________________
୧୪
ପ୍ରତିକ୍ରମଣ । କପଡ଼ାରେ ଚାହା ଦାଗ ଲାଗିଲେ ତୁରନ୍ତ ତାହାକୁ ଧୋଇ ଦେଉଛି । ଏପରି କାହିଁକି ? । ପ୍ରଶ୍ନକର୍ତ୍ତା : ଦାଗ ଚାଲିଯାଉ, ସେଥିପାଇଁ ।
ଦାଦାଶ୍ରୀ : ସେହିପରି ଭିତରେ ଦାଗ ଲାଗିଲେ ତୁରନ୍ତ ଧୋଇଦେବା ଉଚିତ । ଏମାନେ ତୁରନ୍ତ ଧୋଇ ଦିଅନ୍ତି । କିଛି କଷାୟ ଉତ୍ପନ୍ନ ହେଲା, କିଛି ହେଲା ମାନେ ତୁରନ୍ତ ଧୋଇ ଦିଅନ୍ତି ତେବେ ସଫା ହିଁ ସଫା, ସୁନ୍ଦର ହିଁ ସୁନ୍ଦର । ତୁମେ ତ ବାର ମାସରେ ଗୋଟିଏ ଦିନ କରୁଛି, ସେହିଦିନ ସବୁ କପଡ଼ା ଭିଜେଇ ଦେଉଛି ? !
। ଆମ ପ୍ରତିକ୍ରମଣ ଶୁଟ୍ ଅନ୍ ସାଇଟ୍ ଅଟେ । ଅର୍ଥାତ ତୁମେ ଯେଉଁ କରୁଛି ତାହା ପ୍ରତିକ୍ରମଣ କୁହାଯାଏ ନାହିଁ । କାହିଁକିନା ତୁମର ଗୋଟିଏ ବି କପଡ଼ା ଧୋଇହୁଏ। ନାହିଁ ଆଉ ଆମର ତ ସବୁ ଧୋଇହୋଇ ସ୍ୱଚ୍ଛ ହୋଇଗଲା । ପ୍ରତିକ୍ରମଣ ତ ତାହାକୁ କୁହାଯିବ ଯେ ଯାହାଦ୍ବାରା କପଡ଼ା ଧୋଇହୋଇ ସ୍ୱଚ୍ଛ ହୋଇଯାଏ ।
ପ୍ରତିଦିନ ଗୋଟିଏ-ଗୋଟିଏ କରି କପଡ଼ା ଧୋଇବାକୁ ପଡ଼ିବ । ଯେବେକି ଜୈନ କ’ଣ କରନ୍ତି ? ଯେତେବେଳେ ବାର ମାସ ହୋଇଯାଏ, ସେତେବେଳେ ବାର ମାସର ସବୁ କପଡ଼ା ଏକ ସଙ୍ଗରେ ଧୁଅନ୍ତି ! ଭଗବାନଙ୍କ ଠାରେ ତ ଏପରି ଚଳେ ନାହିଁ । ଏମାନେ ବାରମାସରେ ଥରେ କପଡ଼ା ଭିଜାନ୍ତି ନା ନାହିଁ ? ଏହା ତ ଗୋଟିଏଗୋଟିଏ କରି ଧୋଇବାକୁ ପଡ଼ିବ । ପ୍ରତିଦିନ ପାଞ୍ଚଶହ-ପାଞ୍ଚଶହ କପଡ଼ା(ଦୋଷ) ଦିନସାରା ଧୁଆଯିବ ତେବେ କାମ ହେବ ।
ଯେତିକି ଦୋଷ ଦେଖାଯିବ, ସେତିକି କମ ହୋଇଚାଲିବ । ଏମାନଙ୍କୁ ପ୍ରତିଦିନ ପାଞ୍ଚଶହ ଦୋଷ ଦେଖାଯାଉଛି । ଅନ୍ୟମାନଙ୍କୁ ଦେଖାଯାଉନାହିଁ, ତାହାର କାରଣ କ’ଣ ? ଏବେ ଅପରିପକ୍ ଅଛି ସେତିକି, କ’ଣ ଦୋଷରହିତ ହୋଇଗଲା, ଯେ ଦେଖାଯାଉ ନାହିଁ ? !
। ଭଗବାନ ପ୍ରତିଦିନ (ନିଜ ଦୋଷର) ହିସାବ କିତାବ ଲେଖୁବା ପାଇଁ କହିଥିଲେ, ଏବେ ବାରମାସରେ ଥରେ ହିସାବ କିତାବ ଲେଖନ୍ତି । ଯେବେ ପୟୁଷଣ ଆସେ । ତେବେ । ଭଗବାନ କହିଥିଲେ ଯେ ପ୍ରକୃତ ବ୍ୟାପାରୀ ହୋଇଥିବ ତେବେ ପ୍ରତିଦିନ ଲେଖୁବ ଏବଂ ସନ୍ଧ୍ୟାରେ ହିସାବ ବାହାର କରିବ । ବାରମାସରେ ଥରେ ହିସାବ କିତାବ ଲେଖେ, ସେ ସମୟରେ ପୁଣି କ’ଣ ମନେ ଥିବ ? ସେ ସମୟରେ କେଉଁ ହିସାବ ମନେ ଥିବ ? ଭଗବାନ କହିଥିଲେ ଯେ ପ୍ରକୃତ ବ୍ୟାପାରୀ ହେବ ଏବଂ ଆଜିର ହିସାବ