________________
‘ମୋକ୍ଷର ମାର୍ଗ ଅଟେ ବୀରର, ନୁହେଁ କାପୁରୁଷର କାମ କିନ୍ତୁ ବୀରତା କେଉଁଠି ଦେଖାଇବା ଯାଦ୍ଵାରା ଜଲଦି ମୋକ୍ଷରେ ପହଞ୍ଚିବା ? କାପୁରୁଷତା କାହାକୁ କହିବା ? ପାପୀ ପୁଣ୍ୟଶାଳୀ ହୋଇପାରିବେ ? ତାହା କିପରି ? ।
ପୁରା ଜୀବନ ଜଳିଗଲା ଏହି R.D.X.ର ଜ୍ଜାଳାରେ, ତାହାକୁ ଲିଭେଇବା କିପରି ? ରାତି-ଦିନ ପତ୍ନୀର ପ୍ରଭାବ, ପୁତ୍ର-ପୁତ୍ରୀଙ୍କ ତାପ ଏବଂ ଟଙ୍କା କମାଇବାର ଉତ୍ପାତ, ଏହି ସବୁ ତାପରୁ କିପରି ଶାତା (ସୁଖ ପରିଣାମ) ପ୍ରାପ୍ତକରି ନାଆ କୂଳରେ ପହଞ୍ଚାଇବା ?
। ଗୁରୁ-ଶିଷ୍ୟଙ୍କ ମଧ୍ୟରେ, ଗୁରୁମାତା ଏବଂ ଶିଷ୍ୟଙ୍କ ମଧ୍ୟରେ, ନିରନ୍ତର କଷାୟର ଚକ୍କରରେ ପଡ଼ିଥିବା ଉପଦେଶକ ସେଥିରୁ କିପରି ବାହାରି ପାରିବେ ? ଅଣହକ୍ ର ଲକ୍ଷ୍ମୀ ଏବଂ ଅଣହକ୍ ର ସ୍ତ୍ରୀଙ୍କ ପଛରେ ମନ-ବାଣୀ-ବ୍ୟବହାର ଅବା ଦୃଷ୍ଟିଦ୍ବାରା ଦୋଷ ହୋଇଯାଏ ତେବେ ତାହାର ତିୟଂ ଚ ଅଥବା ନର୍କଗତି ବ୍ୟତୀତ କେଉଁଠି ସ୍ଥାନ ହୋଇପାରେ ? ସେ ସବୁରୁ କିପରି ମୁକ୍ତ ହେବା ? ସେଥିରେ ସଚେତ ରହିବାକୁ ଥିବା ତେବେ କିପରି ରହିପାରିବା ଏବଂ କିପରି ମୁକ୍ତ ହୋଇପାରିବା ? ଏପରି ଅନେକ ସମସ୍ୟାଭରା ସନାତନ ପ୍ରଶ୍ନର ସମାଧାନ କ’ଣ ହୋଇପାରେ ? |
ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନକାଳ ମଧ୍ୟରେ ସଂଯୋଗର ବଶବର୍ତ୍ତୀ ହୋଇ କେବେ କେବେ ଏଭଳି ପରିସ୍ଥିତିରେ ଫଶିଯାଏ ଯେ ଭୁଲ କରିବାର ନଥିବ, ତଥାପି ସଂସାର ବ୍ୟବହାରରେ ଭୁଲରୁ ମୁକ୍ତ ହୋଇପାରେ ନାହିଁ, ଏଭଳି ପରିସ୍ଥିତିରେ ସଚ୍ଚା ହୃଦୟବାଲା ମଣିଷ ସବୁବେଳେ ଦ୍ବନ୍ଦରେ ରୁହନ୍ତି ଯେ ଦୋଷରୁ ମୁକୁଳିବାର ଏବଂ ଜୀବନ ଜୀଇଁବାର ସଚ୍ଚାମାର୍ଗ ମିଳିଯାଉ, ଯଦ୍ବାରା ସେମାନେ ନିଜର ଆନ୍ତରିକ ସୁଖଶାନ୍ତିରେ ରହି ପ୍ରଗତି କରିପାରିବେ । ତାହାପାଇଁ ତୀର୍ଥଙ୍କର ମାନେ ଏବଂ ଜ୍ଞାନୀମାନେ, କେବେ ବି ପ୍ରାପ୍ତ ହୋଇନଥିବା ଏପରି ଅଧାନ୍ ବିଜ୍ଞାନର ଏକମାତ୍ର ନିଶ୍ଚିତ ଆଲୋଚନା ପ୍ରତିକ୍ରମଣ-ପ୍ରତ୍ୟାଖ୍ୟାନ ରୂପୀ ହତିୟାର ଜଗତକୁ ଅର୍ପଣ କରିଛନ୍ତି । ଏହି ହତିୟାର ଦ୍ଵାରା ବିକଶିତ ଦୋଷରୂପୀ ବିଶାଳ ବୃକ୍ଷକୁ ମୁଖ୍ୟ ଜଡ଼ ସହିତ ନିର୍ମୂଳ କରି ଅନନ୍ତ ଜୀବ ମୋକ୍ଷଲକ୍ଷ୍ମୀକୁ ପ୍ରାପ୍ତ କରିପାରିଛନ୍ତି । ଏଭଳି ମୁକ୍ତି ପାଇଁ ଏହି ପ୍ରତିକ୍ରମଣ ରୂପୀ ବିଜ୍ଞାନର ରହସ୍ୟ ଯଥାର୍ଥ ରୂପରେ ଯେମିତିକୁ ସେମିତି(as it is) ପ୍ରକଟ ଜ୍ଞାନୀପୁରୁଷ ଶ୍ରୀ ଦାଦା ଭଗବାନ କେବଳଜ୍ଞାନ ସ୍ଵରୂପରେ ଦେଖ୍ ପ୍ରକଟ ବାଣୀ ଦ୍ବାରା ଦେଇଛନ୍ତି । ସେ ସମସ୍ତ ପ୍ରସ୍ତୁତ ଗ୍ରନ୍ଥରେ ସଙ୍କଳିତ ହୋଇଛି, ଯାହା ବିଜ୍ଞ ପାଠକଙ୍କ ଆତ୍ୟନ୍ତିକ କଲ୍ୟାଣ ନିମନ୍ତେ ଉପଯୋଗୀ ସିଦ୍ଧ ହେବ ।