________________
। କ୍ରୋଧ
୨୧
। ଏବେ ଏହି କ୍ରମିକ ମାର୍ଗରେ ତ’ ଶିଷ୍ୟମାନେ ଭୟରେ ହିଁ ଥା'ନ୍ତି ଯେ ‘ଏବେ କିଛି କହିବେ, ଏବେ କିଛି କହିବେ ।’ ଆଉ ସେମାନେ( ଗୁରୁ) ମଧ୍ୟ ଦିନସାରା ସକାଳ ପହରୁ ଆକୁଳତାର ସହ ବସିରହିଥାନ୍ତି । ତ’ ପୂରା ଦଶକ ଗୁଣକସ୍ଥାନ ପର୍ଯ୍ୟନ୍ତ ଏହି ହାଲ ! ସେ ଆଖୁ ଲାଲ କରନ୍ତି ତେବେ ଭିତରେ ନିଆଁ ଲାଗିଯାଏ ! ଏହି ବେଦନା, କେତେ ସବୁ ବେଦନା ହେଉଥିବ ? ସେତେବେଳେ କିପରି ପହଞ୍ଚିପାରିବା ? ଏଥିପାଇଁ ମୋକ୍ଷ ପାଇବା କ’ଣ ଏମିତି ହିଁ ଲଡ଼ୁ ଖାଇବାର ଖେଳ ଅଟେ ? ଏ ତ’ କେବେକେବେ ହିଁ ଏପରି ଅକ୍ରମ ବିଜ୍ଞାନ ପ୍ରାପ୍ତ ହୁଏ !
କ୍ରୋଧ ଅର୍ଥାତ ଏକ ପ୍ରକାରର ସଙ୍କେତ ସଂସାରରେ ଲୋକେ କ’ଣ କୁହନ୍ତି ଯେ ଏ ଭାଇଜଣକ ପୁଅ ଉପରେ କ୍ରୋଧ କଲେ, ଏଥିପାଇଁ ସେ ଦୋଷୀ ଅଟନ୍ତି ଏବଂ ପାପ ବାନ୍ଧିଲେ । ଭଗବାନ ଏପରି କୁହନ୍ତି ନାହିଁ । ଭଗବାନ କୁହନ୍ତି ଯେ, ‘ପୁଅ ଉପରେ କ୍ରୋଧ କଲା ନାହିଁ, ଏଥିପାଇଁ ତା’ ବାପା ଦୋଷୀ ଅଟେ । ଏଣୁ ତା’ ଉପରେ ଶହେ ଟଙ୍କା ଜୋରିମାନା । ସେତେବେଳେ ପଚାରନ୍ତି, ‘କ୍ରୋଧ କରିବା ଉଚିତ ଅଟେ ?? ତେବେ ଭଗବାନ କୁହନ୍ତି, “ନା, କିନ୍ତୁ ଏବେ ତାହାର ଆବଶ୍ୟକତା ଥିଲା । ଯଦି ଏଠାରେ କ୍ରୋଧ କରିନଥାନ୍ତ ତେବେ ପୁଅ ଓଲଟା ରାସ୍ତାରେ ଚାଲି ଯାଇଥାନ୍ତା ।” ।
ଅର୍ଥାତ କ୍ରୋଧ ଏକ ପ୍ରକାରର ଲାଲ ସଙ୍କେତ ଅଟେ, ଆଉ କିଛି ନୁହେଁ । ଯଦି ଆଖୁ ନଦେଖାଇଥାନ୍ତ, ଯଦି କ୍ରୋଧ କରିନଥାନ୍ତ, ତେବେ ପୁଅ ଓଲଟା ରାସ୍ତାରେ ଚାଲିଯାଇଥାନ୍ତା । ଏଥିପାଇଁ, ବାପା ଯଦି ପୁଅ ଉପରେ କ୍ରୋଧ କରେ, ତଥାପି ଭଗବାନ ତା’କୁ ଶହେ ଟଙ୍କା ପୁରସ୍କାର ଦିଅନ୍ତି ।
କ୍ରୋଧ ତ’ ଲାଲ ପତକା ଅଟେ । ପବ୍ଲିକ୍ କୁ ଏହା ଜଣାନାହିଁ ଆଉ କେତେ ସମୟ ଲାଲ ପତକା ଦେଖାଇବା ଉଚିତ, ଏହା ବୁଝିନେବା ଆବଶ୍ୟକ । ଏବେ ରେଳଗାଡ଼ି ଯାଉଥିବ ଆଉ ଅଢ଼େଇ ଘଣ୍ଟା ଯାଏଁ ଲାଲ ପତକା ଧରି ବିନା କାରଣରେ ଠିଆ ହେବା, ତେବେ କ’ଣ ହେବ ? ଅର୍ଥାତ ଲାଲ ସଙ୍କେତର ଆବଶ୍ୟକ ଅଛି, କିନ୍ତୁ କେତେ ସମୟ ପାଇଁ, ତାହା ବୁଝିନେବା ଉଚିତ ।
। ଥଣ୍ଡା(ଶାନ୍ତ ରହିବା), ତାହା ସବୁଜ ସଙ୍କେତ ଅଟେ ।