________________
। କ୍ରୋଧ
ଯେଉଁ ସବୁ ତା’ର ଦୋଷ ଦେଖୁଛି, ତାହାର ପରିଣାମ ଅଟେ । ଏବେ ଏ ଯାହାଯାହା ଦୋଷ କରୁଛି, ସେ ସବୁକୁ ଯଦି ମନ ଉପରେ ନନେବି, ତେବେ ପୁଣି ତା’ ପ୍ରତି କ୍ରୋଧ ରେ-ରେ ବନ୍ଦ ହୋଇଯିବ । କିନ୍ତୁ କିଛି ପୂର୍ବ ପରିଣାମ ଅଛି, ସେତିକି ଆସିବ, ମାତ୍ର ଆଗକୁ ଆଉ ସବୁ ବନ୍ଦ ହୋଇଯିବ ।
। ପ୍ରଶ୍ନକର୍ତ୍ତା : ଅନ୍ୟର ଦୋଷ ଦେଖାଯାଉଛି, କ’ଣ ସେହି କାରଣରୁ କ୍ରୋଧ ଆସେ ?
। ଦାଦାଶ୍ରୀ : ହିଁ । ସେ ଦୋଷ ଦେଖାଯାଏ, ତାହା ମଧ୍ୟ ଆମକୁ ଜାଣିନେବାକୁ ହେବ ଯେ ଏହା ମଧ୍ୟ ଭୁଲ ପରିଣାମ ଅଟେ । ଅର୍ଥାତ ଯେବେ ଏହି ଭୁଲ ପରିଣାମ ଗୁଡ଼ିକୁ ଦେଖୁବା ବନ୍ଦ ହୋଇଯିବ, ତା’ପରେ କ୍ରୋଧ ବନ୍ଦ ହୋଇଯିବ । ଆମର ଦୋଷ ଦେଖବା ବନ୍ଦ ହୋଇଗଲେ ସବୁକିଛି ବନ୍ଦ ହୋଇଯିବ ।
। କ୍ରୋଧର ମୂଳରେ ଅହଂକାର ଲୋକେ ପଚାରନ୍ତି, “ ଆମର ଏହି କ୍ରୋଧର କ’ଣ ଉପଚାର କରିବୁ ?” ମୁଁ କୁହେ, “ ଏବେ ତୁମେ କଣ କରୁଛ ?” ତେବେ କୁହନ୍ତି, “ କ୍ରୋଧକୁ ଦବେଇ ଚାଲିଛୁ ।” ମୁଁ ପଚାରିଲି, ‘ଚିହ୍ନିକି ଦବାଉଛି ନା ନଚିହ୍ନିକି ? କ୍ରୋଧକୁ ଚିହ୍ନିବାକୁ ତ ହେବ ନା ?? କ୍ରୋଧ ଏବଂ ଶାନ୍ତି ଦୁହେଁ ଏକା ସାଥିରେ ବସିଛନ୍ତି । ଏବେ ଆମେ କ୍ରୋଧକୁ ଚିହ୍ନିନାହାନ୍ତି ଆଉ ଶାନ୍ତିକୁ ଦବେଇଦେବା, ତେବେ ଶାନ୍ତି ମରିଯିବ ଓଲଟା ! ଏଣୁ ଏହା ଦବାଇବା ଭଳି ଜିନିଷ ନୁହେଁ । ତେବେ ସେ ବୁଝିପାରିଲା ଯେ କ୍ରୋଧ ଅହଂକାର ଅଟେ । ଏବେ, କିଭଳି ଅହଂକାରରୁ କ୍ରୋଧ ହୁଏ, ଏହାର ସନ୍ଧାନ କରିବା ଉଚିତ୍ ।
ପୁଅ ଗ୍ଲାସ୍ ଭାଙ୍ଗିଦେଲା ତ’ କ୍ରୋଧ ଆସିଗଲା, ସେଠାରେ ଆମର କ’ଣ ଅହଂକାର ଅଛି ? ଏହି ଗ୍ଲାସ୍(ସେତିକି ଟଙ୍କା) କ୍ଷତି ହୋଇଯିବ, ଏପରି ଅହଂକାର ଅଛି । ଲାଭ-କ୍ଷତିର ଅହଂକାର ଅଛି ଆମର ! ଏଥିପାଇଁ ଲାଭ-କ୍ଷତିର ଅହଂକାରକୁ, ତା’ଉପରେ ବୁଝି-ବିଚାରି, ନିର୍ମୂଳ କର । ମିଥ୍ୟା ଅହଂକାରକୁ ସମ୍ଭାଳିକରି ରଖୁବା । ଦ୍ବାରା କ୍ରୋଧ ହୋଇଚାଲିଥାଏ । କ୍ରୋଧ ଅଛି, ଲୋଭ ଅଛି, ବାସ୍ତବରେ ତ ଏ ସମସ୍ତଙ୍କର ମୂଳରେ ଅହଂକାର ହିଁ ଅଛି ।