________________
୬୨
ପ୍ରତିକ୍ରମଣ ତୁମକୁ ଯଦି ମୋକ୍ଷରେ ଯିବାକୁ ଥିବ ତେବେ କେବଳ ତୁମେ ଶୁଦ୍ଧ ହୋଇଗଲ ତେବେ ଦିନ ସରିବ ନାହିଁ । ମୋତେ ଶୁଦ୍ଧ କରିବ ତେବେଯାଇ ତୁମର ଛୁଟକାରା ହେବ ।
୧୮. ଯିଏ ବିଷୟକୁ ଜିତିନିଏ, ସେ ରାଜାଙ୍କର ରାଜା
ପ୍ରଶ୍ନକର୍ତ୍ତା : ଗୋଟିଏ ଥର ଯଦି ବିଷୟର ବୀଜ ପଡ଼ିଯାଇଥିବ, ତେବେ ତାହା ରୂପକରେ ତ ଆସିବ ନିଶ୍ଚିତ ନା ? ।
ଦାଦାଶ୍ରୀ : ବୀଜ ପଡ଼ି ହିଁ ଯାଏ । ତାହା ରୂପକରେ ଆସିବ କିନ୍ତୁ ଯେପର୍ଯ୍ୟନ୍ତ ତାହାର ମୂଳ ସୁଦୃଢ଼ ହୋଇନାହିଁ, ସେପର୍ଯ୍ୟନ୍ତ କମ-ବେଶୀ ହୋଇପାରେ । ଅର୍ଥାତ ମରିବା ପୂର୍ବରୁ ତାହା ଶୁଦ୍ଧ ହୋଇପାରେ ।
। ସେଥିପାଇଁ ମୁଁ ବିଷୟ ଦୋଷବାଲାଙ୍କୁ କହେ ଯେ ଯଦି ବିଷୟ ଦୋଷ ହୋଇଥିବ, ଅନ୍ୟ ଦୋଷ ହୋଇଥିବ, ତେବେ ତୁ ରବିବାର ଦିନ ଉପବାସ କରିବୁ ଏବଂ ପୁରା ଦିନ କେବଳ ଏହି ବିଚାର କରି, ମନ୍ଥନ କରି ତାହାକୁ ବାରମ୍ବାର ଧୋଇଚାଲିବୁ । ଏହିପରି ଆଜ୍ଞାପୂର୍ବକ ଯଦି କରେ ତେବେ କମ ହୋଇଯିବ ।
ଏବେ କେବଳ ଆଖୁକୁ ସମ୍ଭାଳି ନିଅ । ଆଗରୁ ତ ବହୁତ ଶକ୍ତ ଲୋକ ଥିଲେ, ଆଖୁ ପୋଡ଼ି ଦେଉଥିଲେ । ଆମକୁ ଆଖ୍ ଫୋଡ଼ିବାର ନାହିଁ । ତାହା ମୁର୍ଖତା ଅଟେ । ଆମକୁ ଆଗ୍ଧ ହଟେଇ ଦେବାର ଅଛି । ଏହା ସତ୍ତ୍ୱେ ବି ଯଦି ଦେଖ୍ ନିଆଯାଏ ତେବେ ପ୍ରତିକ୍ରମଣ କରିନେବା । ଏକ ମିନିଟ ପାଇଁ ବି ପ୍ରତିକ୍ରମଣ ଭୁଲିବ ନାହିଁ । ଖାଇବା ପିଇବାରେ ଓଲଟା ହୋଇଯାଇଥିବ ତେବେ ଚଳିବ । ସଂସାରର ସବୁଠୁ ବଡ଼ ରୋଗ ହିଁ ଅଟେ ଏହା । ଏହି କାରଣରୁ ସଂସାର ତିଷ୍ଠି ରହିଛି (ଚାଲୁ ରହିଛି) । ଏହି ମୂଳ ଉପରେ ସଂସାର ଛିଡ଼ା ହୋଇରହିଛି । ମୂଳ ହିଁ ଅଟେ ଏହା ।।
ହତ୍କର ଖାଏ ତେବେ ମନୁଷ୍ୟରେ ଆସିବ, ଅଣହଙ୍କୁ ବିନା ହକ୍, ଅବୈଧ)ର ଖାଏ, ତେବେ ପଶୁରେ ଯିବ ।
ପ୍ରଶ୍ନକର୍ତ୍ତା : ମୁଁ ଅଣହକ୍ ର ତ ଖାଇଛି ।
ଦାଦାଶ୍ରୀ : ଖାଇଛି ତେବେ, ପ୍ରତିକ୍ରମଣ କର ଏବେ, ଏବେ ବି ଭଗବାନ ବଞ୍ଚେଇ ନେବେ । ଏବେ ବି ଦେରାସର (ମନ୍ଦିର) ରେ ଯାଇ ପଶ୍ଚାତାପ କର । ଅଣହତ୍କର ଖାଇ ଦେଇଥିବ ତେବେ ଏବେ ପଶ୍ଚାତାପ କର, ଏବେ ଜୀବିତ ଅଛି । ଏହି ଦେହରେ ଅଛି ସେପର୍ଯ୍ୟନ୍ତ ପଶ୍ଚାତାପ କର ।