________________
। ୧୩ ।
ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର ଅଟେ । ବହୁତ ବୁଝାଇବାକୁ ପଡୁଛି, ଏହାର କାରଣ କ’ଣ ? କାରଣ ତୁମେ ନିଜେ ବୁଝି ପାରୁନାହିଁ, ସେଥିପାଇଁ ବହୁତ ବୁଝାଇବାକୁ ପଡୁଛି ! ସମଝଦାର ବ୍ୟକ୍ତିକୁ ଥରେ ବୁଝାଇବାକୁ ପଡ଼େ । ପରେ ଆମେ ବୁଝିଯିବାନି ? ବହୁତ ବୁଝାଇବାକୁ ପଡୁଛି, କିନ୍ତୁ ପରେ ବୁଝି ଯାଉଛନ୍ତି ନା ?
ପ୍ରଶ୍ନକର୍ତ୍ତା : ହଁ ।
ଦାଦାଶ୍ରୀ : ତାହା ସବୁଠୁ ଭଲ ରାସ୍ତା । ଏ ତ ମାରି-ପିଟି ବୁଝାଇବାକୁ ଚାହୁଁଛନ୍ତି । ଏମିତି ବାପ ହେଇ ବସିଗଲା, ଯେମିତି ଆଜି ପର୍ଯ୍ୟନ୍ତ ଦୁନିଆରେ କେବେ କେହି ବାପ ହୋଇନଥିଲା ! ଅର୍ଥାତ ଯେଉଁମାନେ ବୁଝାଇ-ସୁଝାଇ ଏହିପରି କାମ ନିଅନ୍ତି, ସେମାନଙ୍କୁ ମୋତେ ଅନତ୍କାଲିଫାଏଡ଼ (ଅକ୍ଷମ) କହିବାର ନାହିଁ ।
‘ବାପ ହେବା’ ସେହି ସଦ୍ବ୍ୟବହାର କିପରି ହେବା ଉଚିତ? ପୁଅ ସହିତ ଦାଦାଗୀରୀ ତ ନୁହେଁ, କିନ୍ତୁ କଠୋରତା ମଧ୍ୟ ନ ହେବା ଉଚିତ, ସେ ବାପ କୁହାଯାଏ ।
| ପ୍ରଶ୍ନକର୍ତ୍ତା : ଯେବେ ପିଲାମାନେ ହଇରାଣ କରନ୍ତି, ସେତେବେଳେ ବାପକୁ କ’ଣ କରିବା ଉଚିତ ? ସେତେବେଳେ ମଧ୍ୟ ବାପକୁ କଠୋରତା ନ ଦେଖାଇବା ଉଚିତ ?
ଦାଦାଶ୍ରୀ : ବାପ ଯୋଗୁଁ ହିଁ ପିଲାମାନେ ହଇରାଣ କରନ୍ତି । ବାପଠାରେ ଅଯୋଗ୍ୟତା ଥିବ, ତେବେ ପିଲାମାନେ ହଇରାଣ କରନ୍ତି । ଏହି ଦୁନିଆର କାନୁନ୍ ଏହିପରି ହିଁ ଅଟେ । ବାପଠାରେ ଯୋଗ୍ୟତା ନଥିବ ତେବେ ପିଲାମାନେ ହଇରାଣ ନ କରି ରହିବେ ନାହିଁ ।।
ପ୍ରଶ୍ନକର୍ତ୍ତା : ପୁଅ ବାପ କଥା ନ ମାନିଲେ କ’ଣ କରିବୁ ?
ଦାଦାଶ୍ରୀ : ‘ନିଜର ଭୁଲ ଅଟେ’ ଏପରି ବୁଝି ଛାଡ଼ିଦେବ ! ନିଜର ଭୁଲ ଥିବ ସେଥିପାଇଁ ମାନୁ ନାହାନ୍ତି ନା ! ବାପ ହେବା ଯଦି ଆସୁଥିବ, ପୁଅ ତା’ କଥା ନମାନେ ଏପରି ହେଉଥିବ ? କିନ୍ତୁ ବାପ ହେବା ଆସୁ ହିଁ ନାହିଁ ନା ! ।
| ପ୍ରଶ୍ନକର୍ତ୍ତା : ଥରେ ଫାଦର ହୋଇଯିବା ତେବେ ପିଲ୍ଲେ କୁକୁର ଛୁଆ) ଛାଡ଼ିବେ କି ?
ଦାଦାଶ୍ରୀ : ଛାଡୁଥିବେ କେଉଁଠି ? ପିଲ୍ମ ତ ସାରା ଜୀବନ ‘ଡଟ୍’ ଏବଂ ‘ଡାଗୀନ୍ ଦୁହିଙ୍କୁ ଦେଖୁଥାନ୍ତି ଯେ ଇଏ ଭୌ-ଭୌ କରେ ଏବଂ ସେ(ଡାଗୀନ୍) କାମୁଡୁ ଥାଏ । ‘ଡଟ୍’ ଭୌଭୌ ନ କରି ରୁହେ ନାହିଁ, କିନ୍ତୁ ଶେଷରେ ଦୋଷ ସେହି