________________
ପ୍ରତିକ୍ରମଣ
୨୯। ଅନ୍ୟର ଦୋଷ ଦେଖୁବାର ଅକାର ହିଁ ନାହିଁ । ସେଥିପାଇଁ ସେହି ଦୋଷର କ୍ଷମା, ପ୍ରତିକ୍ରମଣ କରିବ । ପରଦୋଷ ଦେବାର ଅଭ୍ୟାସ ତ ତା’କୁ ପ୍ରଥମରୁ ହିଁ ଥିଲା, ସେଥିରେ ନୂଆ କ’ଣ ? ସେ ଅଭ୍ୟାସ ଏକାଥରେ ଯିବ ନାହିଁ । ତାହା ତ ଏହି ପ୍ରତିକ୍ରମଣ ଦ୍ବାରା ଧୀରେ ଧୀରେ ଯିବ । ଯେଉଁଠି ଦୋଷ ଦିଶିଲା ସେଠି ପ୍ରତିକ୍ରମଣ କର, ଶୁଟ୍ ଅନ୍ ସାଇଟ !
| ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ ଯେପରି ହେବା କଥା, ସେପରି ଏବେ ମଧ୍ୟ ହେଉନାହିଁ ।
। ଦାଦାଶ୍ରୀ : କିଛି ବି କରିବାକୁ ଥିବ, ତେବେ ତାହାର ନିଶ୍ଚୟ କରିବାକୁ ପଡ଼େ ।
ପ୍ରଶ୍ନକର୍ତ୍ତା : ନିଶ୍ଚୟ କରିବା ଅର୍ଥାତ ସେଥିରେ କରିବାର ଅହଂକାର ଆସିଲା ନା ପୁଣି ? ତାହା କ’ଣ ? ଏହାକୁ ବୁଝାନ୍ତୁ । । ଦାଦାଶ୍ରୀ : କହିବା ପାଇଁ ଅଟେ, କେବଳ କହିବା ପାଇଁ ।
ପ୍ରଶ୍ନକର୍ତ୍ତା : ମହାମ୍ବାମାନଙ୍କ ମଧ୍ୟରୁ ଅନେକ ଏପରି ବୁଝନ୍ତି ଯେ ଆମକୁ କିଛି ବି କରିବାର ନାହିଁ, ନିଶ୍ଚୟ ବି କରିବାର ନାହିଁ ।
ଦାଦାତ୍ରୀ : ନା, ଯଦି ମୋତେ ପଚାରେ ତେବେ ମୁଁ ତା’କୁ କହିବି ଯେ ଏହି ନିଶ୍ଚୟ ଅର୍ଥାତ କ’ଣ ଯେ, ଡିସାଇଡେଡ଼ ରୂପରେ କରିବ । ଡିସାଇଡେଡ଼ ଅର୍ଥାତ କ’ଣ ? ଏହା ନୁହେଁ ଏବଂ ଏହା, ବାସ୍ । ଏପରି ନୁହେଁ, ଏପରି ହେବା ଉଚିତ ।
| ପ୍ରଶ୍ନକର୍ତ୍ତା : ଯେବେ ଭିତରେ ଉତ୍ପାତ ହୋଇଯାଏ, ସେତେବେଳେ ଶୁଟ୍ ଅନ୍ ସାଇଟ୍ ତାହାର ନିକାଲ କରିବା ଯଦି ନ ଆସେ, କିନ୍ତୁ ସନ୍ଧ୍ୟାରେ ଦଶ-ବାରଘଣ୍ଟା ପରେ ଯଦି ବିଚାର ଆସେ ଯେ, ଏହା ସବୁ ଭୁଲ ହୋଇଗଲା ତେବେ କ’ଣ ତାହାର ନିକାଲ୍ ହୋଇଯିବ ? ଡେରିରେ ହେବ ଯଦି ? |
। ଦାଦାଶ୍ରୀ : ହଁ, ଡେରିରେ ହେଉ ପଛେ କିନ୍ତୁ ତାହାର ପ୍ରତିକ୍ରମଣ କରିବା ଉଚିତ । ଭୁଲ ହୋଇଯିବା ପରେ ପ୍ରତିକ୍ରମଣ କରିବ ଯେ, “ହେ ଦାଦା ଭଗବାନ ! ମୋ ଦ୍ଵାରା ଭୁଲ ହୋଇଗଲା । ଏବେ ଆଉ ପୁଣି କରିବି ନାହିଁ ।”
। ତୁରନ୍ତ ନ ହୁଏ ତେବେ ଦୁଇଘଣ୍ଟା ପରେ କର । ଆରେ, ରାତିରେ କର, ରାତିରେ ମନେ ପକାଇ କର । କ’ଣ ରାତିରେ ମନେ ପକାଇ କରିହେବ ନାହିଁ ଯେ ଆଜି କାହା ସହ ଘର୍ଷଣରେ ଆସିଲେ ? ରାତିରେ ଏପରି ହୋଇପାରିବ ନାହିଁ ? ଆରେ,