________________
୬୦
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର କଳ୍ପାନ୍ତ ତ କାହାର ଗୋଟିକିଆ ପୁଅ ଥବ, ତା’ର ଅଚାନକ ମୃତ୍ୟୁ ହୋଇଯାଏ ସେହି ସ୍ଥିତିରେ କଳ୍ପାନ୍ତ ହୋଇପାରେ ।
ପ୍ରଶ୍ନକର୍ତ୍ତା : ଦାଦାଜୀଙ୍କର କେତେ ପିଲା ଥିଲେ ?
ଦାଦାଶ୍ରୀ : ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥଲା । ୧୯୨୮ରେ ପୁତ୍ର ଜନ୍ମ ହେଲା ସେତେବେଳେ ମୁଁ ମିତ୍ରମାନଙ୍କୁ ପେଡ଼ା ଖୁଆଇଥୁଲି । ପରେ ୧୯୩୧ରେ ଚାଲିଗଲା । ସେତେବେଳେ ମୁଁ ପୁଣି ସମସ୍ତଙ୍କୁ ପେଡ଼ା ଖୁଆଇଲି । ପ୍ରଥମେ ତ ସମସ୍ତେ ଏପରି ଭାବିଲେ ଯେ ଦ୍ଵିତୀୟ ପୁତ୍ର ଜନ୍ମିଥିବ, ସେଥିପାଇଁ ପେଡ଼ା ଖୁଆଉ ଥିବେ । ପେଡ଼ା ଖୁଆଇଲି ସେପର୍ଯ୍ୟନ୍ତ ମୁଁ ସ୍ପଷ୍ଟୀକରଣ ଦେଲି ନାହିଁ । ଖୁଆଇବା ପରେ ମୁଁ ସମସ୍ତଙ୍କୁ କହିଲି, ‘ସେ ‘ଗେସ୍ଟ’ ଆସିଥିଲେ ନା, ସେ ଗଲେ !’ ସେ ସମ୍ମାନପୂର୍ବକ ଆସିଥିଲେ, ତେବେ ଆମେ ତାଙ୍କୁ ସମ୍ମାନପୂର୍ବକ ବିଦା କରିବା । ସେଥିପାଇଁ ଏ ସମ୍ମାନ କଲି । ଏହା ଶୁଣି ସମସ୍ତେ ମୋତେ ଗାଳି କରିବାକୁ ଲାଗିଲେ । ଆରେ, ଗାଳି କର ନାହିଁ, ସମ୍ମାନପୂର୍ବକ ବିଦା କରିବା ଉଚିତ ।
ପରେ ‘ଝିଅ’ ଆସିଥିଲା । ତା’କୁ ବି ସମ୍ମାନପୂର୍ବକ ଡାକିଲି ଏବଂ ସମ୍ମାନପୂର୍ବକ ବିଦାକଲି । ଏହି ଦୁନିଆରେ ଯେଉଁମାନେ ଆସନ୍ତି, ସେମାନେ ସମସ୍ତେ ଯାଆନ୍ତି । ପରେ ତ ଆଉ କେହି ନାହିଁ, ମୁଁ ଏବଂ ହୀରାବା (ଦାଦାଜୀଙ୍କ ଧର୍ମପନ୍ଥୀ) ଦୁଇଜଣ ହିଁ
ଅଛୁ ।
ଜ୍ଞାନ ହେବା ପୂର୍ବରୁ ଦିନେ ହୀରାବା କହିଲେ, ‘ପିଲାମାନେ ମରିଗଲେ ଏବଂ ଏବେ ଆମର ପିଲା ନାହାନ୍ତି, କ’ଣ କରିବା ଆମେ ? ବୃଦ୍ଧାବସ୍ଥାରେ ଆମର ସେବା କିଏ କରିବ ?’ ତାଙ୍କୁ ଚିନ୍ତା ହେଲା ! ଚିନ୍ତା ହୁଏନି ? ସେତେବେଳେ ମୁଁ ତାଙ୍କୁ ବୁଝାଇଲି, ‘ ଆଜିକାଲିର ପିଲା ତୁମର ଦମ୍ ବାହାର କରିଦେବେ । ପିଲାମାନେ ମଦ ପିଇ ଆସିବେ, ସେତେବେଳେ ତୁମକୁ ଭଲ ଲାଗିବ ?’ ତେବେ ସେ କହିଲେ, ‘ନା, ତାହା ତ ଭଲ ଲାଗିବ ନାହିଁ ।’ ସେତେବେଳେ ମୁଁ କହିଲି, ‘ଏମାନେ ଆସିଥିଲେ ସେମାନେ ଗଲେ, ସେଥିପାଇଁ ମୁଁ ପେଡ଼ା ଖୁଆଇଲି।’ ତା’ପରେ ଯେବେ ତାଙ୍କୁ ଅନୁଭବ ହେଲା, ତେବେ ମୋତେ କହିବାକୁ ଲାଗିଲେ, ‘ସମସ୍ତଙ୍କ ପିଲା ବହୁତ ଦୁଃଖ ଦେଉଛନ୍ତି ।’ ମୁଁ କହିଲି ‘ମୁଁ ତ ପ୍ରଥମରୁ ହିଁ କହୁଥଲି, କିନ୍ତୁ ତୁମେ ମାନୁ ନଥିଲ ।’ ଯିଏ ଅନ୍ୟର ଅଟେ, ସେ କେବେ ନିଜର ହୋଇପାରିବ ? ଅଯଥାରେ ହାୟ-ହାୟ କରିବା । ଏହି ଦେହ ଯାହା ପର ଅଟେ, ସେହି ଦେହର ସେମାନେ ବନ୍ଧୁ– ବାନ୍ଧବ ! ଏହି ଦେହ ପର ଏବଂ ସେ ପରଦେହର ଏ ସବୁ ସମ୍ପତ୍ତି । କେବେ ନିଜର ହେଉଥିବ ?