________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ବାର ମାସରେ ପୁଣି ଭାଙ୍ଗି ହିଁ ଯିବ । ପ୍ରେମରେ ସହନଶୀଳତା ଥିବା ଦରକାର, ଏଡ଼ଜଷ୍ଟେବଲ ହେବା ଦରକାର ।
। ମଶ୍ବର କୁ ମୁଁ ଏମିତି ପଢ଼େଇ ଦେଲି । ମୁଁ କହିଲି, “ତୁ କିଛି ବି କରିବୁ ନାହିଁ, ଯେବେ ସେ ଏପଟେ ତୀର ଚଲାଏ ସେତେବେଳେ ନିଜ ସ୍ଥିରତା ରଖ୍ ‘ଦାଦା, ଦାଦା’ କରି ଚାଲିବୁ । ପୁଣି ସେପଟୁ ତୀର ଚଲାଏ ସେତେବେଳେ ସ୍ଥିରତା ରଖ୍ ‘ଦାଦା, ଦାଦା’ କରିବୁ । ତୁ ଗୋଟିଏ ବି ତୀର ଚଲାଇବୁ ନାହିଁ । ପୁଣି ମୁଁ ବିଧା କରିଦେଲି ।
। ପରେ ପଚାରିଲି, “ତୋ ସ୍ଵଶୁର ଘରେ କିଏ-କିଏ ଅଛନ୍ତି ?” ତେବେ କହିଲା, ମୋ ଶାଶୁ ଅଛି । ଶାଶୁ ସହ ତୁ କିପରି ଏଡ଼ିଜଷ୍ଟମେଣ୍ଟ କରିବୁ ? ତେବେ କୁହେ, “ତା’ର ବି ମୁଁ ସାମ୍ନା କରିନେବି ।”
। ପୁଣି ମୁଁ ତା’କୁ ବୁଝାଇଲି । ପରେ ସେ କହିଲା, “ହଁ, ଦାଦାଜୀ, ମୋତେ ଏ ସବୁକଥା ପସନ୍ଦ ଆସିଲା ।’ ‘ତୁ ଏହିପରି କରିବୁ ତେବେ ତଲାକ୍ ଦେବ ନାହିଁ ଏବଂ ଶାଶୁ ସହିତ ମେଳ ରହିବ ।’ ପୁଣି ସେ ମୋତେ ଏକ ଚନ୍ଦନର ମାଳା ପିନ୍ଧାଇଲା । ମୁଁ କହିଲି, ‘ଏହି ମାଳା ତୁ ନେଇଯିବୁ ଏବଂ ତୋ ସାଥିରେ ରଖୁବୁ । ମାଳାର ଦର୍ଶନ କରିବା ପରେ ପତି ସହ ନିଜ ବ୍ୟବହାର ଚଲେଇବୁ, ତେବେ ବହୁତ ସୁନ୍ଦର ଚାଲିବ । ସେ ସେହି ମାଳି ଆଜି ବି ନିଜ ପାଖରେ ରଖୁଛି ।” । ତା’କୁ ଚରିତ୍ରବଳର କଥା କହିଥିଲି ଯେ ‘ପତି ତୋତେ କିଛି ବି କହେ, କିଛି ବି କରେ, ତଥାପି ତୁ ମୌନ ଧାରଣ କରି, ଶାନ୍ତ ଭାବରେ ରହିବୁ, ତେବେ ତୋ ଠାରେ ଚରିତ୍ରବଳ ଉତ୍ପନ୍ନ ହେବ ଏବଂ ତାହାର ପ୍ରଭାବ ତା' ଉପରେ ପଡ଼ିବ । ଓକିଲ ହୋଇଥିଲେ ମଧ୍ୟ । ସେ ଯେଭଳି ମଧ୍ୟ ଗାଳିକରୁ, ସେତେବେଳେ ‘ଦାଦା’ଙ୍କ ନାମ ନେବୁ ଏବଂ ସ୍ଥିର ରହିବୁ । ତା’ ମନରେ ଏପରି ହେବ ଯେ ଏ କେମିତିକା ସ୍ତ୍ରୀ ! ଏ ତ ହାର ହିଁ ମାନୁ ନାହିଁ ! ପରେ ସେ ହାରିଯିବ !? ପୁଣି ସେ ଏହିଭଳି ହିଁ କଲା, ଝିଆ ହିଁ ସେମତି ଥିଲା । ଦାଦାଙ୍କ ଭଳି ଶିଖାଇବାବାଲା ମିଳିଯିବେ ତେବେ ପୁଣି କ’ଣ ବାକି ରହିଲା ଏବେ ! ନହେଲେ ପ୍ରଥମେ ଏଡ଼ଜଷ୍ଟମେଣ୍ଟ ଏମିତି ଥୁଲା, ରୁଷିଆ ଏବଂ ଆମେରିକା ଭଳି । ସେଠି ସିଟ୍ ଦବାଇବା ମାତ୍ରେ ଜଳିଉଠେ ସବୁ । କ’ଣ ଏହା ମାନବତା ଅଟେ ? କାହିଁକି ଡରୁଛ ? ଜୀବନ କ’ଣ ପାଇଁ ଅଟେ ? ଯେତେବେଳେ ସଂଯୋଗ ହିଁ ଏମିତି, ତେବେ ପୁଣି କ’ଣ କରିବା ?
। ସେ ଯେଉଁମାନେ ଜିତିବାର ପ୍ରସ୍ତୁତି କରନ୍ତି ନା, ଏହାଦ୍ବାରା ଚରିତ୍ରବଳ