________________
କ୍ରୋଧ
୩୫
‘କ୍ରୋଧ ଖରାପ ଅଟେ’ ତେବେ ତା’କୁ ଖୋରାକ ଦେଲେ ନାହିଁ, ଏପରି କୁହାଯିବ । କ୍ରୋଧର ପ୍ରଶଂସା କଲ, ତା’ ପକ୍ଷ ନେଲ, ତେବେ ତା’କୁ ଖୋରାକ ମିଳିଗଲା । ଖୋରାକ ଦ୍ବାରା ହିଁ ତ’ ସେ ବଞ୍ଚି ରହିଛି । ଲୋକମାନେ ତ’ ତା’ର ପକ୍ଷ ନିଅନ୍ତି ନା ?
। କ୍ରୋଧ-ମାନ-ମାୟା-ଲୋଭ, କାହାକୁ ମଧ୍ୟ ମୁଁ ରକ୍ଷଣ ଦେଇନାହିଁ । କ୍ରୋଧ ହୋଇଯିବା ପରେ ଯଦି କେହି କୁହେ ଯେ, “ଏ କ୍ରୋଧ କ’ଣ ପାଇଁ କରୁଛ ?” ତେବେ ମୁଁ କହିଦିଏ ଯେ, “ଏ କ୍ରୋଧ ବହୁତ ଖରାପ ଜିନିଷ ଅଟେ, ମୋ ନିର୍ବଳତାର କାରଣରୁ ହୋଇଗଲା । ଅର୍ଥାତ୍ ମୁଁ ରକ୍ଷଣ କଲିନାହିଁ । କିନ୍ତୁ ଲୋକମାନେ ରକ୍ଷଣ କରନ୍ତି ।
ଏ ସାଧୁ ସଂଜେଇ ଟାଣୁଥିବେ, ଆଉ ଆମେ କହିବା, ‘ସାହେବ, ଆପଣ ଗଜେଇ ଟାଣୁଛନ୍ତି ?” ତେବେ ଯଦି ସେ କହନ୍ତି, “ଗଜେଇରେ କିଛି ହାନି ନାହିଁ ।” ତେବେ ବଢ଼ିଯିବ ।
। ଏ ଚାରିଜଣ, କ୍ରୋଧ-ମାନ-ମାୟା-ଲୋଭ, ସେମାନଙ୍କ ମଧ୍ୟରୁ ଜଣଙ୍କ ଉପରେ ପ୍ରେମ ଅଧିକ ରୁହେ, ଅନ୍ୟ ଜଣଙ୍କ ଉପରେ ତା’ଠାରୁ କମ୍ ରୁହେ । ଏହିପରି ଯାହାର ପ୍ରଶଂସା ଅଧୁକ, ତାହାର ପ୍ରିୟତା ଅଧୁକ ।
ସୁଳ କର୍ମ : ସୂକ୍ଷ୍ମ କର୍ମ ସୁଳ କର୍ମର ଅର୍ଥ କ'ଣ, ତାହା ବୁଝିନିଅ । ତୋତେ ଏକଦମ କ୍ରୋଧ ଆସିଲା, ତୁ କ୍ରୋଧ କରିବାକୁ ଚାହୁଁନାହୁଁ ତଥାପି ଆସିଗଲା, ଏପରି ହୁଏ ନା ନାହିଁ ?
ପ୍ରଶ୍ନକର୍ତ୍ତା : ହୁଏ ।
। ଦାଦାଶ୍ରୀ : ସେ କ୍ରୋଧ ଆସିଲା ତେବେ ତାହାର ଫଳ ଏହିଠାରେ ତୁରନ୍ତ ମିଳିଯାଏ । ଲୋକମାନେ କୁହନ୍ତି ଯେ, “ ଛାଡ଼ନା ତା’ କଥା, ସେ ତା ଏମିତି ହିଁ ବହୁତ କ୍ରୋଧୀ ।” କେହି ତା’କୁ ସାମନାସାମନି ଚାପୁଡ଼ା ମଧ୍ୟ ମାରିଦେଇ