________________
୧୧
ପ୍ରତିକ୍ରମଣ ପ୍ରଥମେ ତାହାର ଅର୍ଥ ବୁଝିବାକୁ ପଡ଼ିବ ଯେ ମୁଁ ଏ ପ୍ରତିକ୍ରମଣ କରୁଛି ! କାହାର ?
କେହି ମୋର ଅପମାନ କଲା ଅବା ମୁଁ କାହାର ଅପମାନ କଲି, ତାହାର ମୁଁ ପ୍ରତିକ୍ରମଣ କରୁଛି ।
ପ୍ରତିକ୍ରମଣ ଅର୍ଥାତ କଷାୟ ସବୁକୁ ନିଃଶେଷ କରିଦେବା ।
ଏ ଲୋକେ ବର୍ଷରେ ଥରେ ପ୍ରତିକ୍ରମଣ କରନ୍ତି, ସେତେବେଳେ ନୂଆ କପଡ଼ା ପିନ୍ଧି ଯାଆନ୍ତି । ପ୍ରତିକ୍ରମଣ ତାହା କ’ଣ ବାହାଘର ଅଟେ ନା କ’ଣ ? ପ୍ରତିକ୍ରମଣ କରିବା ଅର୍ଥାତ ବହୁତ ଗଭୀର ପଶ୍ଚାତାପ କରିବା ! ସେଠି ନୂଆ କପଡ଼ାର କି କାମ ? ! ସେଠି କ’ଣ ବାହାଘର ଅଛି ? ଉପରୁ ରାୟଶୀ ଏବଂ ଦେବଶୀ (ରାତି ସାରା ହୋଇଥିବା ଦୋଷର ପ୍ରତିକ୍ରମଣ ସକାଳେ ଏବଂ ଦିନସାରା ହୋଇଥିବା ଦୋଷର ପ୍ରତିକ୍ରମଣ ରାତିରେ କରିବା) । ସକାଳର ଖାଇବା ସନ୍ଧ୍ୟାକୁ ମନେ ରହୁନାହିଁ, ସେଠି ପ୍ରତିକ୍ରମଣ କିପରି କରିବେ ? !
। ବୀତରାଗ ଧର୍ମ କାହାକୁ କହନ୍ତି ଯେ ପ୍ରତିଦିନ ପାଞ୍ଚଶହ-ପାଞ୍ଚଶହ ପ୍ରତିକ୍ରମଣ କରେ । ଜୈନ ଧର୍ମ ତ ସବୁ ଜାଗାରେ ଅଛି କିନ୍ତୁ ବୀତରାଗ ଧର୍ମ ନାହିଁ । ବାର ମାସରେ ଥରେ ପ୍ରତିକ୍ରମଣ କରେ, ତା’କୁ ଜୈନ କିପରି କହିବା ? ତଥାପି ସମ୍ବତ୍ସରୀ( ବର୍ଷକୁ ଥରେ) ପ୍ରତିକ୍ରମଣ କରନ୍ତି, ସେଥିରେ ଅସୁବିଧା ନାହିଁ ।
ମୁଁ ଏପରି କହୁଛି, କିନ୍ତୁ ମୁଁ ତ କହିବା ପୂର୍ବରୁ ହିଁ ପ୍ରତିକ୍ରମଣ କରିନେଇ ଥାଏ I ତୁମେ ଏପରି କହିବ ନାହିଁ । ମୁଁ ଏତେ କଠୋର କହୁଛି, ଭୁଲ ବାହାର କରୁଛି, ତଥାପି ମୁଁ ନିନ୍ଦୋଷ ଦେଖୁଛି । କିନ୍ତୁ ଜଗତକୁ ବୁଝାଇବାକୁ ତ ପଡ଼ିବ ନା ? ଯଥାର୍ଥ, ପ୍ରକୃତ କଥା ତ ବୁଝାଇବାକୁ ପଡ଼ିବ ନା ? !
। ଆଜ୍ଞାନ, ତାହା ମୋକ୍ଷ ମାର୍ଗ ଅଟେ । ଆମ୍ବିଜ୍ଞାନ ପ୍ରାପ୍ତି ପରର ପ୍ରତିକ୍ରମଣ ମୋକ୍ଷମାର୍ଗ ଦେବ, ପରେ ସମସ୍ତ ସାଧନା ମୋକ୍ଷମାର୍ଗ ଦେବ ।
ପ୍ରଶ୍ନକର୍ତ୍ତା : ତେବେ ସେ ପ୍ରତିକ୍ରମଣ ତା’ର ଆମ୍ବିଜ୍ଞାନ ହେବାର କାରଣ ହୋଇପାରିବ ?
ଦାଦାତ୍ରୀ : ନା । ଏହି ପୁରୁଣାର ପ୍ରତିକ୍ରମଣ କରେ ଏବଂ ପୁଣି ମୋହର ନୂଆ ଅତିକ୍ରମଣ ସୃଷ୍ଟି ହୁଏ । ମୋହ ବନ୍ଦ ହୋଇନାହିଁ ନା ? ମୋହ ଅଛି ନା ? ଦର୍ଶନମୋହ, ଅର୍ଥାତ ପୁରୁଣା ସବୁ ପ୍ରତିକ୍ରମଣ କରିବାଦ୍ୱାରା ବିଲୟ ହୋଇଯିବେ କିନ୍ତୁ ନୂଆ ସୃଷ୍ଟି ହେବେ । ଯେତେବେଳେ ପ୍ରତିକ୍ରମଣ କରନ୍ତି, ସେହି ସମୟରେ ପୁଣ୍ୟ ବନ୍ଧନ ହୁଏ ।