________________
ପ୍ରତିକ୍ରମଣ
୩୯ । ଜଣେ ଜଜ୍ ମୋତେ ପଚାରିଲା ଯେ, ‘ସାହେବ, ଆପଣ ମୋତେ ଜ୍ଞାନ ତ ଦେଲେ, ଆଉ ଏବେ ମୋତେ ସେଠି କୋର୍ଟରେ ମୃତ୍ୟୁ ଦଣ୍ଡର ଶାସ୍ତି ଦେବା ଉଚିତ ନା ନୁହେଁ ?” ତେବେ ମୁଁ ତାଙ୍କୁ କହିଲି, “ମୃତ୍ୟୁ ଦଣ୍ଡର ଶାସ୍ତି ଦେବ ନାହିଁ, ତେବେ ତା’ର କ’ଣ କରିବ ?? ସେ କହିଲେ, “କିନ୍ତୁ ମୋତେ ଦୋଷ ଲାଗିବ ।” ମୁଁ କହିଲି, ମୁଁ ତୁମକୁ ‘ଚନ୍ଦୁଭାଇ ବନାଇଛି ନା ‘ଶୁଦ୍ଧିମ୍ବା’ ବନାଇଛି ? ତେବେ ସେ କହିଲେ, ‘ଶୁଦ୍ଧତ୍ସା ବନାଇଛନ୍ତି ।’ ତେବେ ଯଦି ଚନ୍ଦୁଭାଇ କରୁଛନ୍ତି ତେବେ ସେଥିପାଇଁ ତୁମେ ଉତ୍ତରଦାୟୀ ନୁହଁ । ଆଉ ଉତ୍ତରଦାୟୀ ହେବାର ଥିବ ତେବେ ତୁମେ ଚନ୍ଦୁଭାଇ ଅଟ । ତୁମେ ରାଜି-ଖୁସିରେ ଭାଗିଦାର ହେବ ତେବେ ମୋତେ କୌଣସି ଅସୁବିଧା ନାହିଁ କିନ୍ତୁ ଭାଗୀଦାରୀ ରଖୁବ ନାହିଁ । ପୁଣି ମୁଁ ତାଙ୍କୁ ଉପାୟ ବତାଇଲି ଯେ ତୁମକୁ ଏପରି କହିବା ଉଚିତ ଯେ, “ହେ ଭଗବାନ ! ମୋ ଭାଗରେ ଏ କାମ କେଉଁଠୁ ଆସିଲା’ ଏବଂ ତାହାର ପ୍ରତିକ୍ରମଣ କରିବ ଆଉ ସରକାରଙ୍କ କାନୁନ୍ ଅନୁସାରେ କାର୍ଯ୍ୟ କରିଚାଲିବ । ବୁଝା ପଡ଼ିଲା ନା ?
। ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କରିଲେ ଛୁଟିଯିବୁ ଏପରି ଯଦି ଆମେ ଭାବିବୁ ତେବେ ସବୁ ଲୋକଙ୍କୁ ସ୍ୱଚ୍ଛନ୍ଦତାର ଲାଇସେନ୍ସ ମିଳିଯିବ ।
। ଦାଦାଶ୍ରୀ : ନା, ଏପରି ଦୃଷ୍ଟି ରଖୁବ ନାହିଁ । କଥା ଏହିପରି ହିଁ ଅଟେ । ଆମକୁ ପ୍ରତିକ୍ରମଣ କରିବା ଉଚିତ । ପ୍ରତିକ୍ରମଣ କଲେ ଅର୍ଥାତ ଆମେ ଛୁଟିଗଲେ । ତୁମ ଉତ୍ତରଦାୟିତ୍ବରୁ ତୁମେ ମୁକ୍ତ । ପରେ ଯଦି ସେ ବ୍ୟକ୍ତି ଚିନ୍ତା କରି, ମୁଣ୍ଡ ପିଟି ମରି ବି ଯାଏ, ତେବେ ସେଥିରେ ତୁମକୁ କିଛି ନେବାEଦେବା ନାହିଁ ।
। ମୋ ଦ୍ବାରା ବି କେଉଁ କେଉଁ ବ୍ୟକ୍ତିଙ୍କୁ ଦୁଃଖ ହୋଇଯାଏ । ମୋର ଇଚ୍ଛା ନଥାଏ, ଏବେ ତ ମୋ ଦ୍ଵାରା ଏପରି ହେଉନାହିଁ । କିନ୍ତୁ ତଥାପି କେଉଁ ବ୍ୟକ୍ତି ସାଥୀରେ ହୋଇଯାଏ । ଏପର୍ଯ୍ୟନ୍ତ, ପନ୍ଦର-କୋଡ଼ିଏ ବର୍ଷ ଭିତରେ ଦୁଇ-ତିନି ଲୋକଙ୍କ ସହିତ ହୋଇଥିବ । ସେ ମଧ୍ୟ ନିମିତ୍ତ ହୋଇଥିବ ତେବେ ନା ? ମୁଁ ପରେ ପୁଣି ତାଙ୍କର ପ୍ରତିକ୍ରମଣ କରି ତା’ ଉପରେ ପୁଣି ବାଡ଼ ଲଗାଇ ଦିଏ ଫଳରେ ସେ ପଡ଼ି ନଯାଉ ।
ଯେତିକି ମୁଁ ଉପରକୁ ଚଢ଼ାଇଛି ସେଠାରୁ ସେ ପଡ଼ି ନଯାଉ, ସେଥିପାଇଁ ବାଡ଼ ଲଗାଇ ଦିଏ । ତା’ର ସବୁ ରକ୍ଷଣ କରି ପରେ ଛାଡ଼ି ଦିଏ । । ମୁଁ ସିଦ୍ଧାନ୍ତକ ଅଟେ ଯେ ଭାଇ, ଏହି ଗଛ ଲଗାଇଲେ, ତା’କୁ ଲଗାଇବା । ପରେ ନୂଆ ରାସ୍ତା ତିଆରି ବେଳେ ସେ ଯଦି ମଝିରେ ଆସୁଥିବ ତେବେ ରାସ୍ତାକୁ