________________
୪୨
। ମାତା-ପିତା ଏବଂ ପିଲାଙ୍କ ବ୍ୟବହାର କଣ କରିବ ?? କହିଲା ‘କ’ଣ କରିବି ? ଦୁଇ ପୁଅଙ୍କୁ ମୋତେ କିଛି କହିବାକୁ ପଡୁନାହିଁ ଆଉ ଏହି ତୃତୀୟ ପୁଅ କାରଣରୁ ମୋ ପୁରା ଜୀବନ ବରବାଦ ହେବାକୁ ଲାଗିଲାଣି ।’ ମୁଁ କହିଲି, ‘କ’ଣ କରୁଛି ତୁମ ପୁଅ ?’ ସେତେବେଳେ କହିଲା, “ରାତି ଦେଢ଼ଟାରେ ଆସୁଛି, ମଦ ପିଇ ଆସୁଛି ସେ।’ ମୁଁ ପଚାରିଲି, ‘ପୁଣି ତୁମେ କ’ଣ କରୁଛି ?” ତେବେ କହିଲା, “ମୁଁ ଦୂରରୁ ଦେଖେ ତା’କୁ, ଯଦି ମୋ ମୁହଁ ଦେଖାଇବି ତେବେ ଗାଳି ଦେଉଛି । ମୁଁ ଦୂରରେ ରହି ଝରକାରେ ଦେଖୁଥାଏ ଯେ କ’ଣ କରୁଛି ?” ମୁଁ କହିଲି, “ଦେଢ଼ଟାରେ ଘରକୁ ଆସିବା ପରେ କ’ଣ କରେ ?” ତେବେ କହିଲା, ‘ ଖାଇବା ପିଇବାର ତ କିଛି କଥା ହିଁ ନାହିଁ, ସେ ଆସିଲେ ତା’ର ବିଛଣା ବିଛେଇ
ଦେବାକୁ ପଡ଼େ । ଆସି ତୁରନ୍ତ ଶୋଇଯାଏ ଏବଂ ଘୁଙ୍ଗୁଡ଼ି ମାରିବାକୁ ଲାଗେ ।’ ଏହା ଉପରେ ମୁଁ କହିଲି, ‘ତେବେ ଚିନ୍ତା କିଏ କରୁଛି ?” ତେବେ କହିଲା, “ତାହା ତ ମୁଁ ହିଁ କରୁଛି ।”
। ପରେ କୁହେ, “ତାହାର ଏହି ହାଲ୍ ଦେଖୁ ମୋତେ ତ ରାତିସାରା ନିଦ ଆସୁନାହିଁ ।” ମୁଁ କହିଲି, 'ଏଥିରେ ଦୋଷ ତୁମର ଅଟେ, ସେ ତ ଆରାମରେ ଶୋଇ ଯାଉଛି । ନିଜ ଦୋଷ ନିଜେ ଭୋଗୁଛି । ପୂର୍ବଜନ୍ମରେ ତା’କୁ ମଦ ଅଭ୍ୟାସ କରାଇବାବାଲା ତୁ ହିଁ ଅଟୁ ।’ ତା’କୁ ଶିଖାଇକି ଖସିଗଲେ । କ’ଣ ପାଇଁ ଶିଖାଇଲେ ? ଲାଳସା ଯୋଗୁଁ । ଅର୍ଥାତ ପୂର୍ବଜନ୍ମରେ ତା’କୁ ବିଗାଡ଼ି ଥିଲେ, ଓଲଟା ରାସ୍ତାରେ ଚଢ଼ାଇଥିଲେ । ତାହା ଶିଖାଇବାର ଫଳ ଆସିଛି ଏବେ । ଏବେ ତାହାର ଫଳ ଭୋଗ । ଆରାମରେ ! ଯିଏ ‘ଭୋଗେ ତା’ର ଭୁଲ !’ ଦେଖ, ସେ ତ ଶୋଇଯାଉଛି ନା ଆରାମରେ ? ଆଉ ବାପ ସାରାରାତି ଚିନ୍ତା କରି କରି ଦେଢ଼ଟା ଯାଏଁ ଚେଇଁ ରୁହେ ଯେ କେବେ ଆସିବ, କିନ୍ତୁ ତା’କୁ କିଛି କହିପାରେ ନାହିଁ । ବାପ ଭୋଗେ, ଏଣୁ ଭୁଲ ବାପର ଅଟେ ।
। ବୋହୁ ଭାବେ ଯେ ଶ୍ବଶୁର ଅଲଗା ରୁମରେ ବସିଛନ୍ତି । ସେଥିପାଇଁ ସେ ଅନ୍ୟସହ କଥା ହୁଏ ଯେ ‘ଶ୍ବଶୁର ଟିକିଏ କମ ଅକଲ ଅଟନ୍ତି ।’ ଏବେ ସେହି ସମୟରେ ଆମେ ସେଠାରେ ଛିଡ଼ା ହୋଇଥିବା ତେବେ ଆମକୁ ତାହା ଶୁଣିବାକୁ ମିଳେ, ତେବେ ଆମକୁ ଭିତରେ ପ୍ରଭାବ ହୁଏ । ସେତେବେଳେ ସେଠାରେ କ’ଣ ହିସାବ ଲଗାଇବା ଉଚିତ ଯେ ଯଦି ଆମେ ଅନ୍ୟ ଜାଗାରେ ବସିଥାନ୍ତେ ତେବେ କ’ଣ ହୋଇଥାନ୍ତା ? ତେବେ କିଛି ପ୍ରଭାବ ପଡ଼ି ନଥାନ୍ତା । ଅର୍ଥାତ ଏଠାକୁ ଆସିଲେ, ସେହି ଭୁଲର ଏହି ପ୍ରଭାବ ଅଟେ ! ଆମେ ଏହି ଭୁଲକୁ ସୁଧାରି ନେବା, ଏପରି ବୁଝି ଯେ