________________
୩୬
କ୍ରୋଧ
ପାରେ । ଅର୍ଥାତ କ୍ରୋଧ ହେବା ତାହା ସୁଳ କର୍ମ ଅଟେ । ଏବଂ କ୍ରୋଧ ହେଲା, ତା’ପଛରେ ଆଜି ତୋର ଭାବ କ’ଣ ଅଛି ଯେ’ କ୍ରୋଧ କରିବା ହିଁ ଉଚିତ୍ ।” ତେବେ ତାହା ପୁଣି ପରଜନ୍ମରେ କ୍ରୋଧର ହିସାବ ଅଟେ । ତୋର ଆଜିର ଭାବ ଅଛି ଯେ କୋଧ କରିବା ଉଚିତ ନୁହେଁ, ତୋ ମନରେ ‘ନିଶ୍ଚୟ’ ( ସଂକଳ୍ପ) ଥିବା ଯେ କ୍ରୋଧ କରିବାର ହିଁ ନାହିଁ, ତଥାପି ଯଦି ହୋଇଯାଏ, ତେବେ ପରଜନ୍ମ ପାଇଁ ତୋତେ ବନ୍ଧନ ରହିଲା ନାହିଁ । ଯଦି ସୁଳ କର୍ମରେ ତୋ ଦ୍ବାରା କ୍ରୋଧ ହେଲା ତେବେ ତୋତେ ଏହି ଜନ୍ମରେ ମାଡ଼ ଖାଇବାକୁ ପଡ଼ିବ । କିନ୍ତୁ ତୋତେ ପରଜନ୍ମ ପାଇଁ ବନ୍ଧନ ରହିବ ନାହିଁ, କାହିଁକିନା ସୂକ୍ଷ୍ମ କର୍ମରେ ତୋର ‘ନିଶ୍ଚୟ’ (ଭାବ) ଅଛି ଯେ କ୍ରୋଧ କରିବା ଉଚିତ ନୁହେଁ । ଆଉ ଆଜି କେହି ବ୍ୟକ୍ତି କାହା ଉପରେ କ୍ରୋଧ କରୁନାହିଁ, ତଥାପି ମନରେ ଯଦି କୁହେ ଯେ, “ଏଭଳି ଲୋକମାନଙ୍କ ଉପରେ କ୍ରୋଧ କରିବ ତେବେ ଯାଇ ଏମାନେ ସିଧା ହେବେ, ଏପରି ଅଟନ୍ତି । ତେବେ ଏହା ଦ୍ଵାରା ପର ଜନ୍ମରେ ସେ ପୁଣି କ୍ରୋଧ ବାଲା ହୋଇଯିବ । ଅର୍ଥାତ ବାହାରେ ଯେଉଁ କ୍ରୋଧ ହୁଏ, ତାହା ସୁଳ କର୍ମ ଅଟେ । ଆଉ ସେହି ସମୟରେ ଭିତରେ ଯେଉଁ ଭାବ ହୁଏ, ତାହା ସୁକ୍ଷ୍ମ କର୍ମ ଅଟେ । ଯଦି ଏହା ଆମେ ବୁଝିନେବା ତେବେ ସୁଳ କର୍ମରେ ଆଦୌ ବନ୍ଧନ ନାହିଁ । ଏଥିପାଇଁ ଏ ‘ସାଇନ୍ମ’(ବିଜ୍ଞାନ) ମୁଁ ନୂଆ ପ୍ରକାରର ଦେଇଛି । ଆଜି ପର୍ଯ୍ୟନ୍ତ ‘ସୁଳ କର୍ମରୁ ବନ୍ଧନ ହୁଏ, ଏପରି ଲୋକଙ୍କ ମୁଣ୍ଡରେ ପଶିଯାଇଛି ଆଉ ଏଥିପାଇଁ ଲୋକମାନେ ଶଙ୍କାରେ ଅଛନ୍ତି ।
ଭେଦଜ୍ଞାନ ଦ୍ଵାରା ଦୂରହୁଏ କଷାୟ ପ୍ରଶ୍ନକର୍ତ୍ତା : ଚାରି କଷାୟଙ୍କୁ ଜିତିବା ପାଇଁ କ’ଣ କିଛି ପ୍ରାଥମିକ ଭୂମିକା ପ୍ରସ୍ତୁତ କରିବା ଆବଶ୍ୟକ ? ଯଦି ଆବଶ୍ୟକ ତେବେ ତା’ ପାଇଁ କ’ଣ କରିବା ଉଚିତ୍ ?
ଦାଦାଶ୍ରୀ : ଏପରି ଅଟେ, ଯେ କ୍ରୋଧ-ମାନ-ମାୟା-ଲୋଭ, ଏ ଚାରିହେଁ ଯଦି ଚାଲିଯିବେ ତେବେ ବାସ୍ ସେ ଭଗବାନ ହୋଇଗଲା ! । ଭଗବାନ ତ? କ’ଣ କହିଛନ୍ତି ଯେ, “ଯଦି ତୋ କ୍ରୋଧ ଏପରି ଯେ ତୋ ନିଜ ମାମୁଁ ଉପରେ ତୁ କ୍ରୋଧ କରୁଛୁ, ତେବେ ତାଙ୍କ ମନ ତୋ ଠାରୁ ଅଲଗା