________________
୪୨
ପ୍ରତିକ୍ରମଣ
ଦେଖନ୍ତି, କିନ୍ତୁ ମନରେ ଯଦି କିଞ୍ଚମାତ୍ର ବି ଦୋଷ ଦେଖନ୍ତି ତେବେ ତାହା ସୂକ୍ଷ୍ମତର ଘର୍ଷଣ ଅଟେ |
ପ୍ରଶ୍ନକର୍ତ୍ତା : ଆଉଥରେ କୁହନ୍ତୁ, ଠିକରେ ବୁଝି ହେଲାନାହିଁ ।
ଦାଦାଶ୍ରୀ : ଏ ଯେଉଁ ତୁମେ ସବୁଲୋକଙ୍କର ଦୋଷ ଦେଖୁଛ ନା ! ତାହା ସୂକ୍ଷ୍ମତର ଘର୍ଷଣ ।
ପ୍ରଶ୍ନକର୍ତ୍ତା : ଅର୍ଥାତ ଅନ୍ୟର ଦୋଷ ଦେଖିବା, ତାହା ସୂକ୍ଷ୍ମତର ଘର୍ଷଣ ? ଦାଦାଶ୍ରୀ : ଏପରି ନୁହେଁ, ନିଜେ ସ୍ଥିର କରିଥବ ଯେ ଅନ୍ୟର ଦୋଷ ଦେଖୁବାର ହିଁ ନାହିଁ ଆଉ ତଥାପି ଦୋଷ ଦେଖାଯାଏ, ତେବେ ତାହା ସୂକ୍ଷ୍ମତର ଘର୍ଷଣ । ଏପରି ଦୋଷ ତୁମକୁ ଜଣା ପଡ଼ିବା ଉଚିତ, କାରଣ ସେ ତ ଶୁଦ୍ଧାତ୍ମା ଅଟେ, ତଥାପି ତା’ର ଦୋଷ ଦେଖୁଛ ?
ପ୍ରଶ୍ନକର୍ତ୍ତା : ତେବେ ସେ ଯେଉଁ ମାନସିକ ଘର୍ଷଣ କହିଲେ ତାହା କ’ଣ ?
ଫରକ ?
ଦାଦାଶ୍ରୀ : ସେ ସବୁ ତ ସୂକ୍ଷ୍ମରେ ଗଲା ।
ପ୍ରଶ୍ନକର୍ତ୍ତା : ତେବେ ଏହି ଦୁହିଁଙ୍କ(ସୂକ୍ଷ୍ମ ଏବଂ ସୂକ୍ଷ୍ମତର) ମଧ୍ୟରେ କ’ଣ
ଦାଦାଶ୍ରୀ : ଏହା ତ ମନଠାରୁ ବି ଉପରର କଥା ।
ପ୍ରଶ୍ନକର୍ତ୍ତା : ମାନସିକ ଘର୍ଷଣ ଏବଂ ଯେଉଁ ଦୋଷ...
ଦାଦାଶ୍ରୀ : ତାହା ମାନସିକ ନୁହେଁ ।
ପ୍ରଶ୍ନକର୍ତ୍ତା : ଅର୍ଥାତ ଏହି ସୂକ୍ଷ୍ମତର ଘର୍ଷଣ ହୁଏ, ସେହି ସମୟରେ ସୂକ୍ଷ୍ମ ଘର୍ଷଣ ମଧ୍ଯ ସାଥୀରେ ଥାଏ ନା ?
ଦାଦାଶ୍ରୀ : ତାହା ଆମକୁ ଦେଖିବାର ନାହିଁ ! ସୂକ୍ଷ୍ମ ଅଲଗା ଥାଏ ଏବଂ ସୂକ୍ଷ୍ମତର ଅଲଗା ଥାଏ । ସୂକ୍ଷ୍ମତର ମାନେ ତ ଅନ୍ତିମ କଥା ।
ପ୍ରଶ୍ନକର୍ତ୍ତା : ଥରେ ସଙ୍ଗରେ ହିଁ ଏପରି କହିଥିଲେ ଯେ ଚନ୍ଦୁଭାଇଙ୍କ ସହିତ ତନ୍ମୟାକାର ହେବା, ତାହା ସୂକ୍ଷ୍ମତମ ଘର୍ଷଣ କୁହାଯାଏ ।
ଦାଦାଶ୍ରୀ : ହଁ, ସୂକ୍ଷ୍ମତମ ଘର୍ଷଣ ! ତାହାକୁ ଟାଳିବ । ଭୁଲରେ ବି ତନ୍ମୟାକାର ହୋଇଯିବା ପରେ ପୁଣି ଜଣାପଡ଼େ ନା ଯେ, ଏହା ଭୁଲ ହୋଇଗଲା ।