________________
ସମ୍ପାଦକୀୟ
। ମୃତ୍ୟୁ ମନୁଷ୍ୟକୁ କେତେ ଭୟଭୀତ କରେ, କେତେ ସାରା ଶୋକ ଉତ୍ପନ୍ନ କରାଏ ଏବଂ କେବଳ ଦୁଃଖରେ ହିଁ ବୁଡ଼ାଇ ରଖେ । ଏବଂ ପ୍ରତ୍ୟେକ ମନୁଷ୍ୟକୁ ଜୀବନରେ କାହାର ନା କାହାର ମୃତ୍ୟୁର ସାକ୍ଷୀ ହେବାକୁ ପଡ଼ିଥାଏ । ସେହି ସମୟରେ ମୃତ୍ୟୁ ସମ୍ବନ୍ଧରେ ସହସ୍ର ବିଚାର ଉO ଯେ ମୃତ୍ୟୁର ସ୍ୱରୂପର ବାସ୍ତବିକତା କ’ଣ ହୋଇଥିବ ? ମାତ୍ର ତାହାର ରହସ୍ୟ ନ ଖୋଲିବା କାରଣରୁ ସେ ସେଇଠିକୁ ସେଇଠି ହିଁ ଅଟକି ଯାଏ । ଏହି ମୃତ୍ୟୁର ରହସ୍ୟ ଜାଣିବା ପାଇଁ ଯେ କେହି ବି ଉସୁକ ଥାଆନ୍ତି । ଏବଂ ତାହା ବିଷୟରେ ବହୁତ କିଛି ଶୁଣିବାକୁ ଅବା ପଢ଼ିବାକୁ ମିଳେ, ଲୋକଙ୍କଠାରୁ କଥା ଜାଣିବାକୁ ମିଳେ । କିନ୍ତୁ ସେସବୁ କେବଳ ବୁଦ୍ଧିର ଅନୁମାନ ହିଁ ଅଟେ ।
ମୃତ୍ୟୁ କ’ଣ ହୋଇଥିବ ? ମୃତ୍ୟୁ ପୂର୍ବରୁ କ’ଣ ହେଉଥିବ ? ମୃତ୍ୟୁ ସମୟରେ କ’ଣ ହେଉଥିବ ? ମୃତ୍ୟୁ ପରେ କ’ଣ ? ମୃତ୍ୟୁର ଅନୁଭବ ବତାଇବାବାଲା କିଏ ? ଯାହାର ମୃତ୍ୟୁ ହୁଏ, ସେ ନିଜର ଅନୁଭବ କହିପାରେ ନାହିଁ । ଯିଏ ଜନ୍ମ ପାଏ, ସେ ନିଜର ପୂର୍ବର ଅବସ୍ଥା ସ୍ଥିତି ଜାଣେ ନାହିଁ । ଏହିପରି ମୃତ୍ୟୁ ପୂର୍ବରୁ, ମୃତ୍ୟୁ ସମୟରେ ଏବଂ ମୃତ୍ୟୁ ପରେ କେଉଁ ଦଶାରେ ଅତିବାହିତ କରିବାକୁ ପଡ଼େ, ତାହାର ରହସ୍ୟ, ରହସ୍ୟରେ ହିଁ ରହିଯାଏ । ଦାଦାଶ୍ରୀ ନିଜ ଜ୍ଞାନରେ ଦେଖୁ ଏ ସମସ୍ତ ରହସ୍ୟ, ଯେମିତିକୁ ସେମିତି(as it is), ଯଥାର୍ଥ ରୂପରେ ଖୋଲା କରିଛନ୍ତି, ଯାହା ଏଠାରେ ସଙ୍କଳିତ ହୋଇଛି । । ମୃତ୍ୟୁର ରହସ୍ୟ ବୁଝିନେବା କ୍ଷଣି ମୃତ୍ୟୁର ଭୟ ଚାଲିଯାଏ !
ପ୍ରିୟ ସ୍ୱଜନଙ୍କ ମୃତ୍ୟୁ ସମୟରେ ଆମକୁ କ’ଣ କରିବା ଉଚିତ ? ଆମର ପ୍ରକୃତ କର୍ଭବ୍ୟ କ’ଣ ? ତା’ର ଗତି କିଭଳି ସୁଧାରିବା ? ପ୍ରିୟ ସ୍ବଜନଙ୍କ ମୃତ୍ୟୁ ପରେ ଆମକୁ କ’ଣ କରିବା ଉଚିତ ? ଆମେ କେଉଁ ସମଝ(ଜ୍ଞାନ) ଦ୍ଵାରା ସମତାରେ ରହିବା ?
। ଆଉ ଯାହା ବି ଲୋକମାନ୍ୟତା ସବୁ ଅଛି, ଯେପରିକି ଶ୍ରାଦ୍ଧ, ତେର ଦିନିଆ, ବ୍ରାହ୍ମଣ ଭୋଜନ, ଦାନ, ଗରୁଡ଼ ପୁରାଣ ଇତ୍ୟାଦି, ସେସବୁର ସତ୍ୟତା କେତେ ?