SearchBrowseAboutContactDonate
Page Preview
Page 107
Loading...
Download File
Download File
Page Text
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଅଛି ନା ଦୁଃଖୀ ହେବାର ଅଛି ? ନହେଲେ ଯେଉଁ ସ୍ତ୍ରୀମାନେ ସବୁ ପ୍ରସ୍ତୁତି କରି ପତି ପାଖକୁ ଯାଇଥିଲେ, ସେମାନେ ଅନ୍ତରେ ଦୁଃଖୀ ହୋଇଛନ୍ତି । ତୁ ମୋ କହିବା ଅନୁସାରେ ଯା, କୌଣସି ବି ପ୍ରସ୍ତୁତି ବିନା ଯା।’ ପୁଣି ତା’କୁ ବୁଝାଇଲି । ଘରେ ସବୁଦିନ କ୍ଳେଶ ହେବ ତେବେ ଓକିଲ କହିବ, ‘ଛାଡ଼, ୟା ଠୁ ଭଲ ତ ଆଉ ଗୋଟେ ଆଣିବି ।’ ସେଥ‌ିରେ ପୁଣି ଏ ଟିଟ୍ ଫର୍ ଟ୍ୟାଟ୍(ଯେସାକୁ ତେସା) ହେବ । ଯେଉଁଠି ପ୍ରେମର ସୌଦା କରିବାର ଅଛି ସେଠି ଏସବୁ ? କାହାର ସୌଦା କରିବାର ଅଛି ? ପ୍ରଶ୍ନକର୍ତ୍ତା : ପ୍ରେମର । ଦାଦାଶ୍ରୀ : ପ୍ରେମର ! ପଛେ ଆସକ୍ତିରୁ ହେଉ କିନ୍ତୁ କିଛି ତ ପ୍ରେମ ଭଳି ଅଟେ ନା ! ତା’ ଉପରେ ଦ୍ବେଷ ତ ହେଉନାହିଁ ନା ! ମୁଁ କହିଲି, ‘ଏପରି କରନ୍ତି ନାହିଁ । ତୁ ଶିକ୍ଷିତ ଅଟୁ ସେଥ‌ିପାଇଁ ଏଭଳି ପ୍ରସ୍ତୁତି କରି ରଖୁଛୁ ? ଏହା କ’ଣ ୱାର(ଯୁଦ୍ଧ) ଅଟେ ? ଏହା କ’ଣ ହିନ୍ଦୁସ୍ତାନ ଆଉ ପାକିସ୍ତାନର ୱାର୍ ? ସଂସାରରେ ସମସ୍ତେ ଏହା ହିଁ କରୁଛନ୍ତି । ଏ ପୁଅ ଝିଅ ସମସ୍ତେ ଏହା ହିଁ କରୁଛନ୍ତି । ପୁଣି ଉଭୟଙ୍କ ଜୀବନ ନଷ୍ଟ ହୋଇଯାଏ ।’ ପୁଣି ତା’କୁ ସବୁ ପ୍ରକାର ବୁଝାଇଲି । ପତି ସହ ଏହିପରି ବ୍ୟବହାର କରିବା ଉଚିତ । ଏହିପରି ଅର୍ଥାତ ସେ ତେଢ଼ା ଚାଲେ ତେବେ ତୁ ସିଧା ଚାଲିବୁ । ତା’ର ସମାଧାନ ଆଣିବା ଉଚିତ, ଉପାୟ କରିବା ଉଚିତ । ସେ ଝଗଡ଼ା କରିବାକୁ ପ୍ରସ୍ତୁତ ହୋଇଯାଏ ସେତେବେଳେ ଆମକୁ ଏକତା ରଖୁବା ଉଚିତ । ସେ ଦୂରେଇ ରୁହେ ତେବେ ମଧ୍ୟ ଆମକୁ ଏକତା ରଖୁବା ଉଚିତ । ସେ ବାରମ୍ବାର ଅଲଗା ହେବା କଥା କରେ ତେବେ ମଧ୍ୟ କହିବୁ ‘ଆମେ ଏକ ।’ କାହିଁକିନା ଏସବୁ ରିଲେଟିଭ ସମ୍ବନ୍ଧ ଅଟେ । ସେ ରିସ୍ତା କାଟି ଦେବ ଆଉ ତୁ ବି କାଟି ଦେବୁ ତେବେ ଭାଙ୍ଗିଯିବ କାଲି ସକାଳେ । ଅର୍ଥାତ୍ ତଲାକ୍ ଦେଇଦେବ । ସେତେବେଳେ ପଚାରିଲା, ‘ମୋତେ କ’ଣ କରିବା ଉଚିତ ?’ ମୁଁ ତା’କୁ ବୁଝାଇଲି, ତାଙ୍କ ମୁଡ଼ ଦେଖୁ ବ୍ୟବହାର କରିବାକୁ କହିଲି, ଯେତେବେଳେ ମୁଡ଼ରେ ନଥିବେ ସେତେବେଳେ ତୁ ମନରେ ‘ଆଲ୍ଲାହ’ଙ୍କ ନାମ ନେଉଥବୁ ଆଉ ମୁଡ୍ ଠିକ୍ ହେବ ସେତେବେଳେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବୁ । ସେ ମୁଡ୍ରେ ନଥିବେ ଆଉ ତୁ ବିରକ୍ତ କରିବୁ ତେବେ ନିଆଁ ଲାଗିଯିବ । ତୋତେ ତାଙ୍କୁ ନିଘୋଷ ଦେଖୁବାର ଅଛି । ସେ ତୋତେ ଓଲଟାସିଧା କହିଲେ ମଧ୍ୟ ତୁ ଶାନ୍ତ ରହିବୁ । ପ୍ରକୃତ ପ୍ରେମ ଥିବା ଦରକାର । ଆସକ୍ତିରେ ତ ଛଅ–
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy