________________
ସମର୍ପଣ ଅନାଦି କାଳୁ, ମା-ବାପା ପି ଲାଙ୍କ ବ୍ୟବହାର, ରାଗ-ଦ୍ଷର ବନ୍ଧନ ଏବଂ ମମତାର ପ୍ରହାର । ନା କହିପାରନ୍ତି, ନା ସହିପାରନ୍ତି, ଯିବେ ତ ଯିବେ କେଉଁଠି କାହାକୁ ପଚାରି ବ, କି ଏ ବତାଇବ ଉପାୟ ଏଠି ? ଫ ଶି ଥିଲେ ରାମ, ଦଶରଥ ଏବଂ ଶ୍ରେଣୀକ । ଶ୍ରବଣର ମୃତ୍ୟୁରେ ଶୁ ଭି ଥିଲା ଚିତ୍କାର ମା-ବାପାଙ୍କୁ । ବି ବାହ ପରେ ପଚାରେ ‘ ଗୁ ରୁ’ ପତ୍ନୀକୁ ବାରମ୍ବାର ଏହି ତ୍ରିକୋଣରେ କ’ଣ କରିବି, ବତାଅ ତାରଣହାର ! ଆଜି କା ପିଲା ଫଶି ଲେ ମା-ବାପାଙ୍କ ଯୋଗୁ ବଡ଼ ଅନ୍ତର ପଡି ଲା ‘ଜେନେରେଶନ୍ ଗ୍ୟାପ୍’ ଯୋଗୁ । ଅଛି ମୋକ୍ଷର ଧେୟ, କରି ବାକୁ ହେବ ସଂସାର ପାରି ନାଆ ଅଛି ମଝି ଧାରେ, କି ଏ ହେବ ନାଉରୀ ? ଏପର୍ଯ୍ୟନ୍ତର ଜ୍ଞାନୀମାନେ, ବତାଇଲେ ଏକମାତ୍ର ରାସ୍ତା ବୈରାଗ ସଂସାରୀ ପଡ଼ିଲେ ଚିନ୍ତାରେ, କେମିତି ହେବା ବୀତରାଗ ?
ଦେଖାଇଲେ ନାହିଁ କେହି ବି ସଂସାର ସହ ମୋକ୍ଷମାର୍ଗ କଳି କାଳର ଆଶ୍ଚର୍ଯ୍ୟ, ‘ ଦାଦା’ ଦେଲେ ଅକୁ ମମାର୍ଗ ! ସଂସାରରେ ରହି ମଧ୍ୟ, ହୋଇ ପାରି ବା ବୀତ ରାଗ ନିଜେ ଏପରି ହୋଇ ଦାଦା, ପ୍ରଜ୍ୱଳିତ କଲେ ଚି ରାଗ ।
ସେହି ଚି ରାଗ ର ପ୍ର କାଶରେ ମୋକ୍ଷ ପାଏ ମୁ ମୁକ୍ଷୁ ପ୍ରକୃତ ଖୋଜି ବାବାଲା ପାଏ ଏଠି, ନିଶ୍ଚିତ ଦିବ୍ୟଚକ୍ଷୁ ।
ସେହି ପ୍ର କାଶର କି ରଣ, ପ୍ର କାଶି ତ ଏହି ଗ୍ରନ୍ଥିରେ । ମାତା-ପିତା ପିଲାଙ୍କ ବ୍ୟବହାରର ସମାଧାନ ହୁଏ ଅଚିରେ । ଦୀପରୁ ଦୀପ ପ୍ରଜ୍ବଳିତ, ପ୍ରତ୍ୟେକଙ୍କ ଘଟ-ଘଟରେ ଜଗତକୁ ସମର୍ପିତ ଏହି ଗ୍ରନ୍ଥ, ପ୍ରାପ୍ତ କର ଏବେ ମୁଠିରେ ।