________________
୩୪
ପ୍ରତିକ୍ରମଣ । ଏହି ସଂସାରରେ ଅନ୍ତରାୟ କିପରି ପଡ଼େ, ତାହା ତୁମକୁ ବୁଝାଉଛି । ତୁମେ ଯେଉଁ ଅଫିସରେ କାମ କରୁଛି, ସେଠି ତୁମ ଆସିଷ୍ଟାଣ୍ଟକୁ କମ ଅକଲ କହିଲ, ତେବେ ତାହାଦ୍ବାରା ତୁମ ଅକଲ ଉପରେ ଅନ୍ତରାୟ ପଡ଼ିଲା ! କୁହ, ଏବେ ସାରା ସଂସାର ଏହି ଅନ୍ତରାୟରେ ଫଶି-ଫଶି ଏହି ମନୁଷ୍ୟ ଜନ୍ମକୁ ବ୍ୟର୍ଥ ହରାଉଛନ୍ତି ! ତୁମକୁ ଅକାର ହିଁ ନାହିଁ, ସାମ୍ବାବାଲାକୁ କମ ଅକଲ କହିବା ପାଇଁ । ତୁମେ ଏପରି କହିବ ତେବେ ସାମ୍ବାବାଲା ବି ଓଲଟା କହିବ, ଏହାଦ୍ୱାରା ତା’କୁ ବି ଅନ୍ତରାୟ ପଡ଼ିବ ! ତାହେଲେ ଏବେ ଏହି ଜଗତରେ ଅନ୍ତରାୟ ପଡ଼ିବା ବନ୍ଦ ହେବ କିପରି ? କାହାକୁ ତୁମେ ଅଯୋଗ୍ୟ କୁହ ତେବେ ତୁମର ଯୋଗ୍ୟତା ଉପରେ ଅନ୍ତରାୟ ପଡ଼େ ! ଯଦି ତୁମେ ଏହାର ତୁରନ୍ତ ପ୍ରତିକ୍ରମଣ କର ତେବେ ସେ ଅନ୍ତରାୟ ପଡ଼ିବା ପୂର୍ବରୁ ଧୋଇଯିବ ।
। ପ୍ରଶ୍ନକର୍ତ୍ତା : ଚାକିରୀର କର୍ତ୍ତବ୍ୟ ପାଳନ କରିବା ସମୟରେ ମୁଁ ବହୁତ କଠୋରତାର ସହ ଲୋକଙ୍କ ଅପମାନ କରିଥିଲି, ଧେତ୍କାରୀ ଦେଇଥିଲି ।
ଦାଦାଶ୍ରୀ : ସେ ସବୁର ପ୍ରତିକ୍ରମଣ କରିବ । ସେଥିରେ ତୁମ ହେତୁ ଖରାପ ନଥିଲା । ତୁମ ନିଜପାଇଁ ନୁହେଁ, ତାହା ସରକାରଙ୍କ ପ୍ରତି ସିନ୍ଦିୟରିଟୀ ଥୁଲା ।
୮. ଏପରି’ ଭାଙ୍ଗିବ ଶୃଙ୍ଖଳା ରଣାନୁବନ୍ଧର | ପ୍ରଶ୍ନକର୍ତ୍ତା : ପୂର୍ବଜନ୍ମର ରଣାନୁବନ୍ଧରୁ ମୁକ୍ତ ହେବା ପାଇଁ କ’ଣ କରିବା ଉଚିତ ? । ଦାଦାଶ୍ରୀ : ଆମର ଯାହା ସହିତ ପୂର୍ବର ରଣାନୁବନ୍ଧ ଥିବ ଏବଂ ସେ ଆମକୁ ପସନ୍ଦ ହଁ ହେଉ ନଥିବ, ତାଙ୍କ ସହିତ ରହିବା ଭଲ ଲାଗୁ ହିଁ ନଥିବ ଆଉ ତଥାପି ଅନିବାର୍ଯ୍ୟ ରୂପେ ରହିବାକୁ ପଡ଼େ ତେବେ କ’ଣ କରିବା ଉଚିତ ? ତାଙ୍କ ସହିତ ବାହାରର ବ୍ୟବହାର ନିଶ୍ଚିତ ରଖୁବା ଉଚିତ, କିନ୍ତୁ ଭିତରେ ତାଙ୍କ ନାମରେ ପ୍ରତିକ୍ରମଣ କରିବା ଉଚିତ । କାହିଁକିନା ଆମେ ପୂର୍ବଜନ୍ମରେ ଅତିକ୍ରମଣ କରିଥିଲେ, ତାହାର ଏହା ପରିଣାମ ଅଟେ । କଜେଜ୍ କ’ଣ କରିଥିଲେ ? ତେବେ କହିବା, ତା’ସହ ପୂର୍ବଜନ୍ମରେ ଅତିକ୍ରମଣ କରିଥିଲେ । ସେହି ଅତିକ୍ରମଣର ଏହି ଜନ୍ମରେ ଫଳ ଆସିଛି, ଏଣୁ ଯଦି ତାହାର ପ୍ରତିକ୍ରମଣ କରିବା ତେବେ ପୁସ-ମାଇନସ୍ ହୋଇଯିବ । ଅତଃ ଭିତରେ ଭିତରେ ତୁମେ ତା’ଠାରୁ କ୍ଷମା ମାଗିନିଅ । ବାରମ୍ବାର କ୍ଷମା ମାଗି ଯେ ‘ମୁଁ ଯେଉଁଯେଉଁ ଦୋଷ କରିଥିବି, ସେସବୁର କ୍ଷମା ମାଗୁଛି ।” କୌଣସି ବି ଭଗବାନଙ୍କ ସାକ୍ଷୀରେ, ତେବେ ସବୁ ନିଃଶେଷ ହୋଇଯିବ ।