________________
। କ୍ରୋଧ
୧୫
ପ୍ରଶ୍ନକର୍ତ୍ତା : ନା
ଦାଦାଶ୍ରୀ : ସେହିପରି ଜୀବନରେ ମଧ୍ୟ ବୁଝିନେବା ଜରୁରୀ ଅଟେ । ପରିଣାମ ତ’, କଜେଜ(କାରଣ) ବଦଳିବା ଦ୍ଵାରା ହିଁ ବଦଳିବ
। ଜଣେ ଭାଇ ମୋତେ କହିଲେ ଯେ, “ଅନନ୍ତ ଜନ୍ମରୁ ଏହି କ୍ରୋଧକୁ ବାହାର କରୁଛି, ତଥାପି ଏ କ୍ରୋଧ କାହିଁକି ଯାଉନାହିଁ ? ତେବେ ମୁଁ କହିଲି ଯେ, ‘ତୁମେ କ୍ରୋଧ ବାହାର କରିବାର ଉପାୟ ଜାଣିନାହିଁ ।” ସେ କହିଲେ, କ୍ରୋଧ ବାହାର କରିବା ପାଇଁ ଶାସ୍ତ୍ରରେ ଯେଉଁ ଉପାୟ ଲେଖା ହୋଇଛି, ସେ ସବୁ କରୁଛି, ତଥାପି କ୍ରୋଧ ଯାଉନାହିଁ।’ ତେବେ ମୁଁ କହିଲି ଯେ, ‘ସମ୍ୟକ ଉପାୟ ହୋଇଥିବା ଦରକାର’ । ତେବେ ସେ କହିଲେ, “ବହୁତ ସମ୍ୟକ ଉପାୟ ପଢ଼ିଛି, କିନ୍ତୁ ସେଥିରୁ କିଛି ମଧ୍ୟ କାମରେ ଆସିଲାନି ।’ ପରେ ମୁଁ କହିଲି, ‘କ୍ରୋଧ କୁ ବନ୍ଦ କରିବା ପାଇଁ ଉପାୟ ଖୋଜିବା ମୁର୍ଖତା ଅଟେ, କାହିଁକିନା କ୍ରୋଧ ତ ପରିଣାମ ଅଟେ । ଯେପରି ତୁମେ ପରୀକ୍ଷା ଦେଲ ଏବଂ ରେଜଲ୍ ଆସିଲା, ଆଉ ମୁଁ ରେଜଲ୍ମକୁ ନାଶ କରିବା ପାଇଁ ଉପାୟ ଖୋଜିବି, ସେହିପରି କଥା ହେଲା । ଏ ଯେଉଁ ରେଜଲୁ ଆସିଲା, ତାହା କାହାର ପରିଣାମ ? ଆମକୁ ସେହି ପରିଣାମ ବଦଳାଇବାର ଆବଶ୍ୟକତା ଅଛି ।”
ଲୋକମାନେ କ’ଣ କୁହନ୍ତି ଯେ, ‘କ୍ରୋଧକୁ ଦବାଅ, କ୍ରୋଧକୁ ବାହାର କର ।? ଆରେ, ଏପରି କାହିଁକି କରୁଛ ? ବିନା କାରଣରେ ମୁଣ୍ଡ ଖରାପ କରୁଛି ! ଏହା ପରେ ମଧ୍ୟ କ୍ରୋଧ ତ ଯାଉ ହଁ ନାହିଁ । ତଥାପି ଲୋକେ କହିବେ ଯେ, ‘ନା ସାହେବ, ଅଳ୍ପ-ବହୁତ କ୍ରୋଧ ଦବି ଯାଇଛି ।’ ଆରେ, ଯେ ପର୍ଯ୍ୟନ୍ତ ସେ ଭିତରେ ଅଛି ସେ ପର୍ଯ୍ୟନ୍ତ ତାହା ଦବିକରି ଅଛି ବୋଲି କହି ପାରିବାନି । ସେତେବେଳେ ସେ ଭାଇ କହିଲେ, ତେବେ ଆପଣଙ୍କ ପାଖରେ ଆଉ କିଛି ଉପାୟ ଅଛି ?? ମୁଁ କହିଲି, ହଁ, ଉପାୟ ଅଛି । ତୁମେ କରିବ ? ସେ କହିଲେ, ହଁ । ମୁଁ କହିଲି, “ଥରେ ନୋଟ ତ କର ଯେ ଏହି ଜଗତରେ ବିଶେଷତଃ କାହା ଉପରେ ଅଧିକ କ୍ରୋଧ ଆସୁଛି ?? ଯେଉଁଠି-ଯେଉଁଠି କ୍ରୋଧ ଆସୁଛି, ତାକୁ ‘ନୋଟ’ କରିନିଆ ଏବଂ ଯେଉଁଠି କ୍ରୋଧ ଆସୁନାହିଁ, ତାହା ମଧ୍ୟ ଜାଣି ନିଅ । ଥରେ ଲିଷ୍ଟ କରିନିଆ ଯେ ଏ ବ୍ୟକ୍ତି ଉପରେ କ୍ରୋଧ ଆସୁନାହିଁ । କିଛି ଲୋକ ଓଲଟା କରନ୍ତି, ତଥାପି