________________
४8
ପ୍ରତିକ୍ରମଣ
ଯାହାପାଇଁ ଶଙ୍କା ହେଲା ତା’ର ପ୍ରତିକ୍ରମଣ କରିବ । ନଚେତ ଶଙ୍କା ତୁମକୁ ଖାଇଯିବ ।
। କାହାପାଇଁ ଯଦି ସାମାନ୍ୟ ବି ଓଲଟା-ସିଧା ବିଚାର ଆସେ, ତେବେ ତୁରନ୍ତ ତାହାକୁ ଧୋଇଦେବ । ସେ ବିଚାର ଯଦି ଅଳ୍ପ ସମୟ ପାଇଁ ବି ରହେ ନା ତେବେ ସାମ୍ବାବାଲାକୁ ପହଞ୍ଚି ଯିବ ଏବଂ ପୁଣି ଅଙ୍କୁରିତ ହେବ । ଚାରି ଘଣ୍ଟା, ବାର ଘଣ୍ଟା, ନହେଲେ ଦୁଇଦିନ ପରେ ବି ତା’ଠାରେ ଅଙ୍କୁରିତ ହେବ (ତା’ ଉପରେ ପ୍ରଭାବ ପଡ଼ିବ । ଏଣୁ ସ୍ପନ୍ଦନର ପ୍ରବାହ ସେ ଦିଗରେ ନଯିବା ଉଚିତ ।
। କୌଣସି ବି ଖରାପ କାର୍ଯ୍ୟର ଯଦି ପଶ୍ଚାତାପ କରିବ, ତେବେ ସେହି କାର୍ଯ୍ୟର ବାରିଅଣା ଫଳ ନାଶ ହୋଇ ହିଁ ଯାଏ । ପୁଣି ଜଳିଯାଇଥିବା ରସି ଥାଏ ନା, ତାହାଭଳି ଫଳ ଦେବ । ସେ ଜଳାହୁଆ ରସିକୁ ଆସନ୍ତା ଜନ୍ମରେ ଏମିତି ହାତ ଲଗାଇବା, ତେବେ ଉଡ଼ିଯିବ । କୌଣସି ବି କ୍ରିୟା ଏମିତି ବ୍ୟର୍ଥ ତ ଯାଏ ହିଁ ନାହିଁ । ପ୍ରତିକ୍ରମଣ କରିବା ଦ୍ଵାରା ସେ ରସି ଜଳିଯାଏ କିନ୍ତୁ ଡିଜାଇନ୍ ସେମିତିକୁ ସେମିତି ହିଁ ରହେ । କିନ୍ତୁ ଆସନ୍ତା ଜନ୍ମରେ କ’ଣ କରିବାକୁ ପଡ଼ିବ ? ଏମିତି( ସାମାନ୍ୟ) ଝାଡ଼ିଦେଲେ ଉଡ଼ିଯିବ ।
୧୨. ଯାଏ ବ୍ୟସନ, ଜ୍ଞାନୀଙ୍କ ଉପାୟରେ ପ୍ରଶ୍ନକର୍ତ୍ତା : ମୋତେ ସିଗାରେଟ ପିଇବାର ଖରାପ ଅଭ୍ୟାସ ପଡ଼ିଯାଇଛି ।
। ଦାଦାଶ୍ରୀ : ତେବେ ତାହା ପାଇଁ ତୁ ଏପରି ଭାବ ରଖ ଯେ, “ଏହା ଭୁଲ ଅଟେ, ଖରାପ ଜିନିଷ ଅଟେ, ଏପରି । ଆଉ ଯଦି କେହି କହେ ଯେ ସିଗାରେଟ କାହିଁକି ପିଉଛି ? ତେବେ ତାହାର ରକ୍ଷଣ କରିବ ନାହିଁ । ଖରାପ ଅଟେ, ଏପରି କହିବ । ନହେଲେ ପୁଣି ଭାଇ, ଏହା ମୋର ଦୁର୍ବଳତା ଅଟେ, ଏପରି କହିବ । ତେବେ କେବେ ନା କେବେ ଛୁଟିବ ନହେଲେ ଯିବନାହିଁ ସେ ଅଭ୍ୟାସ ।
ମୁଁ ବି ପ୍ରତିକ୍ରମଣ କରୁଛି ନା, ଅଭିପ୍ରାୟରୁ ମୁକ୍ତ ହୋଇଯିବା ହିଁ ଉଚିତ । ଅଭିପ୍ରାୟ ରହିଯାଏ ତେବେ ଅସୁବିଧା ।
। ଯଦି ପ୍ରତିକ୍ରମଣ କରେ ତେବେ ସେ ମନୁଷ୍ୟ ସବୁଠୁ ଉତ୍ତମ ଜିନିଷ ପାଇଗଲା । ଅର୍ଥାତ ଏହା ଟେକ୍ନିକାଲୀ ଅଟେ । ସାଇଣ୍ଟିଫିକାରୀ ଏଥିରେ ଆବଶ୍ୟକତା ରହେ ନାହିଁ, କିନ୍ତୁ ଟେକନିକାଲୀ ଆବଶ୍ୟକ ।
। ପ୍ରଶ୍ନକର୍ତ୍ତା : ସାଇଣ୍ଟିଫିକାଲୀ କିପରି ?