________________
୪୨
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ବିଚାର ଆସେ, ସେ ବିଚାର ହିଁ ନେଇଯାନ୍ତି, ନିଜ ଗତିରେ !
। ପ୍ରଶ୍ନକର୍ତ୍ତା : ଜୀବର ଏପରି କିଛି କ୍ରମ ଅଛି ଯେ ମନୁଷ୍ୟରେ ଆସିବା ପରେ ମନୁଷ୍ୟରେ ହି ଆସେ କି ଅଲଗା କେଉଁଠିକୁ ଯାଏ ?
ଦାଦାଶ୍ରୀ : ହିନ୍ଦୁସ୍ତାନରେ ମନୁଷ୍ୟ ଜନ୍ମରେ ଆସିବା ପରେ ଚାରି ଗତିରେ ଭଟକିବାକୁ ପଡ଼େ । ଫରେନ୍ ମନୁଷ୍ୟଙ୍କର ଏପରି ନୁହେଁ, ସେମାନଙ୍କ ମଧ୍ୟରେ ଦୁଇପାଞ୍ଚ ପ୍ରତିଶତ ଅପବାଦ ଥାଏ । ଅନ୍ୟମାନେ ସବୁ ଉପରକୁ ଚଢ଼ି ଚାଲିଥାନ୍ତି ।
ପ୍ରଶ୍ନକର୍ତ୍ତା : ଲୋକେ ଯାହାକୁ ବିଧାତା କୁହନ୍ତି, ସେମାନେ କାହାକୁ କୁହନ୍ତି ?
ଦାଦାଶ୍ରୀ : ସେମାନେ ପ୍ରକୃତିକୁ ହିଁ ବିଧାତା କୁହନ୍ତି । ବିଧାତା ନାମରେ କେଉଁ ଦେବୀ ନାହାନ୍ତି । ‘ସାଇଣ୍ଟିଫିକ ସରକନ୍ଦିୟଲ ଏଭିଡେନ୍ସ’(ବୈଜ୍ଞାନିକ ସଂଯୋଗଯୁକ୍ତ ପ୍ରମାଣ), ତାହା ହିଁ ବିଧାତା । ଆମ ଲୋକେ ନିଶ୍ଚିତ କଲେ ଯେ ଷଷ୍ଠୀ ଦିନ ବିଧାତା ଭାଗ୍ୟ ଲେଖିଦେଇ ଯାଏ । ବିକଛୋନୁସାରେ ଏ ସବୁ ଠିକ ଅଟେ ଆଉ ବାସ୍ତବିକତା ଜାଣିବାର ଅଛି ତେବେ ଏହା ସତ ନୁହେଁ । । ଏଠି ତ କାନୁନ୍ ଏହା ଯେ ଯିଏ ଅଣହକ୍ସ ର ନେଲା, ତା’ର ଦୁଇ ଗୋଡ଼ରୁ ଚାରି ଗୋଡ଼ ହୋଇଯିବ । ମାତ୍ର ତାହା ସର୍ବଦା ପାଇଁ ନୁହେଁ । ବେଶିରୁ ବେଶି ଦୁଇଶହ ବର୍ଷ ଆଉ ବହୁତ ହେଲା ତେବେ ସାତ-ଆଠ ଜନ୍ମ ପଶୁ ଗତିରେ ଯାଆନ୍ତି ଆଉ ଅତି କରେ ମାତ୍ର ପାଞ୍ଚ ମିନିଟ ରେ ହିଁ ପଶୁଗତିରେ ଯାଇ, ପୁଣିଥରେ ମନୁଷ୍ୟରେ ଆସିଯାନ୍ତି । ଅନେକ ଜୀବ ଏପରି ଅଟନ୍ତି ଯେ ଏକ ମିନିଟରେ ସତର ଅବତାର ବଦଳାନ୍ତି, ଅର୍ଥାତ ଏପରି ମଧ୍ୟ ଜୀବ ଅଛନ୍ତି । ଏଣୁ ପଶୁ ଗତିରେ ଗଲେ, ସେ ସମସ୍ତଙ୍କୁ ଶହେ-ଦୁଇଶହ ବର୍ଷର ଆୟୁଷ ମିଳିବାର ନାହିଁ ।
। ତାହା ବୁଝିହୁଏ ଲକ୍ଷଣ ଉପରୁ । ପ୍ରଶ୍ନକର୍ତ୍ତା : ଏ ପଶୁ ଯୋନିରେ ଯିବେ, ଏହାର କିଛି ପ୍ରମାଣ ତ ବତାନ୍ତୁ, ତାହା ବୈଜ୍ଞାନିକ ଆଧାରରେ କିପରି ମାନିବୁ ?
। ଦାଦାଶ୍ରୀ : ଏଠି କେହି ଯିଏ ଭୁକି ଚାଲିଥିବ ଏପରି ମଣିଷ ମିଳିଛନ୍ତି ତୁମକୁ ? ‘କାହିଁକି ଭୁକୁଛୁ ?' ଏପରି ତୁମେ ତା’କୁ କହିଥିଲ କି ? ସେ ସେଇଠୁ,