________________
୪୩
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... କୁକୁରରୁ ଆସିଛି । କେହି ମାଙ୍କଡ଼ ଭଳି ଆଚରଣ କରନ୍ତି, ଏପରି ହୋଇଥାନ୍ତି ! ସେମାନେ ସେଇଠୁ ଆସିଥାନ୍ତି । କେହି ବିଲେଇ ପରି ଏମିତି ଚାହିଁକି ବସି ରହିଥାନ୍ତି, ତୁମର କିଛି ନେଇଯିବା ପାଇଁ, ଛଡ଼େଇ ନେବା ପାଇଁ । ସେମାନେ ସେଇଠୁ ଆସିଥାନ୍ତି । ଅର୍ଥାତ ଏଠାକୁ ସେମାନେ କେଉଁଠୁ ଆସିଛନ୍ତି, ତାହା ମଧ୍ୟ ଜାଣି ପାରିବା ଏବଂ କେଉଁଠିକୁ ଯିବେ, ତାହା ମଧ୍ୟ ଜାଣି ପାରିବା । ଏବଂ ତାହା ବି ପୁଣି ସର୍ବଦା ପାଇଁ ନୁହେଁ । ଏ ଲୋକମାନେ ତ କିପରି ଅଟନ୍ତି, ଏମାନଙ୍କୁ ପାପ କରିବା ମଧ୍ୟ ଆସେ ହିଁ ନାହିଁ । । ଏହି କଳିଯୁଗର ଲୋକଙ୍କୁ ପାପ କରିବା ଆସେ ନାହିଁ ଆଉ କରନ୍ତି କେବଳ ପାପ ହିଁ ! ଏଣୁ ତାଙ୍କର ପାପର ଫଳ କିପରି ହୋଇଥାଏ? ବହୁତ ହେଲା ତ ପଚାଷଶହେ ବର୍ଷ ପଶୁଗତିରେ ଯାଇ ପୁଣି ଫେରି ଏଇଠିକୁ ଏଇଠି ଆସେ, ହଜାରେ ବର୍ଷ କି ଲକ୍ଷେ ବର୍ଷ ନୁହେଁ । ଆଉ କେତେ ତ ପାଞ୍ଚ ବର୍ଷରେ ହିଁ ପଶୁଗତିରେ ଯାଇ ଫେରି ଆସନ୍ତି । ଏଣୁ ପଶୁଗତିରେ ଯିବା, ତାହାକୁ ଦୋଷ ବୁଝିବ ନାହିଁ । କାହିଁକିନା ସେମାନେ ତ ତୁରନ୍ତ ଫେରି ଆସନ୍ତି, ବିଚରାମାନେ ! କାହିଁକିନା ଏଭଳି ପାପ ହିଁ କରନ୍ତି ନାହିଁ ନା ! ଏମାନଙ୍କର ଶକ୍ତି ହିଁ ନାହିଁ ଏଭଳି ପାପ କରିବା ପାଇଁ ।
। ନିୟମ, ହାନି-ବୃଦ୍ଧିର | ପ୍ରଶ୍ନକର୍ତ୍ତା : ଏ ମଣିଷଙ୍କ ଜନସଂଖ୍ୟା ବଢ଼ି ଚାଲିଛି, ଏହାର ଅର୍ଥ କ’ଣ ଏପରି ଯେ ପଶୁ-ପକ୍ଷୀ କମ୍ ହୋଇଛନ୍ତି ? | । ଦାଦାଶ୍ରୀ : ହଁ, ଠିକ କଥା । ଯେତିକି ଆମ୍ ଅଛି, ସେତିକି ହିଁ ଆମ୍ବା ରୁହେ, କିନ୍ତୁ କବର୍ଜନ( ରୁପାନ୍ତର) ହୋଇ ଚାଲିଥାଏ । କେବେ ମନୁଷ୍ୟ ବଢ଼ିଯାନ୍ତି, ସେତେବେଳେ ପଶୁ-ପକ୍ଷୀ କମ୍ ହୁଅନ୍ତି ଆଉ କେବେ ପଶୁ-ପକ୍ଷୀ ବଢ଼ିଯାନ୍ତି, ସେତେବେଳେ ମନୁଷ୍ୟ କମ୍ ହୋଇଯାନ୍ତି । ଏପରି କବର୍ଜନ ହୋଇ ଚାଲିଥାଏ । ଏବେ ପୁଣି ଥରେ ମନୁଷ୍ୟ କମିବେ । ଏବେ ବର୍ଷ ୧୯୯୩ରୁ ଆରମ୍ଭ ହେବ କମିବାର !
। ଲୋକେ କାଙ୍ଗୁଲେଶନ୍ ଗଣତି) ଲଗାନ୍ତି ଯେ ବର୍ଷ ୨୦୦୦ ରେ ଏମିତି ହୋଇଯିବ ଆଉ ସେମିତି ହୋଇଯିବ, ହିନ୍ଦୁସ୍ତାନର ଜନସଂଖ୍ୟା ବଢ଼ିଯିବ, ପୁଣି ଆମେ କ’ଣ ଖାଇବୁ ? ଏପରି କାଙ୍ଗୁଲେଶନ କରନ୍ତି, କରନ୍ତିନି ? ତାହା କାହା ଭଳି ଅଟେ ? ଉଦାହରଣ କହିବି ?