SearchBrowseAboutContactDonate
Page Preview
Page 43
Loading...
Download File
Download File
Page Text
________________ ୩୧ ପ୍ରତିକ୍ରମଣ ଏମିତିରେ କ’ଣ ଖାଇବା ପାଟିକୁ ଚାଲିଯିବ ! ! ଏପରି ଇଚ୍ଛା ରଖିଲେ କିପରି ଚଳିବ ? ପ୍ରୟାସ ତ କରିବା ଉଚିତ ନା ! ମଣିଷ ଦ୍ବାରା ଦୋଷ ହେବା ସ୍ବାଭାବିକ ଅଟେ । ସେଥିରୁ ବିମୁକ୍ତ ହେବାର ରାସ୍ତା କ’ଣ ? କେବଳ ‘ଜ୍ଞାନୀପୁରୁଷ’ ହିଁ ସେ ରାସ୍ତା ଦେଖାନ୍ତି, ‘ପ୍ରତିକ୍ରମଣ’ । ଭିତରେ ଆପେ ଆପେ ପ୍ରତିକ୍ରମଣ ହୋଇଚାଲେ । ଲୋକେ କୁହନ୍ତି, “ ଆପେ ଆପେ ପ୍ରତିକ୍ରମଣ ହୋଇଯାଏ ?' ମୁଁ କହିଲି, “ହଁ, ତେବେ କିଭଳି ମେଶିନ ମୁଁ ଲଗାଇ ଦେଇଥିବି ? ଯାହାଦ୍ବାରା ପ୍ରତିକ୍ରମଣ ଆରମ୍ଭ ହୋଇଯାଏ ।’ ଯେପର୍ଯ୍ୟନ୍ତ ତୋ ଉଦ୍ଦେଶ୍ୟ ଠିକ ଅଛି, ସେପର୍ଯ୍ୟନ୍ତ ସବୁ ପ୍ରସ୍ତୁତ ରହେ । ପ୍ରଶ୍ନକର୍ତ୍ତା : ଏହା ସତ୍ୟ ଅଟେ ଦାଦାଜୀ, ପ୍ରତିକ୍ରମଣ ସହଜ ରୂପରେ ହୋଇ ଚାଲିଥାଏ ଆଉ ଅନ୍ୟଟି, ଏ ବିଜ୍ଞାନ ଏପରି ଅଟେ ଯେ ତିଳେମାତ୍ର ବି ଫ୍ରେଷ ହୁଏ ନାହିଁ । | ପ୍ରଶ୍ନକର୍ତ୍ତା : ଏ ଭାଇ କହନ୍ତି ଯେ ମୋ ଭଳିଙ୍କ ଦ୍ଵାରା ପ୍ରତିକ୍ରମଣ ହୋଇପାରେ ନାହିଁ, ତାହା କ’ଣ କୁହାଯିବ ? । ଦାଦାଶ୍ରୀ : ତାହା ତ ଭିତରେ ହୋଇଯାଉଥିବ କିନ୍ତୁ ଧାନ ରହୁନାହିଁ । ଅତଃ ଯଦି କେବଳ ଥରେ କହିଲ ଯେ “ମୋ ଦ୍ଵାରା ହେଉନାହିଁ’, ତେବେ ପୁଣି ବନ୍ଦ ହୋଇଯିବ । ସେ ମେଶିନ ବନ୍ଦ ହୋଇଯିବ । ଯେପରି ଭଜନା ସେପରି ଭକ୍ତି । ତାହା ତ ଭିତରେ ହୋଇଚାଲିଥାଏ । କିଛି ସମୟ ପରେ ହେବ । । ପ୍ରଶ୍ନକର୍ତ୍ତା : ମୋ ଦ୍ଵାରା କାହାକୁ ଯଦି ଦୁଃଖ ହୋଇଯାଏ ତେବେ ତାହା ମୋତେ ଭଲ ଲାଗେ ନାହିଁ । ବାସ୍ କେବଳ ଏତିକି ରହେ । ପୁଣି ଆଗକୁ ବଢ଼େ ନାହିଁ, ପ୍ରତିକ୍ରମଣ ଭଳି ହେଉନାହିଁ । । ଦାଦାଶ୍ରୀ : ତାହା ତ ଭିତରେ ଏପରି ମେଶିନ ରଖ୍ ଦେଇଛି, ଆମେ ଯେପରି କହିବା, ସେପରି ସେ ଚାଲିବ ! ଯେପରି ଭଜିବ ସେହିପରି ହୋଇଯିବ । ତୁମେ ଯଦି କହିବ ଯେ, “ମୋ ଦ୍ଵାରା ଏପରି ହୋଇପାରୁନାହିଁ’ ତେବେ ସେହିପରି ହେବ । ତୁମେ ଯଦି କହିବ, “ଏତେ ସାରା ପ୍ରତିକ୍ରମଣ ହେଉଛି ଯେ ମୁଁ ଥକି ଯାଉଛି । ତେବେ ଭିତରେ ସେ ଥକି ଯିବ । ଅତଃ ପ୍ରତିକ୍ରମଣ କରିବାବାଲା କରୁଅଛି, ତୁ ମାଡ଼ିଚାଲ ନା ଆଗକୁ । ପାଞ୍ଚଶହ-ପାଞ୍ଚଶହ ପ୍ରତିକ୍ରମଣ ହୋଇଚାଲିଥାଏ । ତୁ କହିଚାଲ ଯେ “ମୋ ଦ୍ଵାରା ପ୍ରତିକ୍ରମଣ ହେଉଛି ।”
SR No.034321
Book TitlePratikraman Abr Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages112
LanguageOriya
ClassificationBook_Other
File Size44 MB
Copyright © Jain Education International. All rights reserved. | Privacy Policy