________________
ମରିବା ବାଲାକୁ କ’ଣ କ’ଣ ପହଞ୍ଚେ ? ଏସବୁ କରିବା ଉଚିତ ନା ନୁହେଁ ? ମୃତ୍ୟୁ । ପରର ଗତିର ସ୍ଥିତି, ଇତ୍ୟାଦି ସମସ୍ତ ରହସ୍ୟ ଏଠାରେ ସ୍ପଷ୍ଟ ହୁଏ ।
। ଏପରି ଭୟଭୀତ କରୁଥିବା ମୃତ୍ୟୁର ରହସ୍ୟ ଯେବେ ଜଣା ପଡ଼ିଯାଏ, ସେତେବେଳେ ମଣିଷକୁ ଏଭଳି ପ୍ରସଙ୍ଗରେ, ତା’ର ଜୀବନକାଳର ବ୍ୟବହାରରେ ଏଭଳି ଅବସରରେ ନିଶ୍ଚିତ ରୂପେ ସାନ୍ତନା ପ୍ରାପ୍ତ ହୁଏ ।
| ‘ଜ୍ଞାନୀ ପୁରୁଷ’ ଅର୍ଥାତ, ଯିଏ ଦେହରୁ, ଦେହର ସମସ୍ତ ଅବସ୍ଥାରୁ, ଜନ୍ମରୁ, ମୃତ୍ୟୁରୁ ଅଲଗା ହିଁ ରହିଛନ୍ତି । ଏମାନଙ୍କର ନିରନ୍ତର ଜ୍ଞାତା-ଦ୍ରଷ୍ଟା ରୁହନ୍ତି, ଏବଂ ଅଜନ୍ମ-ଅମର ଆମ୍ବାର ଅନୁଭବ ଦଶାରେ ବିଚରନ୍ତି ସେ ! ! ଜୀବନ ପୂର୍ବର, ଜୀବନ ପଶ୍ଚାତ୍ ଏବଂ ଦେହର ଅନ୍ତିମ ଅବସ୍ଥାରେ ଅଜନ୍ମ-ଅମର, ଏଭଳି ଆମ୍ବାର ସ୍ଥିତିର ସତ୍ୟତା କ’ଣ, ଏହା ଜ୍ଞାନୀପୁରୁଷ ଜ୍ଞାନଦୃଷ୍ଟିରେ ଖୋଲାଖୋଲି କହି ଦିଅନ୍ତି ।
ଆମ୍ବା ତ ସର୍ବଦା ଜନ୍ମ-ମୃତ୍ୟୁର ପରିସରରୁ ବାହାରେ ହିଁ ଅଟେ, ସେ ତ କେବଳଜ୍ଞାନ ସ୍ଵରୁପ ହିଁ ଅଟେ । କେବଳ ଜ୍ଞାତା-ଦ୍ରଷ୍ଟା ହିଁ ଅଟେ । ଜନ୍ମ ମୃତ୍ୟୁ ଆମ୍ବାର ନୁହେଁ ! ତଥାପି ବୁଦ୍ଧି ଦ୍ବାରା ଜନ୍ମ-ମୃତ୍ୟୁର ପରମ୍ପରା ସଜ୍ଜିତ ହୁଏ, ଯାହା ମନୁଷ୍ୟର ଅନୁଭବରେ ଆସେ । ସେତେବେଳେ ସ୍ବାଭାବିକ ରୂପରେ ମୂଳ ପ୍ରଶ୍ନ ସାମ୍ନାକୁ ଆସେ ଯେ ଜନ୍ମ-ମୃତ୍ୟୁ କିଭଳି ହୁଏ ? ସେ ସମୟରେ ଆମ୍ବା ଏବଂ ସାଥେ-ସାଥେ କେଉଁ କେଉଁ ବସ୍ତୁ ସବୁ ଥାଏ ? ସେ ସମସ୍ତଙ୍କର କ’ଣ ହୁଏ ? ପୁନର୍ଜନ୍ମ କାହାର ହୁଏ ? କିପରି ହୁଏ ? ଆବାଗମନ କାହାର ? କାର୍ଯ୍ୟରୁ କାରଣ ଏବଂ କାରଣରୁ କାର୍ଯ୍ୟର ପରମ୍ପରାର ସର୍ଜନ କିପରି ହୁଏ ? ତାହା କିପରି ଅଟକିବ ? ଆୟୁଷର ବନ୍ଧୁ କିପରି ପଡ଼େ ? ଆୟୁଷ କେଉଁ ଆଧାରରେ ନିଶ୍ଚିତ ହୁଏ ? ଏଭଳି ସନାତନ ପ୍ରଶ୍ନର ସଚ୍ଚାଟସମାଧାନକାରୀ, ବୈଜ୍ଞାନିକ ସମଝ( ଦୃଷ୍ଟି ) ଜ୍ଞାନୀପୁରୁଷଙ୍କ ବ୍ୟତୀତ କିଏ ଦେଇ ପାରିବ ?
ଆଉ ତାହାଠୁ ବି ଆଗକୁ, ଭିନ୍ନଭିନ୍ନ ଗତିରେ ପ୍ରବେଶର କାନୁନ୍ କ’ଣ ହୋଇଥିବ ? ଆତ୍ମହତ୍ୟାର କାରଣ ଏବଂ ପରିଣାମ କ’ଣ ? ପ୍ରେତଯୋନି କ’ଣ ହୋଇଥିବ ? ଭୂତଯୋନି ଅଛି ? କ୍ଷେତ୍ର ପରିବର୍ତ୍ତନର ନିୟମ କ’ଣ ? ଭିନ୍ନ ଭିନ୍ନ