________________
୩୪
। କ୍ରୋଧ
ଅଛନ୍ତି ? ଆଉ ତାହା ମଧ୍ୟ ଅନାଦି କାଳରୁ ଜୀବିତ ଅଛନ୍ତି ! ଏଥିପାଇଁ ସେମାନଙ୍କର ଖୋରାକୁ ବନ୍ଦ କରିଦିଅ । ଏପରି ବିଚାର ତ’ କାହାକୁ ମଧ୍ୟ ଆସେ ନାହିଁ ଆଉ ସମସ୍ତେ ଜବରଦସ୍ତି ସେମାନଙ୍କୁ ବାହାର କରିବାରେ ଲାଗିଛନ୍ତି । ସେ ଚାରିଜଣ ଏମିତି ହିଁ ଚାଲିଯିବେ, ଏପରି ନୁହେଁ । ସେମାନେ ତ? ଯେବେ ଆମ୍ବା ବାହାରିଯାଏ, ସେତେବେଳେ ଭିତରର ସମସ୍ତେ ଝାଡ଼ାପୋଛା ପାଇଁ ବାହାରନ୍ତି । ସେମାନଙ୍କୁ ହିଂସକ ମାଡ଼ ଦରକାର ନାହିଁ, ସେମାନଙ୍କୁ ତ ଅହିଂସକ ମାଡ଼ ଦରକାର ।
। ଆଚାର୍ଯ୍ୟ ଶିଷ୍ୟକୁ କେତେବେଳେ ଗାଳି ଦିଅନ୍ତି ? କ୍ରୋଧ ଆସେ, ସେତେବେଳେ । ସେ ସମୟରେ ଯଦି କେହି କୁହେ, “ମହାରାଜ, ଏ ପିଲାକୁ କ’ଣ ପାଇଁ ଗାଳି କରୁଛ ? ସେତେବେଳେ ମହାରାଜ କହିବେ, ସେ ତ’ ଗାଳି ଖାଇବାର ଯୋଗ୍ୟ ଅଟେ । ବାସ୍, ପୁଣି ତ’ ହୋଇଗଲା ସର୍ବନାଶ । ଏପରି କହିବା, ତାହା ହିଁ କ୍ରୋଧର ଖୋରାକ । କ୍ରୋଧ କରି ତାହାର ରକ୍ଷଣ କରିବା, ତାହା ତା’ର ଖୋରାକ ଅଟେ ।
। ଏ କ୍ରୋଧ-ମାନ-ମାୟା-ଲୋଭ ଙ୍କୁ ଯଦି ତିନି ବର୍ଷ ଖୋରାକ ନମିଳେ ତେବେ ପୁଣି ସେମାନେ ମନକୁ ମନ ପଳାଇବେ । ଆମକୁ କହିବାକୁ ହିଁ ପଡ଼ିବ ନାହିଁ । କାରଣ ପ୍ରତ୍ୟେକ ବସ୍ତୁ ନିଜ-ନିଜର ଖୋରାକ ଦ୍ଵାରା ଜୀବିତ ରୁହନ୍ତି ଆଉ ସଂସାରର ଲୋକେ କ’ଣ କରନ୍ତି ? ସବୁବେଳେ ଏ କ୍ରୋଧ-ମାନ-ମାୟା-ଲୋଭ ଙ୍କୁ ଖୋରାକ ଦେଇ ଚାଲିଥାନ୍ତି । ସବୁଦିନ ଖାଇବାକୁ ଦିଅନ୍ତି ଆଉ ପୁଣି ଏମାନେ ତଗଡ଼ା ହୋଇ ବୁଲୁଥାନ୍ତି ।
। ଯଦି ପିଲାମାନଙ୍କୁ ମାରୁଥିବ, ବହୁତ କ୍ରୋଧିତ ହୋଇ ପିଟୁଥିବ, ଆଉ ପୁଣି ସ୍ତ୍ରୀ କୁହେ ଯେ, ବିଚାରା ପିଲାଟାକୁ କ’ଣ ପାଇଁ ଏତେ ମାରିଲ ? ତେବେ କହିବ, ତୁ ବୁଝିପାରିବୁ ନାହିଁ, ଏ ମାଡ଼ ଖାଇବା ଯୋଗ୍ୟ ଅଟେ । ଏହାଦ୍ୱାରା କ୍ରୋଧ ବୁଝିଯାଏ ଯେ ‘ଆରେ ୱାl, ମୋତେ ଖୋରାକ ଦେଲା ! ଭୁଲ ଅଛି ଏପରି ବୁଝୁନାହିଁ ଆଉ ମାଡ଼ ଖାଇବା ଯୋଗ୍ୟ ଏପରି ଅଭିପ୍ରାୟ ଦେଉଛି, ଏଥିପାଇଁ ଏ ମୋତେ ଖୋରାକ ଦେଉଛି । ଏହାକୁ ଖୋରାକ ଦେବା କୁହନ୍ତି । ଆମେ କ୍ରୋଧକୁ ଏନକରେଜ(ପ୍ରୋତ୍ସାହିତ) କରିବା, ତା’କୁ ଭଲ ବୋଲି କହିବା, ତେବେ ତାହା କ୍ରୋଧକୁ ଖୋରାକ ଦେବା କୁହାଯିବ । କ୍ରୋଧ ପାଇଁ ଯଦି ଏପରି ବୁଝିବା ଯେ,