________________
କ୍ରୋଧ
୧୩
ଦାଦାଶ୍ରୀ : ଏପରି ? ସେ କେଉଁ ଔଷଧ ନେଇଥିବେ ? ଦ୍ବେଷର ମୂଳ ଚାଲିଯାଏ, ଏପରି ଔଷଧ ନେଇଛନ୍ତି ।
ସମଝଦାରୀ ସହ
ପ୍ରଶ୍ନକର୍ତ୍ତା : ମୋର କେହି ନିକଟ ସମ୍ପର୍କୀୟ ହୋଇଥିବେ, ତାଙ୍କ ଉପରେ ମୁଁ କ୍ରୋଧୀତ ହୋଇଯାଏ । ସେ ତାଙ୍କ ଦୃଷ୍ଟିରେ କଦାଚିତ ଠିକ୍ ମଧ୍ଯ ହୋଇପାରନ୍ତି, କିନ୍ତୁ ମୁଁ ନିଜ ଦୃଷ୍ଟିରେ କ୍ରୋଧୀତ ହୋଇଯାଏ, ତ’ କେଉଁ କାରଣରୁ କ୍ରୋଧୀତ ହୋଇଯାଉଛି ?
ଦାଦାଶ୍ରୀ : ତୁମେ ରାସ୍ତାରେ ଆସୁଛ ଆଉ ଏ ଘର ଉପରୁ ଏକ ପଥର ମୁଣ୍ଡ ଉପରେ ଆସି ପଡ଼ିଲା ଏବଂ ରକ୍ତ ବାହାରିଲା, ତେବେ ସେତେବେଳେ ବହୁତ କ୍ରୋଧ କରିବ ?
ପ୍ରଶ୍ନକର୍ତ୍ତା : ନା, ତାହା ତ’ ଘଟିଗଲା ।
ଦାଦାଶ୍ରୀ : ନା, କିନ୍ତୁ ସେଠାରେ କ୍ରୋଧ କ’ଣ ପାଇଁ କରୁନାହଁ ? ଯଦି ନିଜେ କାହାକୁ ଦେଖୁନାହଁ, ତେବେ କ୍ରୋଧ କିପରି ହେବ ?
ପ୍ରଶ୍ନକର୍ତ୍ତା : କେହି ଜାଣିଶୁଣି ମାରିନଥିଲା ।
ଦାଦାଶ୍ରୀ : ଆଉ ଏବେ ବାହାରକୁ ଯିବା ଆଉ କେଉଁ ପିଲା ଯଦି ପଥର ମାରିଦିଏ, ତାହା ଆମ ଦେହରେ ବାଜେ ଏବଂ ରକ୍ତ ବାହାରେ, ତେବେ ତା’ ଉପରେ କ୍ରୋଧ କରନ୍ତି, ତାହା କ’ଣ ପାଇଁ ? ‘ସେ ମୋତେ ପଥର ମାରିଲା, ଆଉ ରକ୍ତ ବାହାରିଲା’ ଏଥିପାଇଁ କ୍ରୋଧ କରନ୍ତି ଯେ ‘ତୁ କ’ଣ ପାଇଁ ମାରିଲୁ ?’ ଆଉ ଯେବେ ପାହାଡ଼ ଉପରୁ ଗଡ଼ିଗଡ଼ି ପଥର ଆସି ବାଜେ ଏବଂ ମୁଣ୍ଡରୁ ରକ୍ତ ବାହାରେ, ତେବେ ଦେଖୁଥାଏ କିନ୍ତୁ କ୍ରୋଧ କରେ ନାହିଁ !
ସେମାନଙ୍କ ମନରେ ଏପରି ଲାଗେ ଯେ ଏହି ପିଲା କରୁଛି’ । କେହି ବ୍ୟକ୍ତି ଜାଣିଶୁଣି ମାରି ହିଁ ପାରିବନି । ଅର୍ଥାତ ପାହାଡ଼ ଉପରୁ ପଥର ଗଡ଼ିଆସିବା ଏବଂ କେହି ପଥର ମାରିବା, ଦୁହେଁ ଏକାଭଳି ହିଁ ଅଟନ୍ତି । କିନ୍ତୁ ଭ୍ରାନ୍ତିରେ ଏପରି