________________
୫୨
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର । ଜଣେ ବାପ ନିଜ ପୁଅକୁ କହିଲା ଯେ, ‘ସବୁ ସମ୍ପରି ତୋତେ ଦେବି ।” ସେତେବେଳେ ସେ କହିଲା ଯେ, ତୁମ ସମ୍ପତ୍ତିରେ ମୁଁ ଆଶା ରଖୁନାହିଁ । ତାହାକୁ ତୁମେ ଯେଉଁଠି ଇଚ୍ଛା ଉପଯୋଗ କର । ଶେଷରେ ପ୍ରକୃତି ଯାହା ପରିଣାମ ଦେବ ତାହା ଅଲଗା କଥା । କିନ୍ତୁ ତା’ର ଏପରି ନିଶ୍ଚୟ, ନିଜ ଅଭିପ୍ରାୟ ଦେଇ ଦେଲା ନା ! ଏଣୁ ହୋଇଗଲା ସାର୍ଟିଫାଏଡ଼ ଏବଂ ଏବେ ମୌଜ-ସଉକ କିଛି ରହିଲା ନାହିଁ ।
| (୧୨) ମୋହର ମାଡ଼ରେ ମଲେ ଅନେକ ଥର
ପ୍ରଶ୍ନକର୍ତ୍ତା : ପିଲାମାନେ ବଡ଼ ହେବେ, ପରେ ନିଜର ରହିବେ କି ନାହିଁ କାହାକୁ ଜଣା ?
। ଦାଦାଶ୍ରୀ : ହଁ, ନିଜର କିଛି ରହେ ନାହିଁ । ଏହି ଶରୀର ମଧ୍ୟ ନିଜର ରହେ ନାହିଁ ତେବେ ! ଏହି ଶରୀର ମଧ୍ୟ ପରେ ଆମଠାରୁ ନେଇଯାନ୍ତି । କାରଣ ପର ଜିନିଷ ଆମ ପାଖରେ କେତେ ଦିନ ରହିବ ?
। ଛୋଟ ପିଲା ମୋହବଶତଃ ‘ପାପା, ପାପା’ କୁହେ, ତେବେ ପାପାଜୀ ବହୁତ ଖୁସି ହୋଇଯାଏ ଆଉ “ମମୀ, ମମୀ’ କୁହେ ତେବେ ମମୀ ବି ବହୁତ ଖୁସି ହୋଇ ଆକାଶରେ ଉଡ଼ିବାକୁ ଲାଗେ । ପାପାଜୀଙ୍କ ନିଶଟାଣେ ତଥାପି ପାପା କିଛି କୁହନ୍ତି ନାହିଁ । ଏ ଛୋଟ ପିଲାମାନେ ତ ବହୁତ କାମ କରନ୍ତି । ଯଦି ପାପା-ମନ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିବ, ତେବେ ସେ ପିଲା ହିଁ ମଧ୍ୟସ୍ଥି ରୂପରେ ସମାଧାନ କରେ । ଝଗଡ଼ା ତ ସବୁବେଳେ ହେଉଥାଏ ନା ! ପତି-ପତ୍ନୀଙ୍କ ମଧ୍ୟରେ ସେମିତିରେ ବି ‘ତୁତୁ, ମେ-ମେ’ ହୋଇଚାଲିଥାଏ, ସେତେବେଳେ ପୁଅ କିଭଳି ସମାଧାନ କରେ ? ସକାଳେ ସେ ଚା’ ପିଉ ନଥିବେ, ଟିକିଏ ରୁଷିଥିବେ, ତେବେ ସେ ସ୍ତ୍ରୀ ପିଲାକୁ କ’ଣ କହିବ ନା, ପୁଅ, ଯା, ପାପାଜୀଙ୍କୁ କହ, “ମୋ ମନ୍ତ୍ରୀ ଚାହା ପିଇବା ପାଇଁ ଡାକୁଛି, ପାପାଜୀ ଚାଲନ୍ତୁ ।’ ଏବେ ପୁଅ ପାପାଜୀଙ୍କ ପାଖକୁ ଯାଇ କହିଲା, “ପାପାଜୀ, ପାପାଜୀ’ ଏବଂ ଏତିକି ଶୁଣୁ ଶୁଣୁ ସବୁକିଛି ଭୁଲି ତୁରନ୍ତ ଚାହା ପିଇବା ପାଇଁ ଆସେ । ଏହିପରି ସବୁ ଚାଲେ । ପୁଅ ‘ପାପାଜୀ’ କହିଲା କି ଓହୋ ! କେ ଜାଣି କି ମନ୍ତ୍ର ଫୁଙ୍କିଲା । ଆରେ, ଏବେ ତ କହୁଥିଲୁ ଯେ ମୋତେ ଚାହା ପିଇବାର ନାହିଁ ! ଏପରି ଅଟେ ଏହି ଜଗତ ! । ଏହି ଦୁନିଆରେ କେହି କାହାର ପୁଅ ନୁହେଁ । ପୁରା ଦୁନିଆରେ ଏମିତି ପୁଅ ଖୋଜି ଆଣ ଯେ ଯିଏ ବାପ ସହ ତିନି ଘଣ୍ଟା ଝଗଡ଼ା କରିବ ଏବଂ ପରେ କୁହେ ଯେ, ‘ହେ ପୂଜ୍ୟ ପିତାଶ୍ରୀ, ଆପଣ ପଛେ ଯେତେ ବି ଗାଳି କରନ୍ତୁ ତଥାପି ଆପଣ ଆଉ ମୁଁ