________________
। ୩o
କ୍ରୋଧ।
। ନିଜର ପ୍ରତିଷ୍ଠା କେବେ ସମାପ୍ତ ହେବ, ଯେବେ ମୁଁ ଶୁଦ୍ଧାମ୍ ଅଟେ? ଏହା ହୋରେ ଆସିବ ତେବେ । ଅର୍ଥାତ ନିଜର ସସରୂପକୁ ଆସିବା, ତେବେ ପ୍ରତିଷ୍ଠା ଭାଙ୍ଗିଯିବ । ତେବେ ଯାଇ କ୍ରୋଧ-ମାନ-ମାୟା-ଲୋଭ ଯିବେ ଅନ୍ୟଥା ଯିବେ ନାହିଁ । ମାରିଲେ ମଧ୍ୟ ଯିବେ ନାହିଁ ଆଉ ଓଲଟା ବଢ଼ିବେ । ଜଣକୁ ମାରିବା ତେବେ ଅନ୍ୟ ଜଣେ ବଢ଼ିବ ଏବଂ ତା’କୁ ମାରିଲେ ଆଉଜଣେ ବଢ଼ିବ । । ଯେଉଁଠି କ୍ରୋଧ ଦୁର୍ବଳ, ସେଠାରେ ମାନ ତଗଡ଼ା
ଜଣେ ମହାରାଜ କୁହନ୍ତି, ମୁଁ କ୍ରୋଧ କୁ ଦାବି-ଦାବି ନିର୍ମୂଳ କରିପକାଇଲି । ମୁଁ କହିଲି, “ତା’ର ପରିଣାମ ସରୂପ ଏହି ‘ମାନ’ ନାମକ ମଇଁଷି ଅଧିକ ତଗଡ଼ା ହୋଇଗଲା । ମାନ ତଗଡ଼ା ହୋଇ ଚାଲିଥାଏ, କାହିଁକିନା ମାୟାର ଏ ପୁତ୍ର ମରିବେ, ଏପରି ନୁହେଁ । ତାଙ୍କର ଉପାୟ କରିବା, ତେବେ ସେମାନେ ଯିବେ, ନଚେତ ସେମାନେ ଯିବାବାଲାଙ୍କ ମଧ୍ୟରେ ନୁହେଁ । ଏମାନେ ମାୟାର ସନ୍ତାନ ଅଟନ୍ତି । ସେ ମାନ ନାମକ ମଇଁଷି ଏତେ ତଗଡ଼ା ହେଲା, ମୁଁ କ୍ରୋଧକୁ ଦବାଇ ଦେଲି, ମୁଁ କ୍ରୋଧକୁ ଦବାଇ ଦେଲି ।’ ସେ ପୁଣି ତଗଡ଼ା ହେଲା । ଏହା ଅପେକ୍ଷା ତ’ ଚାରିଜଣ ସାରା ସମାନ ଥିଲେ, ତାହା ଭଲ ଥୁଲା ।
। କ୍ରୋଧ ଏବଂ ମାୟା ଅଟନ୍ତି ରକ୍ଷକ
। କ୍ରୋଧ ଏବଂ ମାୟା, ସେମାନେ ତ’ ରକ୍ଷକ ଅଟନ୍ତି । ସେମାନେ ତ’ ଲୋଭ ଏବଂ ମାନର ରକ୍ଷକ ଅଟନ୍ତି । ଲୋଭର ଯଥାର୍ଥ ରକ୍ଷକ ମାୟା ଏବଂ ମାନର ଯଥାର୍ଥ ରକ୍ଷକ କ୍ରୋଧ । ତଥାପି ମାନ ପାଇଁ ଅଳ୍ପ ବହୁତ ମାୟାର ଉପଯୋଗ ହୁଏ, କପଟ କରନ୍ତି । କପଟ କରି ମଧ୍ୟ ମାନ ପ୍ରାପ୍ତ କରି ନିଅନ୍ତି, କ’ଣ ଏପରି କରୁଥିବେ ଲୋକେ ?
ଆଉ କ୍ରୋଧ କରି ଲୋଭ କରି ନିଅନ୍ତି । ଯିଏ ଲୋଭୀ ସେ କ୍ରୋଧୀ ନଥାଏ ଆଉ ଯଦି କ୍ରୋଧ କରେ ତେବେ ବୁଝିନେବ ଯେ ତା’କୁ ଲୋଭରେ କିଛି ବାଧା ଆସିଛି, ଏଥିପାଇଁ କ୍ରୋଧ କରୁଛି । ନଚେତ ଲୋଭୀ ତ’ ଓଲଟା ତା’କୁ କେହି ଗାଳି ଦେଉ ତଥାପି କୁହେ, “ ମୋତେ ତ’ ମୋ ଟଙ୍କା ମିଳିଗଲା, ସେ