________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
ଏ ତ ‘ମୁଁ ହିଁ ଅଟେ ଏହା, ଏହା ମୁଁ ହିଁ ଅଟେ’ ଏପରି ତୁମକୁ ଶତ-ପ୍ରତିଶତ ଅଛି । ତୁମକୁ ‘ଏ ଚନ୍ଦୁଲାଲ, ସେ ମୁଁ ହଁ, ଏପରି ଶତ-ପ୍ରତିଶତ ବିଶ୍ଵାସ ଅଛି ନା ?’
ଯମରାଜ ନା ନିୟମରାଜ ?
I
ଏହି ହିନ୍ଦୁସ୍ତାନର ସମସ୍ତ ଭ୍ରାନ୍ତି ମୋତେ ବାହାର କରିଦେବାର ଅଛି । ପୁରା ଦେଶ ବିଚରା ଭ୍ରାନ୍ତିରେ ହିଁ ଖତମ୍ ହୋଇ ଗଲାଣି । ଏଣୁ ଯମରାଜ ନାମକ ଜନ୍ତୁ ନାହିଁ, ଏହା ମୁଁ ଗ୍ୟାରେଣ୍ଟି ସହିତ କହୁଛି । ତେବେ କେହି ପଚାରେ, ‘କିନ୍ତୁ କ’ଣ ଥିବ ? କିଛି ତ ଥବ ନା ? ’ ସେତେବେଳେ ମୁଁ କହିଲି, ‘ନିୟମରାଜ ଅଛି ।’ ଏଣୁ ଏହା ମୁଁ ଦେଖକରି କହୁଛି । ମୁଁ କିଛି ପଢ଼ାହୁଆ କୁହେ ନାହିଁ । ଏହା ମୋ ଦର୍ଶନରେ ଦେଖୁ, ଏ ଆଖୁରେ ନୁହେଁ, ମୋର ଯେଉଁ ଦର୍ଶନ ଅଛି, ସେଥିରେ ଦେଖୁ ମୁଁ ଏ ସବୁ କହୁଅଛି |
ମୃତ୍ୟୁ ପରେ କ’ଣ ?
ପ୍ରଶ୍ନକର୍ତ୍ତା : ମୃତ୍ୟୁ ପରେ କେଉଁ ଗତି ହେବ ?
ଦାଦାଶ୍ରୀ : ଜୀବନ ସାରା ଯେଉଁ କାର୍ଯ୍ୟ କରିଥିବ ସେସବୁ, ଜୀବନ ସାରା ଯେଉଁ ଧନ୍ଦା ଚଲାଇ ଥବ, ଯାହାସବୁ ଏଠାରେ କରିଥବ, ସେସବୁର ହିସାବ ମରିବା ସମୟରେ ବାହାରେ । ମରିବା ସମୟରେ ଏକ ଘଣ୍ଟା ପୂର୍ବରୁ ହିସାବ-କିତାବ ସାମ୍ନାକୁ ଆସେ । ଏଠାରେ ଯେଉଁ ଅଣହକ୍ଟ ର ସବୁ ଉଡ଼େଇଥିବ, ପଇସା ଛଡ଼େଇ ନିଅନ୍ତି, ସ୍ତ୍ରୀ ଛଡ଼େଇ ନିଅନ୍ତି, ଅଣହକ୍ଟ ର ସବୁ ନେଇ ନିଅନ୍ତି, ବୁଦ୍ଧି ଦ୍ବାରା, ପଛେ କୌଣସି ବି ପ୍ରକାରେ ଛଡ଼େଇ ନିଅନ୍ତୁ, ସେ ସମସ୍ତଙ୍କର ପୁଣି ପଶୁଗତି ହୁଏ ଆଉ ଯଦି ସାରା ଜୀବନ ସଜନତା ରଖୁବ ତେବେ ମନୁଷ୍ୟଗତି ହୁଏ । ମରଣ ପରେ ଚାରି ପ୍ରକାରର ହିଁ ଗତି ହୋଇଥାଏ । ଯିଏ ସାରା ଗାଁର ଫସଲ ଜଳାଇ ଦିଏ, ନିଜ ସ୍ବାର୍ଥ ପାଇଁ, ଏପରି ହୁଏ ନା ଏଠି? ସେମାନଙ୍କୁ ଅନ୍ତରେ ନର୍କଗତି ମିଳେ । ଅପକାର ସାମ୍ନାରେ ମଧ୍ୟ ଉପକାର କରନ୍ତି, ଏପରି ଲୋକ ସୁପର ହ୍ୟୁମାନ ଅଟନ୍ତି, ସେମାନେ ପୁଣି ଦେବଗତିରେ ଯାଆନ୍ତି ।