________________
୩୧
ପ୍ରତିକ୍ରମଣ ଏମିତିରେ କ’ଣ ଖାଇବା ପାଟିକୁ ଚାଲିଯିବ ! ! ଏପରି ଇଚ୍ଛା ରଖିଲେ କିପରି ଚଳିବ ? ପ୍ରୟାସ ତ କରିବା ଉଚିତ ନା !
ମଣିଷ ଦ୍ବାରା ଦୋଷ ହେବା ସ୍ବାଭାବିକ ଅଟେ । ସେଥିରୁ ବିମୁକ୍ତ ହେବାର ରାସ୍ତା କ’ଣ ? କେବଳ ‘ଜ୍ଞାନୀପୁରୁଷ’ ହିଁ ସେ ରାସ୍ତା ଦେଖାନ୍ତି, ‘ପ୍ରତିକ୍ରମଣ’ ।
ଭିତରେ ଆପେ ଆପେ ପ୍ରତିକ୍ରମଣ ହୋଇଚାଲେ । ଲୋକେ କୁହନ୍ତି, “ ଆପେ ଆପେ ପ୍ରତିକ୍ରମଣ ହୋଇଯାଏ ?' ମୁଁ କହିଲି, “ହଁ, ତେବେ କିଭଳି ମେଶିନ ମୁଁ ଲଗାଇ
ଦେଇଥିବି ? ଯାହାଦ୍ବାରା ପ୍ରତିକ୍ରମଣ ଆରମ୍ଭ ହୋଇଯାଏ ।’ ଯେପର୍ଯ୍ୟନ୍ତ ତୋ ଉଦ୍ଦେଶ୍ୟ ଠିକ ଅଛି, ସେପର୍ଯ୍ୟନ୍ତ ସବୁ ପ୍ରସ୍ତୁତ ରହେ ।
ପ୍ରଶ୍ନକର୍ତ୍ତା : ଏହା ସତ୍ୟ ଅଟେ ଦାଦାଜୀ, ପ୍ରତିକ୍ରମଣ ସହଜ ରୂପରେ ହୋଇ ଚାଲିଥାଏ ଆଉ ଅନ୍ୟଟି, ଏ ବିଜ୍ଞାନ ଏପରି ଅଟେ ଯେ ତିଳେମାତ୍ର ବି ଫ୍ରେଷ ହୁଏ ନାହିଁ ।
| ପ୍ରଶ୍ନକର୍ତ୍ତା : ଏ ଭାଇ କହନ୍ତି ଯେ ମୋ ଭଳିଙ୍କ ଦ୍ଵାରା ପ୍ରତିକ୍ରମଣ ହୋଇପାରେ ନାହିଁ, ତାହା କ’ଣ କୁହାଯିବ ? । ଦାଦାଶ୍ରୀ : ତାହା ତ ଭିତରେ ହୋଇଯାଉଥିବ କିନ୍ତୁ ଧାନ ରହୁନାହିଁ । ଅତଃ ଯଦି କେବଳ ଥରେ କହିଲ ଯେ “ମୋ ଦ୍ଵାରା ହେଉନାହିଁ’, ତେବେ ପୁଣି ବନ୍ଦ ହୋଇଯିବ । ସେ ମେଶିନ ବନ୍ଦ ହୋଇଯିବ । ଯେପରି ଭଜନା ସେପରି ଭକ୍ତି । ତାହା ତ ଭିତରେ ହୋଇଚାଲିଥାଏ । କିଛି ସମୟ ପରେ ହେବ ।
। ପ୍ରଶ୍ନକର୍ତ୍ତା : ମୋ ଦ୍ଵାରା କାହାକୁ ଯଦି ଦୁଃଖ ହୋଇଯାଏ ତେବେ ତାହା ମୋତେ ଭଲ ଲାଗେ ନାହିଁ । ବାସ୍ କେବଳ ଏତିକି ରହେ । ପୁଣି ଆଗକୁ ବଢ଼େ ନାହିଁ, ପ୍ରତିକ୍ରମଣ ଭଳି ହେଉନାହିଁ ।
। ଦାଦାଶ୍ରୀ : ତାହା ତ ଭିତରେ ଏପରି ମେଶିନ ରଖ୍ ଦେଇଛି, ଆମେ ଯେପରି କହିବା, ସେପରି ସେ ଚାଲିବ ! ଯେପରି ଭଜିବ ସେହିପରି ହୋଇଯିବ । ତୁମେ ଯଦି କହିବ ଯେ, “ମୋ ଦ୍ଵାରା ଏପରି ହୋଇପାରୁନାହିଁ’ ତେବେ ସେହିପରି ହେବ । ତୁମେ ଯଦି କହିବ, “ଏତେ ସାରା ପ୍ରତିକ୍ରମଣ ହେଉଛି ଯେ ମୁଁ ଥକି ଯାଉଛି । ତେବେ ଭିତରେ ସେ ଥକି ଯିବ । ଅତଃ ପ୍ରତିକ୍ରମଣ କରିବାବାଲା କରୁଅଛି, ତୁ ମାଡ଼ିଚାଲ ନା ଆଗକୁ । ପାଞ୍ଚଶହ-ପାଞ୍ଚଶହ ପ୍ରତିକ୍ରମଣ ହୋଇଚାଲିଥାଏ । ତୁ କହିଚାଲ ଯେ “ମୋ ଦ୍ଵାରା ପ୍ରତିକ୍ରମଣ ହେଉଛି ।”