________________
। ୧୪
କ୍ରୋଧ
ଦେଖାଯାଏ ଯେ ଏ ସବୁ କରୁଛି’ । ଏହି ଓରେ କୌଣସି ମଣିଷକୁ ଝାଡ଼ା ଫେରିବା ପାଇଁ ମଧ୍ୟ ଶକ୍ତି ନାହିଁ ।
। ଯଦି ଆମକୁ ଜଣାପଡ଼େ ଯେ କେହି ଜାଣିଶୁଣି ମାରିନାହିଁ, ତେବେ ସେଠାରେ କ୍ରୋଧ କରେ ନାହିଁ । ପୁଣି କହୁଛି, ମୋତେ କ୍ରୋଧ ଆସି ଯାଉଛି । ମୋ ସଭାବ କ୍ରୋଧୀ ଅଟେ । ମୂର୍ଖ, ସଭାବରୁ କ୍ରୋଧ ଆସେ ନାହିଁ । ସେଠି ପୁଲିସବାଲା ସାମ୍ନାରେ କ’ଣ ପାଇଁ ଆସୁନାହିଁ ? ପୁଲିସବାଲା ଗାଳିକରେ, ସେ ସମୟରେ କ୍ରୋଧ କ’ଣ ପାଇଁ ଅସେ ନାହିଁ ? ଏମାନଙ୍କୁ ପତ୍ନୀ ଉପରେ ରାଗ ଆସେ, ପିଲାମାନଙ୍କ ଉପରେ କ୍ରୋଧ ଆସେ, ପଡ଼ୋଶୀ ଉପରେ, ‘ଅଣ୍ଡରହ୍ମାଣ୍ଡ (ଆପଣଙ୍କ ତଳେ କାମ କରୁଥିବା ବ୍ୟକ୍ତି) ଉପରେ କ୍ରୋଧ ଆସେ କିନ୍ତୁ, ‘ବୋସ’ ଉପରେ କାହିଁକି ଆସେ ନାହିଁ ? ଏମିତି ହିଁ ସଭାବତ ମଣିଷକୁ କ୍ରୋଧ ଆସିପାରିବ ନାହିଁ । ଏ ତ’ ଏମାନଙ୍କୁ ନିଜର ମନମାନୀ କରିବାର ଥାଏ।
ପ୍ରଶ୍ନକର୍ତ୍ତା : କିପରି କଣ୍ଟ୍ରାଲ କରିବୁ ?
ଦାଦାଶ୍ରୀ : ବୁଝିବାକୁ ପଡ଼ିବ । ଏ ଯିଏ ସାମ୍ନାକୁ ଆସେ, ସେ ତ ନିମିତ୍ତ ଅଟେ ଏବଂ ତୁମର ହିଁ କର୍ମର ଫଳ ଦିଏ । ସେ ନିମିତ୍ତ ହୋଇସାରିଛି । ଏବେ ଏପରି ବୁଝାପଡ଼େ, ତେବେ କ୍ରୋଧ କଣ୍ଡାଲରେ ଆସିଯିବ । ଯେତେବେଳେ ଏହା ଦେଖୁଛି ଯେ ପଥର ପାହାଡ଼ ଉପରୁ ପଡ଼ିଲା, ସେତେବେଳେ କ୍ରୋଧ କଣ୍ଡାଲରେ ଆସିଯାଏ । ତେବେ ଏଥିରେ ମଧ୍ୟ ବୁଝିନେବାର ଅଛି ଯେ ଭାଇ, ଏ ସମସ୍ତେ ପାହାଡ଼ ଭଳି ହିଁ ଅଟନ୍ତି ।
। ରାସ୍ତାରେ କେଉଁ ଗାଡ଼ିବାଲା ଓଲଟା ରାସ୍ତାରେ ଆପଣଙ୍କ ସାମ୍ନାକୁ ଆସେ, ତେବେ ଲଢ଼ନାହିଁ ନା ? କ୍ରୋଧ କରନାହିଁ ନା ? କ’ଣ ? ଧକ୍କା ଦେଇ ଭାଙ୍ଗି ଦିଆ ତା’କୁ ? ଏପରି କର ? ନା । ତେବେ ସେଠାରେ କ’ଣ ପାଇଁ କରୁନାହଁ ? ସେଠି ବୁଝିଯାଅ ଯେ ମୁଁ ମରିଯିବି । ଆରେ ଭାଇ, ତା’ ଠାରୁ ଅଧୁକ ତ ଏଠି କ୍ରୋଧ କରିବା ଦ୍ଵାରା ମରିଯାଉଛି, କିନ୍ତୁ ଏହି ଚିତ୍ର ନଜରରେ ଆସେ ନାହିଁ ଆଉ ତାହା ଖୋଲାଖୋଲି ଦେଖାଯାଏ, ଏତିକି ହିଁ ଅନ୍ତର ଅଛି ! ସେଠି ରାସ୍ତାରେ ତା’ ସହ ସାମ୍ନା କର ନାହିଁ ? କ୍ରୋଧ କର ନାହିଁ, ସାମ୍ବାବାଲାର ଭୁଲ ଥିବ ତଥାପି ?