________________
୨୨
କ୍ରୋଧ
ରୌଦ୍ରଧାନ ପରିମିତ ଧର୍ମଧାନ ରେ ପିଲାମାନଙ୍କ ଉପରେ କ୍ରୋଧ କଲ, କିନ୍ତୁ ଭିତରେ ତୁମର ଭାବ କ’ଣ ଥାଏ ଯେ ଏପରି ନହେବା ଉଚିତ । ଭିତରେ ତୁମର ଭାବ କ’ଣ ଥାଏ ?
ପ୍ରଶ୍ନକର୍ତ୍ତା : ଏପରି ନ ହେବା ଉଚିତ ।
ଦାଦାଶ୍ରୀ : ଅର୍ଥାତ୍ ଏହା ରୌଦ୍ରଧାନ ଥିଲା, ତାହା ଧର୍ମଧାନରେ ପରିଣତ ହୋଇଗଲା । କ୍ରୋଧ ହେଲା, ତଥାପି ପରିଣାମରେ ଆସିଲା ଧର୍ମଧାନ ।
ପ୍ରଶ୍ନକର୍ତ୍ତା : ଏପରି ନହେବା ଉଚିତ, ଏହି ଭାବ ଅଛି, ଏଥିପାଇଁ ?
ଦାଦାଶ୍ରୀ : ହିଂସକ ଭାବ ନାହିଁ ତା’ପଛରେ। ହିଂସକଭାବ ବିନା କ୍ରୋଧ ହୋଇ ହିଁ ପାରିବନି, କିନ୍ତୁ କ୍ରୋଧର ଏକ ବିଶେଷ ଦଶା ଅଛି ଯେ ଯଦି କେହି ନିଜ ପୁଅ, ନିଜ ମିତ୍ର ଅବା ନିଜ ସ୍ତ୍ରୀ ଉପରେ କ୍ରୋଧ କରେ ତେବେ ପୁଣ୍ୟ ବନ୍ଧାହୁଏ । କାହିଁକିନା ଏହା ଦେଖାଯାଏ ଯେ କ୍ରୋଧ କରିବା ପଛରେ ତା’ର ହେତୁ କ’ଣ ଅଛି ?
ପ୍ରଶ୍ନକର୍ତ୍ତା : ପ୍ରଶସ୍ତ କ୍ରୋଧ। ଦାଦାଶ୍ରୀ : ଅପ୍ରଶସ୍ତ କ୍ରୋଧକୁ ଖରାପ କୁହାଯାଏ ।
ତ’ ଏହି କ୍ରୋଧରେ ମଧ୍ୟ ଏତିକି ଭେଦ ଅଛି । ଦ୍ବିତୀୟତଃ, ପଇସା ପାଇଁ ପୁଅକୁ ଭଲମନ୍ଦ କହିବା ଯେ ତୁ ବ୍ୟାପାରରେ ଠିରେ ଧ୍ୟାନ ଦେଉନାହୁଁ । ସେ କ୍ରୋଧ ଅଲଗା । ପିଲାମାନଙ୍କୁ ସୁଧାରିବା ପାଇଁ, ଚୋରୀ କରୁଥିବ, ଆଉ କିଛି ଓଲଟା-ସିଧା କରୁଥିବ, ସେଥିପାଇଁ ପୁଅକୁ ଗାଳିଦେବା, କ୍ରୋଧ କରିବା, ତେବେ ତା’ ପାଇଁ ଭଗବାନ ପୁଣ୍ୟ କହିଛନ୍ତି ଯେ ଏହାର ଫଳ ପୁଣ୍ୟ ଅଟେ । ଭଗବାନ କେତେ ସମଝଦାର !
। କ୍ରୋଧ ଟାଳନ୍ତୁ ଏପରି ପ୍ରଶ୍ନକର୍ତ୍ତା : ଆମେ କ୍ରୋଧ କାହା ଉପରେ କରୁ, ଖାସ କରି ଅଫିସରେ