________________
ପ୍ରତିକ୍ରମଣ
୪୭
ମୋତେ ଏପରି ହେଲା ଯେ ଦାଦାଜୀଙ୍କୁ ଆକ୍ସିଡେଣ୍ଟର ସମୟ ଆସିଗଲା । ପରେ ଏ ଯାହା ହେଲା, ମାନ ଦୀପ ଲିଭିବାକୁ ଯାଉଛି, ଏପରି ହୋଇଯାଇଥିଲା । ପ୍ରଶ୍ନକର୍ତ୍ତା : ଏପରି କିଛି ହେବାର ନାହିଁ, ଦାଦାଜୀ ।
ଦାଦାଶ୍ରୀ : ନା ଏପରି ନୁହେଁ । ‘ହୀରାବା’(ଦାଦାଜୀଙ୍କ ଧର୍ମପନ୍ଥୀ) ଚାଲିଗଲେ ତେବେ କ’ଣ ‘ଇଏ’ (ଏ. ଏମ. ପଟେଲ) ଯିବେ ନାହିଁ ? ଏହା କେଉଁ ବେଦନୀୟ କର୍ମ ଆସିଲା ?
ପ୍ରଶ୍ନକର୍ତ୍ତା : ଅଶାତା ବେଦନୀୟ ।
ଦାଦାଶ୍ରୀ : ଲୋକେ ବୁଝନ୍ତି ଯେ ମୋତେ ବେଦନୀୟ ଅଛି, କିନ୍ତୁ ମୋତେ ବେଦନୀୟ ସ୍ପର୍ଶ କରେ ନାହିଁ, ତୀର୍ଥଙ୍କରଙ୍କୁ ମଧ୍ୟ ସ୍ପର୍ଶ କରେ ନାହିଁ । ମୋତେ ହୀରାବାଙ୍କ ଯିବାର ଦୁଃଖ ନାହିଁ । ମୋତେ ପ୍ରଭାବ ହିଁ ହୁଏ ନାହିଁ କିଛି, ଲୋକଙ୍କୁ ଏପରି ଲାଗେ ଯେ ମୋତେ ବେଦନୀୟ କର୍ମ ଆସିଲା, ଅଶାତା ବେଦନୀୟ ଆସିଲା । କିନ୍ତୁ ମୋତେ ତ ଏହି କୋଡ଼ିଏ ବର୍ଷରେ ଏକ ମିନିଟ, ଏକ ସେକେଣ୍ଡ ବି ଅଶାତା ସ୍ପର୍ଶ ମଧ୍ଯ କରିନାହିଁ ! ଏବଂ ଏହି ବିଜ୍ଞାନ ମୁଁ ତୁମକୁ ଦେଇଛି । ତୁମେ ଯଦି କଢା ପଡ଼ିଯିବ ତେବେ ତୁମର କ୍ଷତି । ଯଦି ବୁଝିନେବା ତେବେ କଚ୍ଚା ପଡ଼ିବା ହିଁ ନାହିଁ ନା, କେବେ
ବି!
ପ୍ରଶ୍ନକର୍ତ୍ତା : ଅମ୍ବାଲାଲ ଭାଇଙ୍କୁ ତ ସ୍ପର୍ଶ କରୁଛି ନା ? ‘ଦାଦା ଭଗବାନ’ଙ୍କୁ ତ ବେଦନୀୟ କର୍ମ ସ୍ପର୍ଶ କରେନାହିଁ ।
|
ଦାଦାଶ୍ରୀ : ନା, କାହାକୁ ବି ସ୍ପର୍ଶ କରେନାହିଁ । ଏପରି ଅଟେ ଏହି ବିଜ୍ଞାନ । ଯଦି ସ୍ପର୍ଶ କରୁଥାନ୍ତା ତେବେ ପାଗଳ ହିଁ ହୋଇଯିବେ ନା ? ଏହା ତ ଅବୁଝାମିର ଦୁଃଖ । ସମଝଶକ୍ତି ଥିବ ତେବେ ଏହି ଫାଇଲ୍କୁ ବି ସ୍ପର୍ଶ କରିବ ନାହିଁ । କାହାକୁ ବି ସ୍ପର୍ଶ କରିବ ନାହିଁ । ଯାହା ବି ଦୁଃଖ ଅଛି ତାହା ନ ବୁଝିବା ଯୋଗୁଁ ହିଁ ଅଛି । ଏହି ଜ୍ଞାନକୁ ଯଦି ବୁଝିନେବା ନା, ତେବେ ଦୁଃଖ ରହିବ ବା କିପରି ? ଅଶାତା ବି ହେବ ନାହିଁ ଏବଂ ଶାତା(ସୁଖ ପରିଣାମ) ବି ହେବ ନାହିଁ ।
୧୩. ବିମୁକ୍ତି, ଆର୍ତ-ରୌଦ୍ର ଧ୍ୟାନରୁ
ପ୍ରଶ୍ନକର୍ତ୍ତା : ଆର୍ତନ ଏବଂ ରୌଦ୍ରଧାନ ପ୍ରତିକ୍ଷଣ ହୋଇ ଚାଲିଥାଏ, ତେବେ ଆର୍ତଧ୍ୟାନ କାହାକୁ କହିବା ଏବଂ ରୌଦ୍ରଧ୍ୟାନ କାହାକୁ କହିବା, ଏହାର ଟିକିଏ ସ୍ପଷ୍ଟୀକରଣ କରିଦିଅନ୍ତୁ ।