________________
କ୍ରୋଧ
ହୋଇଯାଏ । ଅତିକ୍ରମଣ କଲ, ଏଥିପାଇଁ ପ୍ରତିକ୍ରମଣ କର । ।
। ପ୍ରଶ୍ନକର୍ଷା : କାହା ଉପରେ କ୍ରୋଧ ହୋଇଯିବା ପରେ ଧ୍ୟାନ ଆସେ ଏବଂ ସେହି କ୍ଷଣି ଆମେ ତାଙ୍କୁ କ୍ଷମା ମାଗିନେବୁ, ତେବେ ତାହା କ’ଣ କୁହାଯିବ ? । ଦାଦାଶ୍ରୀ : ଏବେ ଜ୍ଞାନ ନେବା ପରେ କ୍ରୋଧ ହୋଇଯାଏ, ଆଉ ପୁଣି କ୍ଷମା ମାଗିନେବ, ତେବେ କୌଣସି ଅସୁବିଧା ନାହିଁ । ହୋଇଗଲ ମୁକ୍ତ ! ଆଉ ଏପରି ପ୍ରତ୍ୟକ୍ଷରେ କ୍ଷମା ମାଗି ପାରୁନାହିଁ, ତେବେ ମନେ ମନେ ମାଗିନେବ ତ? ହୋଇଗଲା ।
ପ୍ରଶ୍ନକର୍ତ୍ତା : ପ୍ରତ୍ୟକ୍ଷ ଅର୍ଥାତ ସମସ୍ତଙ୍କ ସାମନାରେ ?
ଦାଦାଶ୍ରୀ : କିଛି କଥା ନାହିଁ, ଏପରି ନମାଗି ସେମିତି ହିଁ ମନରେ ହିଁ ପ୍ରତିକ୍ରମଣ କରିନେବ ତେବେ ଚଳିବ । କାରଣ ଏ ଦୋଷ ଜୀବିତ ନହେଁ, ଏହା ଡିସ୍ଚାର୍ଜ ଅଟେ । ଡିସ୍ଚାର୍ଜ ଦୋଷ, ଅର୍ଥାତ ଏହା ଚାର୍ଜ ଦୋଷ ନୁହେଁ ! ଏଥିପାଇଁ ଏତେ ଖରାପ ପରିଣାମ ଆସିବ ନାହିଁ ।
ପ୍ରତିଷ୍ଠା କରିବା ଦ୍ବାରା ତିଷ୍ଠି ରହିଛି କଷାୟ
ଏସବୁ ତୁମେ ଚଲାଉ ନାହିଁ, କ୍ରୋଧ-ମାନ-ମାୟା-ଲୋଭ ଆଦି କଷାୟ ଚଲାଉଛନ୍ତି । କଷାୟମାନଙ୍କର ହିଁ ରାଜୁତି ଚାଲିଛି । ‘ନିଜେ କିଏ’ ତାହା ହୋସ
ରେ ଆସିବ, ତେବେ ଯାଇ କଷାୟ ଯିବ । କ୍ରୋଧ ହୁଏ ସେତେବେଳେ ପଶ୍ଚାତାପ ହୁଏ, କିନ୍ତୁ ଭଗବାନ ବତାଇଥିବା ପ୍ରତିକ୍ରମଣ କରିବା ନଆସେ ତେବେ କ’ଣ ହେବ ? ପ୍ରତିକ୍ରମଣ କରିବା ଆସୁଥାନ୍ତା ତେବେ ମୁକ୍ତି ମିଳିଯାନ୍ତା ।
। ଅର୍ଥାତ୍ ଏ କ୍ରୋଧ-ମାନ-ମାୟା-ଲୋଭ ର ସୃଷ୍ଟି କେବେ ପର୍ଯ୍ୟନ୍ତ ଛିଡ଼ା ହୋଇଥିବ ? ମୁଁ ଚନ୍ଦୁଲାଲ ଅଟେ ଏବଂ ମୁଁ ଏପରି ଅଟେ? ଏପରି ନିଶ୍ଚୟ ( ଦୃଢ଼ ଭାବ) ଅଛି ସେତେ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବ । ଯେତେ ପର୍ଯ୍ୟନ୍ତ ଆମେ ପ୍ରତିଷ୍ଠା କରିଛନ୍ତି ଯେ ମୁଁ ଚନ୍ଦୁଲାଲ ଅଟେ’, ଏ ଲୋକମାନେ ପ୍ରତିଷ୍ଠା କଲେ ଆଉ ଆମେ ତାହାକୁ ମାନିନେଲେ ଯେ ମୁଁ ଚନ୍ଦୁଲାଲ ଅଟେ’, ସେତେ ପର୍ଯ୍ୟନ୍ତ ଏ କ୍ରୋଧ-ମାନ-ମାୟା-ଲୋଭ ଭିତରେ ରହିବେ ।