________________
୧୬
କ୍ରୋଧ
ତାଙ୍କ ଉପରେ କ୍ରୋଧ ଆସେନାହିଁ ଆଉ କିଛି ତ ବିଚରା ଠିକ୍ କରୁଥୁବେ ତଥାପି ତାଙ୍କ ଉପରେ କ୍ରୋଧ ହୋଇଯାଏ, ତ ପୁଣି କିଛି କାରଣ ତ’ ଥିବ ନା ?
ପ୍ରଶ୍ନକର୍ତ୍ତା : ତା’ ପ୍ରତି ମନ ଭିତରେ ଗ୍ରନ୍ଥି ବନ୍ଧା ହୋଇଯାଇଥିବ ?
:
ଦାଦାଶ୍ରୀ : ହଁ, ଗ୍ରନ୍ଥି ବାନ୍ଧି ହୋଇଯାଇଛି, ସେ ଗ୍ରନ୍ଥିକୁ ନଷ୍ଟ କରିବା ପାଇଁ ଏବେ କ’ଣ କରିବା ? ପରୀକ୍ଷା ତ’ ଦେଇ ସାରିଛ । ଯେତିକି ଥର ତା’ ଉପରେ କ୍ରୋଧ ହେବାକୁ ଥିବ, ସେତିକି ଥର ହୋଇଯିବ ହିଁ । ଆଉ ସେଥିପାଇଁ ଗ୍ରନ୍ଥି ମଧ୍ଯ ବନ୍ଧା ହୋଇଯାଇଛି, କିନ୍ତୁ ଏହାପରେ ତୁମକୁ କ’ଣ କରିବା ଉଚିତ୍ ? ଯାହା ଉପରେ କ୍ରୋଧ ଆସୁଛି ତା’ ପ୍ରତି ମନ ବିଗାଡ଼ିବାକୁ ନଦେବା ଉଚିତ୍ । ମନକୁ ସୁଧାରିବ ଯେ ଭାଇ, ଆମର ପ୍ରାରବ୍ଧର ହିସାବ ଅନୁସାରେ ଏ ବ୍ୟକ୍ତି ଏପରି କରୁଛି । ସେ ଯାହା-ଯାହା କରୁଛି, ତାହା ମୋ କର୍ମର ଉଦୟ ଅଟେ, ଏଥିପାଇଁ ଏପରି କରୁଛି । ଏହିପରି ମନକୁ ସୁଧାରିନେବ। ମନକୁ ସୁଧାରିଚାଲିଥବ ଏବଂ ସାମନାବାଲା ପ୍ରତି ମନ ସୁଧୁରିଯିବ ତେବେ ତା’ପ୍ରତି କ୍ରୋଧ ଆସିବା ବନ୍ଦ ହୋଇଯିବ । କିଛି ସମୟ ପର୍ଯ୍ୟନ୍ତ, ଯାହା ବିଗତ(ପୂର୍ବ ଜନ୍ମର) ଇଫେକ୍ଟ ଥବ, ପୂର୍ବର ଇଫେକ୍ଟ ଥବ, ସେତିକି ଇଫେକ୍ଟ ଦେଇ ପୁଣି ବନ୍ଦ ହୋଇଯିବ ।
ଏହା ଅତ୍ୟନ୍ତ ସୂକ୍ଷ୍ମ କଥା ଅଟେ, ଏଥିପାଇଁ ଲୋକମାନେ ଜାଣି ପାରିଲେ ନାହିଁ । ପ୍ରତ୍ୟେକ ଜିନିଷର ଉପାୟ ତ ଥାଏ ନା! ଜଗତ ବିନା ଉପାୟବାଲା ନୁହେଁ ! ଜଗତ ତ’ ପରିଣାମକୁ ହିଁ ନାଶ କରିବା ପାଇଁ ଚାହୁଁଛି । ଅର୍ଥାତ କ୍ରୋଧମାନ-ମାୟା-ଲୋଭ ପାଇଁ ଉପାୟ ଏହା ଅଟେ । ପରିଣାମକୁ କିଛି ମଧ୍ୟ କରନାହିଁ, ତା’ର କଜେଜ(କାରଣ)କୁ ନଷ୍ଟ କର ତେବେ ଏ ସମସ୍ତେ ଚାଲିଯିବେ । ଅର୍ଥାତ ସେ ନିଜେ ବିଚାରକ ହେବା ଉଚିତ୍ । ନଚେତ ଯଦି ଅଜାଗୃତ ହେବ ତେବେ କିଭଳି ଉପାୟ କରିବ ?
ପ୍ରଶ୍ନକର୍ତ୍ତା : କଜେଜ କିଭଳି ନଷ୍ଟ କରିବୁ, ତାହା ଟିକେ ଆଉଥରେ ବୁଝାନ୍ତୁ ନା !
ଦାଦାଶ୍ରୀ : ଏ ଭାଇ ଉପରେ ମୋତେ କ୍ରୋଧ ଆସୁଛି, ତେବେ ପୁଣି ମୁଁ ନିଶ୍ଚିତ କରିବି ଯେ ଏ ଭାଇ ଉପରେ ଯେଉଁ କ୍ରୋଧ ଆସୁଛି ତାହା, ମୁଁ ପୂର୍ବରୁ