________________
୧୮
କ୍ରୋଧ
କ୍ରୋଧର ଶମନ(ଶାନ୍ତ କରିବା), କେଉଁ ଦୃଷ୍ଟି ଦ୍ବାରା ?
କ୍ରୋଧ ନିଜେ ହିଁ ଅହଂକାର ଅଟେ । ଏବେ ତାହାର ଜାଞ୍ଚ୍ କରିବା ଉଚିତ୍ । ଜାଞ୍ଚ୍ କର ଯେ, କିଭଳି ରୂପେ ତାହା ଅହଂକାର ଅଟେ । ତାହାର ଜାଞ୍ଚ୍ କରିବା, ତେବେ ବୁଝିହୁଏ ଯେ କ୍ରୋଧ ଅହଂକାର ଅଟେ । ଏ କ୍ରୋଧ କାହିଁକି ଉତ୍ପନ୍ନ ହେଲା ? ତେବେ କୁହନ୍ତି ଯେ, ‘ଏ ଭଉଣୀ କପ୍-ପ୍ଲେଟ ଭାଙ୍ଗିଦେଲେ ଏଥିପାଇଁ କ୍ରୋଧ ଉତ୍ପନ୍ନ ହେଲା ।’ ଏବେ କପ୍-ପ୍ଲେଟ ଭାଙ୍ଗି ପକେଇଲେ, ସେଥିରେ ଆମକୁ କ’ଣ ଆପରି ? ତେବେ କୁହନ୍ତି ଯେ, ‘ଆମ ଘରର କ୍ଷତି ହୋଇଗଲା ।’ ଆଉ କ୍ଷତି ହୋଇଗଲା ତ’ କ’ଣ ତାଙ୍କୁ ଗାଳି ଦେବା ? କିନ୍ତୁ ଅହଂକାର କରିବା, ଗାଳିଦେବା, ଇତ୍ୟାଦିକୁ ଯଦି ସୂକ୍ଷ୍ମତାର ସହ ବିଚାର କରାଯାଏ ତେବେ ଏପରି ଅଟେ ଯେ ବିଚାର କରିବା ଦ୍ବାରା ହିଁ ସେ ସବୁ ଅହଂକାର ଧୋଇଯିବ । ଏବେ ଏହି କପ୍ ଭାଙ୍ଗିବା ତାହା ନିବାର୍ଯ୍ୟ ଅଟେ ନା ଅନିବାର୍ଯ୍ୟ ? ଅନିବାର୍ଯ୍ୟ ସଂଯୋଗ ଥାଏ କି ନଥାଏ ? ଚାକରକୁ ମାଲିକ ଗାଳିକରେ ଯେ, ‘ଆରେ, କପ୍-ପ୍ଲେଟ କ’ଣ ପାଇଁ ଭାଙ୍ଗି ପକେଇଲୁ ? ତୋ ହାତ ଭାଙ୍ଗି ଯାଇଥିଲା କି ? ଆଉ ତୋର ଏମିତି ଥିଲା ସେମିତି ଥିଲା ।’ ଯଦି ଅନିବାର୍ଯ୍ୟ ହୋଇଥବ ତେବେ କ’ଣ ତା’କୁ ଗାଳିଦେଇ ପାରିବା ? ଜୋଇଁଙ୍କ ହାତରୁ କପ୍-ପ୍ଲେଟ ଭାଙ୍ଗିଯାଏ ତେବେ ସେଠି କିଛି ମଧ୍ୟ କୁହନ୍ତି ନାହିଁ । କାହିଁକିନା ସେ ସୁପିରିୟର୍ ଅଟନ୍ତି, ସେଠାରେ ଚୁପ୍! ଯଦି ଇନଫିରିୟର୍ ହୋଇଥୁବ ତେବେ ଛିଟ୍ ଛିଟ୍ କରେ ! ଏ ସବୁ ଇଗୋଇଜମ ଅଟେ । ସୁପିରିୟର୍ ସାମନାରେ କ’ଣ ସମସ୍ତେ ଚୁପ୍ ହୋଇ ଯାଆନ୍ତିନି ? ଏ ଦାଦାଙ୍କ ହାତରୁ କିଛି ପଡ଼ି ଭାଙ୍ଗିଯାଏ ତେବେ କାହାରି ମନରେ କିଛି ଆସେ ହିଁ ନାହିଁ । ଆଉ ଚାକର ହାତରୁ ଭାଙ୍ଗିଯାଏ ତେବେ ?
ଏ ଜଗତ, ନ୍ୟାୟ କେବେ ଦେଖୁ ହିଁ ନାହିଁ । ଅବୁଝାମି ଯୋଗୁଁ ଏ ସବୁ ହେଉଛି । ଯଦି ବିଚାରବନ୍ତ ବୁଦ୍ଧି ହୋଇଥାନ୍ତା ନା, ତେବେ ମଧ୍ୟ ବହୁତ ବଡ଼ କଥା ! ବୁଦ୍ଧି ଯଦି ବିକଶିତ ହୋଇଥବ,ବିଚାରଶକ୍ତି ସମ୍ପନ୍ନ ହୋଇଥିବ ତେବେ କେଉଁଠି ମଧ୍ୟ କୌଣସି ଝଗଡ଼ା ହେବ ହିଁ ନାହିଁ । ଏବେ ଝଗଡ଼ା କରିବା ଦ୍ଵାରା କ’ଣ କପ୍-ପ୍ଲେଟ ଜୋଡ଼ି ହୋଇଯାଏ ? କେବଳ ସନ୍ତୋଷ ମିଳେ, ସେତିକି ହିଁ ନା ? ଓଲଟା କଳହ ହୋଇଯାଏ, ତାହା ଅଲଗା । ମନରେ କ୍ଳେଶ ହେଇଯାଏ, ତାହା ଅଲଗା । ଅର୍ଥାତ ଏହି ବ୍ୟାପାରରେ ପ୍ରଥମେ ତ କପ୍ ଗଲା ସେ କ୍ଷତି,