ କରିନାହିଁ, ଏଣୁ ତା’କୁ କରିବାର ନାହିଁ । କେବଳ ଯିଏ ଦୋଷ କରିଛି ତା’କୁ, ଚନ୍ଦୁଭାଇ ପ୍ରତିକ୍ରମଣ କରିବେ । ଏବଂ ଅତିକ୍ରମଣରୁ ହିଁ ସଂସାର ଛିଡ଼ା ହୋଇଯାଇଛି । ଅତିକ୍ରମଣ କିଏ କରେ ? ଅହଂକାର ଏବଂ ବୁଦ୍ଧି ଦୁହେଁ ସାଥୀରେ ମିଶି ।।
୧୧. ପୁରୁଷାର୍ଥ, ପ୍ରାକୃତ ଦୁର୍ଗୁଣ ସାମ୍ନାରେ... । ରାଟ୍ ବିନା ତ ଜୀବନ ହିଁ ବିତି ନଥିବ କାହାର । ଯେପର୍ଯ୍ୟନ୍ତ ଜ୍ଞାନପ୍ରାପ୍ତ ହୁଏ । ନାହିଁ ସେପର୍ଯ୍ୟନ୍ତ ରାଗ ଏବଂ ଦ୍ବେଷ, କେବଳ ଏହି ଦୁଇ କରିଚାଲିଥାନ୍ତି । ତୃତୀୟ ଜିନିଷ କିଛି ହୁଏ ହିଁ ନାହିଁ । | ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦା, ଦ୍ବେଷ ତାହା ତ ରାଗ୍ ର ହିଁ ସନ୍ତାନ ଅଟେ ନା ?
ଦାଦାଶ୍ରୀ : ହଁ, ସେ ତାହାର ସନ୍ତାନ ଅଟେ, କିନ୍ତୁ ତାହାର ପରିଣାମ ଅଟେ, ସନ୍ତାନ ଅର୍ଥାତ ତାହାର ପରିଣାମ ଅଟେ । ରାଗ ଯଦି ଅଧୁକ ମାତ୍ରାରେ ହୁଏ ନା, ଯାହା ଉପରେ ରାଗ୍ କରନ୍ତି, ତାହା ଯଦି ଅତ୍ୟଧିକ ବଢ଼ିଯାଏ, ତେବେ ତା’ ଉପରେ ପୁଣି
ଦ୍ବେଷ ହୁଏ । କୌଣସି ବି ଜିନିଷ ଯଦି ତାହାର ସୀମାରୁ ବାହାରକୁ ଯାଏ ତେବେ ଆମକୁ ଅପ୍ରିୟ ଲାଗିବାକୁ ଲାଗିବ ଏବଂ ଅପ୍ରିୟ ଲାଗେ, ତାହାର ନାମ ଫ୍ରେଷ ! ବୁଝା ପଡ଼ିଲା ?
ପ୍ରଶ୍ନକର୍ତ୍ତା : ହଁ, ବୁଝା ପଡ଼ିଲା ।