________________
ଜ୍ଞାନୀପୁରୁଷଙ୍କ ବାଣୀ ଦ୍ରବ୍ୟ-କ୍ଷେତ୍ର-କାଳ-ଭାବ ତଥା ଭିନ୍ନ ଭିନ୍ନ ନିମିତ୍ତ ଅଧୀନରେ ବାହାରିଛି, ସେହିବାଣୀର ସଙ୍କଳନରେ ଭାସିତ ତ୍ରୁଟିକୁ କ୍ଷମ୍ୟ ମଣି ଜ୍ଞାନୀପୁରୁଷଙ୍କ ବାଣୀର ଅନ୍ତର ଆଶୟ ପ୍ରାପ୍ତ କରନ୍ତୁ, ଏହି ଅଭ୍ୟର୍ଥନା !
। ଜ୍ଞାନୀପୁରୁଷଙ୍କ ଯେଉଁ ବାଣୀ ବାହାରିଛି, ତାହା ନୈମିତ୍ତିକ ରୂପରେ ଯେଉଁ ମୁମୁକ୍ଷୁ-ମହାମ୍ବା ସାମ୍ନାକୁ ଆସିଲେ, ତାଙ୍କରି ସମାଧାନ ପାଇଁ ବାହାରିଥାଏ ଏବଂ ସେ ବାଣୀ ଯେବେ ଗ୍ରନ୍ଥରୂପରେ ସଙ୍କଳିତ ହୁଏ, ତେବେ କେବେ କିଛି ବିରୋଧାଭାସ ଭାସିତ ହୋଇପାରେ । ଯେପରିକି ଜଣେ ପ୍ରଶ୍ନକର୍ଭାର ଆନ୍ତରିକ ସ୍ଥିତିର ସମାଧାନ ପାଇଁ ଜ୍ଞାନୀପୁରୁଷ ଦ୍ଵାରା ‘ପ୍ରତିକ୍ରମଣ ଜାଗୃତି ଅଟେ ଏବଂ ଅତିକ୍ରମଣ ଡିସ୍ଚାର୍ଜ ଅଟେ’ ଏଭଳି ପ୍ରତ୍ୟୁତ୍ତର ପ୍ରାପ୍ତ ହୁଏ ଏବଂ ଅନ୍ୟ ସୂକ୍ଷ୍ମ ଜାଗୃତି ପର୍ଯ୍ୟନ୍ତ ପହଞ୍ଚିଥିବା ମହାତ୍ମାଙ୍କୁ ସୂକ୍ଷ୍ମତାର ସହ ବୁଝାଇବା ପାଇଁ ଜ୍ଞାନୀପୁରୁଷ ଏପରି ଖୁଲାସା କରନ୍ତି ଯେ ‘ଅତିକ୍ରମଣ ଡିସ୍ଚାର୍ଜ ଅଟେ ଏବଂ ପ୍ରତିକ୍ରମଣ ମଧ୍ୟ ଡିସ୍ଚାର୍ଜ ଅଟେ, ଡିସ୍ଚାର୍ଜକୁ ଡିସ୍ଚାର୍ଜରେ ଡିଭାଇଡ଼ ଭାଗ) କରିବାର ଅଛି ।’ ତେବେ ଉଭୟ ଖୁଲାସା ନୈମିତ୍ତିକ ରୂପରେ ଯଥାର୍ଥ ହିଁ ଅଟେ । କିନ୍ତୁ ସାପେକ୍ଷରୂପେ ବିରୋଧାଭାସୀ ଲାଗନ୍ତି । ଏହିପରି ପ୍ରଶ୍ନକର୍ତ୍ତାଙ୍କ ଦଶା ସ୍ଥିତି)ରେ ଫରକ ହେବା କାରଣରୁ ପ୍ରତ୍ୟୁତ୍ତରରେ ବିରୋଧାଭାସ ନଜର ଆସେ, ତଥାପି ସିଦ୍ଧାନ୍ତ୍ରିକ ରୂପରେ ଦେଖାଯିବ ତେବେ ସେଥିରେ ବିରୋଧାଭାସ ହିଁ ନାହିଁ । ବିଜ୍ଞ ପାଠକଙ୍କୁ ଜ୍ଞାନବାଣୀର ସୂକ୍ଷ୍ମତା ଆତ୍ମସାତ କରି କଥା ବୁଝାପଡୁ ସେଥିପାଇଁ ସାହଜିକ ରୂପରେ ଏହା ସୂଚିତ କରାଯାଇଛି ।
- ଜୟ ସଚ୍ଚିଦାନନ୍ଦ ଡା. ନୀରୁବେନ ଅମୀନ