________________
୨୩
ପ୍ରତିକ୍ରମଣ ରୂପରେ ପ୍ରତିକ୍ରମଣ କରିବାର ଶକ୍ତି ଦିଅନ୍ତୁ ।’ ସବୁ ଶକ୍ତି ମାଗିକରି ନେବ । ମୋ ପାଖରେ ତ ତୁମେ ମାଗି ମାଗି ଥକିଯିବ ଏତେ ଶକ୍ତି ଅଛି ।
| ୬. ରହେ ଫୁଲ, ଯାଏ କଣ୍ଟା... । ପ୍ରକୃତି କ୍ରମଣରୁ ସୃଷ୍ଟି ହୋଇଯାଇଛି, କିନ୍ତୁ ଅତିକ୍ରମଣରୁ ବଢ଼େ, ଶାଖାପ୍ରଶାଖା ସବୁକିଛି ! ଏବଂ ପ୍ରତିକ୍ରମଣ ଦ୍ବାରା ଯେତିକି ବଢ଼ିଥାଏ ସବୁ କମ ହୋଇଯାଏ । ଏଣୁ ତା’କୁ ଜାଗୃତି ଆସେ । । ଅର୍ଥାତ ମୁଁ କ’ଣ କହିବାକୁ ଚାହୁଁଛି ଯେ ଯଦି ତୁମେ କେଉଁ ଜାଗାକୁ ଦର୍ଶନ କରିବା ପାଇଁ ଯାଇଥିବ, ଏବଂ ସେ ଏପରି ଲାଗେ ଯେ ମୁଁ ଭାବିଥିଲି ହୋଇଥିବେ ଜ୍ଞାନୀ ଆଉ ଇଏ ତ ବାହାରିଲେ ଢୋଙ୍ଗୀ ! ଏବେ ତୁମେ ସେଠାକୁ ଗଲ ତାହା ତ ପ୍ରାରବ୍ଧର ଖେଳ ଅଟେ, ଆଉ ସେଠାରେ ତାଙ୍କ ପାଇଁ ମନରେ ଯେଉଁ ଖରାପ ଭାବ ହେଲା ଯେ ‘
ଆ ରେ , ଏଭଳି ଅଯୋଗ୍ୟଙ୍କ ପାଖକୁ କାହିଁକି ଆସିଲି ? ସେହି ନେଗେଟିଭ ପୁରୁଷାର୍ଥ ତୁମ ଭିତରେ ହୋଇଛି, ତାହାର ଫଳ ତୁମକୁ ଭୋଗିବାକୁ ପଡ଼ିବ । ତାଙ୍କୁ ଅଯୋଗ୍ୟ କହିବାର ଫଳ ତୁମକୁ ଭୋଗିବାକୁ ପଡ଼ିବ, ପାପ ଭୋଗିବାକୁ ପଡ଼ିବ । ଏବଂ ବିଚାର ଆସିବା ସ୍ବାଭାବିକ ଅଟେ, କିନ୍ତୁ ତୁରନ୍ତ ଭିତରେ କ’ଣ କରିବା ଉଚିତ ପୁଣି? ନା, “ଆରେରେ, ମୋତେ କ’ଣ ପାଇଁ ଏପରି ଦୋଷ କରିବା ଉଚିତ ?” ଏହିପରି ତୁରନ୍ତ, ଠିକ୍ ବିଚାର କରି, ତୁମକୁ ସଫା କରିଦେବା ଉଚିତ ।
। ହଁ, ମହାବୀର ଭଗବାନଙ୍କୁ ସ୍ମରଣ କରି ଅଥବା କାହାକୁ ବି ସ୍ମରଣ କରି, ଦାଦା ଭଗବାନଙ୍କୁ ସ୍ମରଣ କରି ପ୍ରତିକ୍ରମଣ କରିନେବା ଉଚିତ ଯେ, “ ଆ ରେ ! ସେ ଯେମିତି ବି ହେଉ, ମୋ ହାତରେ କାହିଁକି ଓଲଟା ହେଲା ?” ଭଲକୁ ଭଲ କହିବାରେ ଦୋଷ ନାହିଁ, କିନ୍ତୁ ଭଲକୁ ଖରାପ କହିବାରେ ଦୋଷ ଅଛି ଏବଂ ଖରାପକୁ ଖରାପ କହିବାରେ ମଧ୍ୟ ବହୁତ ଦୋଷ ଅଛି । ଭୟଙ୍କର ଦୋଷ ! କାହିଁକିନା ସେ ନିଜେ ଖରାପ ନୁହେଁ, ତା’ ପ୍ରାରବ୍ଧ ତାକୁ ଖରାପ ବନେଇଛି । ପ୍ରାରବ୍ଧ ମାନେ କ’ଣ ? ତା’ ସଂଯୋଗ ତା’କୁ ଖରାପ ବନେଇଲା, ସେଥିରେ ତା’ର କ’ଣ ଦୋଷ ?
। ଏପଟେ ସବୁ ସ୍ତ୍ରୀମାନେ ଯାଉଥିବେ, ସେତେବେଳେ କେହି ଆମକୁ କହେ ଯେ, “ଦେଖ ସେ ବେଶ୍ୟ, ଏଠାକୁ ଆସିଛି, କେଉଁଠୁ ପଶି ଆସିଛି ?' ସେ ଏପରି କହିବ, ସେହି କାରଣରୁ ଆମେ ମଧ୍ୟ ତା’କୁ ବେଶ୍ୟ କହିଲେ, ତାହାର ଆମକୁ ଭୟଙ୍କର ଦୋଷ ଲାଗିବ । ସେ କୁହେ ଯେ ‘ସଂଯୋଗବଶତଃ ମୋର ଏହି ଦଶା