________________
୪୬
। ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ତ ନିଜ-ନିଜର ଅହଂକାର ଅଟେ । ଦେଖୁବା ଆସେ ନାହିଁ ତାହାର ଦୁଃଖ । ଦେଖୁ ଆସେ ତେବେ ଦୁଃଖ ହିଁ ନାହିଁ ! ମୋତେ ସାରା ସଂସାରରେ କାହାରି ସହ ମଧ୍ୟ ମତଭେଦ ହୁଏ ନାହିଁ । ମୋତେ ଦେଖୁବା ଆସେ ଯେ ଏହା ଗୋଲାପ ଅଟେ ନା ମଲ୍ଲୀ । ତାହା ଦୁଦୁରା ଅଟେ ନା ପିତା ଜହ୍ନି ଫୁଲ ଅଟେ, ଏମିତି ସମସ୍ତଙ୍କୁ ଚିହ୍ନି ନିଏ ।
। ପ୍ରକୃତିକୁ ଚିହ୍ନନ୍ତି ହିଁ ନାହିଁ ସେଥିପାଇଁ ମୁଁ ପୁସ୍ତକରେ ଲେଖୁଛି, “ଆଜି ଘର ବଗିଚା ହୋଇଗଲାଣି । ଏଣୁ କାମ କାଢ଼ି ନିଅ ଏହି ସମୟରେ ।” ଯିଏ ନିଜେ ‘ନୋବଲ’ (ଉଦାର) ହୋଇଥିବ ଆଉ ପୁଅ କସ ହୋଇଥିବ ତେବେ କହିବ, ‘ ମୋ ପୁଅ ବିଲକୁଲ କିସ ଅଟେ ।’ ତା’କୁ ସେ ମାରିପିଟି ‘ନୋବଲ ବନାଇବା ପାଇଁ ଚାହିଁଲେ ମଧ୍ୟ ହୋଇପାରିବ ନାହିଁ । ସେ ମାଲ ହିଁ ଅଲଗା । ଯେବେକି ମାତା-ପିତା ତାଙ୍କୁ ନିଜ ପରି ବନାଇବା ପାଇଁ ଚାହାନ୍ତି । ଆରେ ତା’କୁ ପ୍ରସ୍ତୁଟିତ ହେବାକୁ ଦିଅ, ତା’ ଶକ୍ତି କ’ଣ ଅଛି? ତାହା ବିକଶିତ ହେବାକୁ ଦିଅ । କାହାର ସ୍ୱଭାବ କିପରି, ତାହା ଦେଖିନେବାର ଅଛି । ଆରେ ଭାଇ, କ’ଣ ପାଇଁ ସେମାନଙ୍କ ସହ ଝଗଡ଼ା କରୁଛ ?
ଏହି ବଗିଚାକୁ ଚିହ୍ନିବା ଭଳି ଅଟେ । ‘ବଗିଚା’ କୁହେ ସେତେବେଳେ ଲୋକେ ବୁଝନ୍ତି ଏବଂ ପୁଣି ନିଜ ପିଲାକୁ ଚିହ୍ନନ୍ତି । ପ୍ରକୃତିକୁ ଚିହ୍ନ ! ଥରେ ପିଲାକୁ ଚିହ୍ନିନିଅ ଏବଂ ସେହି ଅନୁସାରେ ବ୍ୟବହାର କର । ତା’ର ପ୍ରକୃତିକୁ ଦେଖୁ ବ୍ୟବହାର କରିବା ତେବେ କ'ଣ ହେବ ? ମିତ୍ରର ପ୍ରକୃତିକୁ ‘ଏଡ଼ଜଷ୍ଟ’ ହେଉଛି ନା ନାହିଁ ? ଏହିପରି ପ୍ରକୃତିକୁ ଦେଖୁବାକୁ ପଡ଼େ, ପ୍ରକୃତିକୁ ଚିହ୍ନିବାକୁ ପଡ଼େ । ଚିହ୍ନିକରି ଚାଲିବା ତେବେ ଘରେ ଝଗଡ଼ା ହେବ ନାହିଁ । ଏଠି ତ ମାରି-ପିଟି ‘ମୋ ପରି ହୋ’, ଏପରି କୁହନ୍ତି । ସେଭଳି କିପରି ହୋଇ ପାରିବେ ?
। ସାରା ସଂସାର ଏଭଳି ବ୍ୟବହାର ଜ୍ଞାନର ସନ୍ଧାନରେ ଅଛି, ଏହା ଧର୍ମ ନୁହେଁ । ଏହି ଜ୍ଞାନ ସଂସାରରେ ରହିବାର ଉପଚାର ଅଟେ । ସଂସାରରେ ଏଡ଼ଜଷ୍ଟ ହେବାର ଉପାୟ ଅଟେ । ସ୍ତ୍ରୀ ସହ କିପରି ଏଡ଼ିଜଷ୍ଟମେଣ୍ଟ କରିବା, ପୁଅ ସହ କିପରି ଏଡ଼ଜଷ୍ଟମେଣ୍ଟ କରିବା, ତାହାର ଉପାୟ ଅଟେ ।
ଘରେ ପିଟ୍ ହୁଏ, ତେବେ ଏହି ବାଣୀର ଶବ୍ଦ ଏପରି ଯେ ସମସ୍ତଙ୍କ ଅସୁବିଧା ଦୂରେଇ ଯାଏ । ଏହି ବାଣୀ ଦ୍ବାରା ସବୁ ଭଲ ହୁଏ । ଯାହାଦ୍ଵାରା ଦୁଃଖ ଚାଲିଯାଏ, ଏପରି ବାଣୀ ଲୋକ ଖୋଜନ୍ତି । କାହିଁକିନା କେହି ଏପରି ଉପାୟ ହିଁ ବତାଇ ନାହାନ୍ତି ନା ! ସିଧା କାମରେ ଆସୁଥିବା ଏପରି ଉପାୟ ହିଁ ନାହିଁ ନା !