________________
କ୍ରୋଧ
କ’ଣ ତୁମେ କ୍ରୋଧ-ମାନ-ମାୟା-ଲୋଭ ଦ୍ବାରା ବନ୍ଧା ହୋଇଛ ?
ପ୍ରଶ୍ନକର୍ତ୍ତା : ଏକଦମ୍ ।
ଦାଦାଶ୍ରୀ : ତେବେ ବନ୍ଧା ହୋଇଥିବା ବ୍ୟକ୍ତି ନିଜକୁ ନିଜେ କିପରି ମୁକୁଳାଇ ପାରିବ ?
୩୩
ପ୍ରଶ୍ନକର୍ତ୍ତା : ତା’କୁ ଅନ୍ୟ କାହାର ସାହାରା ନେବାକୁ ପଡ଼ିବ । ଦାଦାଶ୍ରୀ : ବନ୍ଧା ହୋଇଥିବା ବ୍ୟକ୍ତିର ହେଲ୍ସ ନେବା ଉଚିତ୍ ? ପ୍ରଶ୍ନକର୍ତ୍ତା : ଯିଏ ସତନ୍ତ୍ର, ତାଙ୍କରି ହେଲ୍ସ ନେବା ଉଚିତ୍ ।
ଦାଦାଶ୍ରୀ : ଆମେ କାହାକୁ ପଚାରିବା ଯେ, ‘ଭାଇ, କେହି ମୁକୁଳି ସାରିଥିବା ବାଲା ଅଛକି ଏଠାରେ ? ମୁକ୍ତ ଅଛ ? ତେବେ ମୋର ହେଲ୍ସ କର ।’ ଅର୍ଥାତ୍ ଯିଏ ମୁକ୍ତ ହୋଇସାରିଥବ, ସେ ହିଁ ମୁକ୍ତ କରାଇ ପାରିବ । ଅନ୍ୟ କେହି କରିପାରିବେ ନାହିଁ ।
କ୍ରୋଧ-ମାନ-ମାୟା-ଲୋଭର ଖୋରାକ(ପୋଷଣ)
କିଛି ଲୋକ ଯେଉଁମାନେ ଜାଗୃତ ଅଟନ୍ତି, ସେମାନେ କୁହନ୍ତି ଯେ ଏ ଯେଉଁ କ୍ରୋଧ ହୋଇଯାଉଛି ତାହା ଆମକୁ ପସନ୍ଦ ନୁହେଁ, ତଥାପି କରିବାକୁ ପଡ଼ୁଛି ।
ଆଉ କିଛି ତ’ କ୍ରୋଧ କରନ୍ତି ଏବଂ କୁହନ୍ତି, ‘କ୍ରୋଧ କରିବୁନି ତେବେ ଆମ ଗାଡ଼ି ରୁଲିବ ହିଁ ନାହିଁ, ଆମ ଗାଡ଼ି ବନ୍ଦ ହୋଇଯିବ ।’ ଏପରି ମଧ୍ୟ କୁହନ୍ତି |
କ୍ରୋଧ-ମାନ-ମାୟା-ଲୋଭ ନିରନ୍ତର ତା’ର(ସେ ବ୍ୟକ୍ତିର) ନିଜର ହିଁ ଚୋରିକରି ଖାଆନ୍ତି, କିନ୍ତୁ ଲୋକଙ୍କୁ ବୁଝାପଡ଼େ ନାହିଁ । ଏ ଚାରିଜଣଙ୍କୁ ଯଦି ତିନିବର୍ଷ ଭୋକିଲା ରଖିବ, ତେବେ ସେମାନେ ଦୌଡ଼ି ପଳାଇବେ । କିନ୍ତୁ ଯେଉଁ ଖୋରାକ ପାଇଁ ସେମାନେ ବଞ୍ଚୁଛନ୍ତି, ସେ ଖୋରାକ କ’ଣ ? ଯଦି ଏହା ନଜାଣିବ, ତେବେ ସେମାନେ ଭୋକରେ କେମିତି ମରିବେ ? ତା’ର(ସେ ବ୍ୟକ୍ତିର) ସମଝଶକ୍ତି ନଥିବା କାରଣରୁ ହିଁ ସେମାନଙ୍କୁ ଖୋରାକ ମିଳିଚାଲେ। ସେମାନେ କିପରି ଜୀବିତ