________________
୨o
କ୍ରୋଧ
ତେବେ ଏମିତି ହିଁ ଚଳେଇ ନେ ନା !
ପ୍ରଶ୍ନକର୍ତ୍ତା : ଯଦି ଆମେ କ୍ରୋଧ ନ କରୁ ତେବେ ସେ ଶୁଣିବ ହିଁ ନାହିଁ, ଖାଇବ ନାହିଁ ମଧ୍ୟ ।। ଦାଦାଶ୍ରୀ : କ୍ରୋଧ କରିବା ପରେ ମଧ୍ୟ କେଉଁଠି ଶୁଣୁଛନ୍ତି ? !
ବୀତରାଗଙ୍କ ସୂକ୍ଷ୍ମତା ତ’ ଦେଖ ତଥାପି ଲୋକେ କ’ଣ କୁହନ୍ତି ଯେ ଏ ବାପଜଣଙ୍କ ନିଜ ପୁଅ ଉପରେ ଏତେ ରାଗୁଛି, ଏଥିପାଇଁ ସେ ଅଯୋଗ୍ୟ ମଣିଷ ଅଟେ, ଆଉ ପ୍ରକୃତି ପାଖରେ ଏହାର କ’ଣ ନ୍ୟାୟ ହେଉଥିବ ? ଏ ବାପର ଭାଗରେ ପୁଣ୍ୟ ରଖ ।” ହଁ, ପୁଅର ହିତ ପାଇଁ ନିଜେ ନିଜ ଉପରେ କଳହ ନେଉଛି ନା ! ପୁଅର ସୁଖ ପାଇଁ ନିଜେ କଳହ ଆପଣେଇ ନେଲା, ଏଥିପାଇଁ ତା’କୁ ପୁଣ୍ୟ ଦିଅ ! ଅନ୍ୟଥା କୌଣସି ବି ପ୍ରକାରର କ୍ରୋଧ ପାପର ହିଁ ବନ୍ଧନ କରାଏ, କିନ୍ତୁ କେବଳ ଏହି ପୁଅର କିମ୍ବା ଶିଷ୍ୟର ସୁଖ ପାଇଁ ଯେଉଁ କ୍ରୋଧ କର, ସେଥିରେ ତୁମେ ନିଜର ଉତ୍ସର୍ଗ କରି ତା’ ସୁଖ ପାଇଁ କର, ତେବେ ତା’ର ପୁଣ୍ୟ ବନ୍ଧାହୁଏ । ତଥାପି ଏଠାରେ ତ’ ଲୋକେ ତା’କୁ ଅପୟଶ ହିଁ ଦିଅନ୍ତି ! ମାତ୍ର ଈଶ୍ବରଙ୍କ ଘରେ ସଠିକ୍ କାନୁନ୍ ଅଛି ନା ନାହିଁ ? ନିଜ ପୁଅ ବା ଝିଅ ଉପରେ କ୍ରୋଧ କରେ ନା, କିନ୍ତୁ ସେଥିରେ ହିଂସକଭାବ ନଥାଏ, ଅନ୍ୟ ସବୁ ଜାଗାରେ ହିଂସକଭାବ ଥାଏ । ତଥାପି ସେଥିରେ ତ୍ ରହିଥାଏ, କାହିଁକିନା ଯେମିତି ସେ ପୁଅକୁ ଦେଖେ, ସେତେବେଳେ ଭିତରେ ପୁଣି କ୍ଳେଶ ଆରମ୍ଭ ହୋଇଯାଏ । ତା’ର ସେ ଫତ୍ ରହିଥାଏ ।
। ଯଦି କ୍ରୋଧରେ ହିଂସକ-ଭାବ ଏବଂ ତ୍, ଏ ଦୁହେଁ ନ ରୁହନ୍ତି ତେବେ ମୋକ୍ଷ ହୁଏ। ଆଉ ହିଂସକଭାବ ନଥାଏ, କେବଳ ତ୍ ଥାଏ ତେବେ ମଧ୍ୟ ପୁଣ୍ୟ ବାଣେ । କିଭଳି ସୂକ୍ଷ୍ମତାର ସହ ଭଗବାନ ଖୋଜି ବାହାର କରିଛନ୍ତି ନା !
। କ୍ରୋଧ କରେ ତଥାପି ବାଛେ ପୁଣ୍ୟ ଭଗବାନ କହିଛନ୍ତି ଯେ ଯଦି ଅନ୍ୟର ଭଲ ପାଇଁ କ୍ରୋଧ କରୁଛି, ପରମାର୍ଥ ହେତୁ କ୍ରୋଧ କରୁଛି ତେବେ ତାହାର ଫଳସରୂପ ପୁଣ୍ୟ ମିଳେ ।