SearchBrowseAboutContactDonate
Page Preview
Page 65
Loading...
Download File
Download File
Page Text
________________ ୪୮ । ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର ଡରେଇ ରଖୁବାର ଅର୍ଥ କ’ଣ ? ଗୋଟିଏ ଜନ୍ମରେ କିଛି ପରିବର୍ତ୍ତନ ହେବାର ନାହିଁ । ସେ ଝିଅମାନଙ୍କୁ ବିନା କାରଣରେ ଦୁଃଖ ପହଞ୍ଚାଅ ନାହିଁ, ପିଲାଙ୍କୁ ଦୁଃଖ ଦିଅ ନାହିଁ । ବାସ୍ ଏତିକି ନିଶ୍ଚୟ କୁହ ଯେ, “ଝିଅ ତୁ ବାହାରକୁ ଯାଉଛୁ କିନ୍ତୁ ଡେରି କରିବୁନି, ଆମେ ଖାଦାନୀ ଲୋକଙ୍କ ଭିତରେ ଯାଉଛି, ଆମକୁ ଏହା ଶୋଭା ଦିଏ ନାହିଁ, ଏଣୁ ବେଶୀ ଡେରି କରିବୁନି । ଏହିପରି ସବୁ କଥା ହେବ, ବୁଝାଇବ । କିନ୍ତୁ ଶଙ୍କା କରିବା ଠିକ୍ ହେବନାହିଁ ଯେ “କାହା ସହିତ ବୁଲୁଥିବ, କ’ଣ କରୁଥିବ ?? ଆଉ କେବେ ରାତି ବାରଟାରେ ଆସେ ତେବେ ମଧ୍ୟ ପରଦିନ କହିବ ଯେ, “ଝିଅ, ଏପରି ନହେବା ଉଚିତ ।’ ତା’କୁ ଯଦି ଘରୁ ବାହାର କରିଦେବା ତେବେ ସେ କାହା ପାଖକୁ ଯିବା । ତାହାର ଠିକଣା ନାହିଁ । ଫାଇଦା କେଉଁଥିରେ ? କମରୁ କମ କ୍ଷତି ହେଉ, ସେଥିରେ ଫାଇଦା ନା ? ଯେତେ କମ କ୍ଷତି ହେବ ତାହା ଲାଭଦାୟକ । ସେଥିପାଇଁ ମୁଁ ସମସ୍ତଙ୍କୁ କହିଛି ଯେ ‘ରାତି ଡେରିରେ ଆସନ୍ତି ତେବେ ମଧ୍ୟ ଝିଅମାନଙ୍କୁ ଘରକୁ ଆସିବାକୁ ଦେବ । ତାଙ୍କୁ ବାହାର କରିଦେବ ନାହିଁ ।” ନହେଲେ ଏମାନେ ତ ବାହାରୁ ହିଁ ବାହାର କରିଦେବେ, ଏମିତି ଗରମ ସ୍ୱଭାବର ଲୋକ ଅଟନ୍ତି ! କାଳ କିଭଳି ବିଚିତ୍ର ଅଟେ ! କେତେ ଦୁଃଖଦାୟୀ କାଳ ! ! ଆଉ ଉପରୁ ଏହା କଳିଯୁଗ ଅଟେ, ଏଣୁ ଘରେ ବସାଇ ତା’କୁ ବୁଝାଇବ । । ପ୍ରଶ୍ନକର୍ତ୍ତା : ଏବେ ସାମ୍ବାବାଲା କେହି ଆମ ଉପରେ ସଂଶୟ ରଖେ ତେବେ ତାହାର ନିରାକରଣ ନିଜେ କିପରି କରିବୁ ? । ଦାଦାଶ୍ରୀ : ସେ ସଂଶୟ ରଖୁଛି, ଏପରି ଭାବିବ ନାହିଁ, ଏଭଳି ଆମକୁ ଯେଉଁ ଜ୍ଞାନ ଅଛି, ସେ ଜ୍ଞାନ ଭୁଲେଇ ଦିଅ । | ପ୍ରଶ୍ନକର୍ତ୍ତା : ତା’କୁ ଆମ ଉପରେ ସଂଶୟ ହେଲା, ତେବେ ଆମକୁ ପଚାରିବା ଉଚିତ ଯେ କାହିଁକି ସଂଶୟ ହେଲା ? । ଦାଦାଶ୍ରୀ : ପଚାରିବାରେ ମଜା ନାହିଁ, ଏମିତି ପଚାରିବ ହିଁ ନାହିଁ । ଆମକୁ ତୁରନ୍ତ ବୁଝିନେବା ଉଚିତ ଯେ ନିଜର କିଛି ଦୋଷ ଅଛି, ନହେଲେ ତା’କୁ ଶଙ୍କା କାହିଁକି ହେଲା ? ‘ଯିଏ ଭୋଗେ ତା’ର ଭୁଲ’ ଏହି ବାକ୍ୟ ବୁଝିନେଲା ମାନେ ନିରାକରଣ ଆସିଗଲା । ଶଙ୍କା କରିବାବାଲା ଭୋଗୁଛି ନା ପୁଣି ଯାହା ଉପରେ ଶଙ୍କା ହେଉଛି, ସେ ଭୋଗୁଛି ? ଏହା ଦେଖିନେବ ।
SR No.034315
Book TitleGeneration Gap Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages118
LanguageOriya
ClassificationBook_Other
File Size48 MB
Copyright © Jain Education International. All rights reserved. | Privacy Policy