________________
୩୭
ପ୍ରତିକ୍ରମଣ
୯. ନିର୍ଲିପତା, ଅଭାବରୁ ଫାଶୀ ପର୍ଯ୍ୟନ୍ତ
ପ୍ରଶ୍ନକର୍ତ୍ତା : ସାମ୍ବାବାଲା ବ୍ୟକ୍ତିକୁ ଦୁଃଖ ହୋଇଛି, ଏହା କିପରି ଜଣା ପଡ଼ିବ ?
ଦାଦାଶ୍ରୀ : ତାହା ତ ତା’ର ଚେହେରା ଦେଲେ ଜଣା ପଡ଼ିଯାଏ । ମୁହଁରୁ ହାସ୍ୟ ଚାଲିଯାଏ । ତା ଚେହେରା ମଉଳି ଯାଏ । ଅତଃ ତୁରନ୍ତ ଜଣା ପଡ଼ିଯାଏ ଯେ ସାମ୍ବାବାଲାକୁ ଦୁଃଖ ହୋଇଛି, ଏପରି ଜଣା ପଡ଼ିବ ନାହିଁ ?
ପ୍ରଶ୍ନକର୍ତ୍ତା : ଜଣା ପଡ଼ିବ ।
ଦାଦାଶ୍ରୀ : ମନୁଷ୍ୟର ତ ଏତିକି ଶକ୍ତି ଥାଏ ନିଶ୍ଚିତ ଯେ ସାମ୍ବାବାଲାକୁ କ’ଣ ହୋଇଛି, ତାହା ଜଣା ପଡ଼ିଯାଏ !
| ପ୍ରଶ୍ନକର୍ତ୍ତା : କିନ୍ତୁ ଅନେକ ଏପରି ସିଆଣା ଥାଆନ୍ତି ଯେ ଚେହେରାରେ ଏକ୍ସପ୍ରେଶନ ଆସିବାକୁ ଦିଅନ୍ତି ନାହିଁ । । ଦାଦାଶ୍ରୀ : ତଥାପି ନିଜକୁ ଜଣା ପଡ଼ିଯାଏ ଯେ ଏହା ମୋର କଠୋର ଶବ୍ଦ ବାହାରି ଗଲା, ଏଣୁ ତାଙ୍କୁ ବାଜିବ ତ ନିଶ୍ଚୟ । ଅତଃ ଏପରି ବୁଝି ପ୍ରତିକ୍ରମଣ କରିନେବା ଉଚିତ । କଠୋର ଶବ୍ଦ ବାହାରି ଯାଇଥିବ, ତେବେ କ’ଣ ନିଜକୁ ଜଣା ପଡ଼ିବ ନାହିଁ ଯେ, ତାଙ୍କୁ ଦୁଃଖ ହୋଇଥିବ ?
ପ୍ରଶ୍ନକର୍ତ୍ତା : ଜଣା ପଡ଼ିବ ନା !
। ଦାଦାଶ୍ରୀ : ତାହା ବି ତାଙ୍କ ପାଇଁ କରିବାର ନାହିଁ । କିନ୍ତୁ ଆମ ଅଭିପ୍ରାୟ । ଏଥିରେ ନାହିଁ । ଏହା ନିଜ ଅଭିପ୍ରାୟରୁ ଅଲଗା ହେବା ପାଇଁ ଅଟେ । ପ୍ରତିକ୍ରମଣ ମାନେ କ’ଣ ? ତାହା ପୂର୍ବର ଅଭିପ୍ରାୟରୁ ଅଲଗା ହେବା ପାଇଁ ଅଟେ ଏବଂ ପ୍ରତିକ୍ରମଣ ଦ୍ଵାରା କ’ଣ ହୁଏ ନା, ସାମ୍ବାବାଲା ଉପରେ ଯେଉଁ ପ୍ରଭାବ ହେଉଥିବ ତାହା ହେବନାହିଁ, ବିଲକୁଲ ବି ହେବ ନାହିଁ । ମନରେ ନିଶ୍ଚିତ କର ଯେ ମୋତେ ସମଭାବରେ ନିକାଲ କରିବାର ଅଛି ତେବେ ତା’ ଉପରେ ପ୍ରଭାବ ପଡ଼ିବ ଏବଂ ତା’ ମନ ଏପରି ସୁଧୁରିବା ଆଉ ତୁମେ ଯଦି ମନରେ ସ୍ଥିର କରିବ ଯେ ତା’କୁ ଏମିତି କରିଦେବି ସେମିତି କରିଦେବି ତେବେ ତା’ ମନରେ ବି ସେହିପରି ହିଁ ରିଏକ୍ସନ୍ ହେବ ।
ପ୍ରଶ୍ନକର୍ତ୍ତା : କୌଣସି ବି ବ୍ୟକ୍ତିକୁ ତରଛୋଡ଼ ମାରିବା (ତିରସ୍କାର ସହିତ ଧୀକ୍କାରିବା) ପରେ ପଶ୍ଚାତାପ ହେବ ତେବେ ତାହା କ’ଣ କୁହାଯିବ ?