________________
୩୨
। ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଦେଖ ତ ଟିକିଏ ! ବର୍ଭମାନ ତ ବାପ ହିଁ ବେଡ଼ରୁମ ବନେଇ ଦିଏ, ‘ଡବଲ ବେଡ଼ କିଣି ଦେଇ ! ଏହାଦ୍ୱାରା ପିଲାମାନେ ବୁଝିଗଲେ ଯେ ଏହି ଦୁନିଆ ଏହିପରି ଚାଲେ ବୋଧହୁଏ । ତୁମକୁ ଜଣା ଅଛି ଯେ ଆଗରୁ ସ୍ତ୍ରୀ-ପୁରୁଷଙ୍କ ବିଛଣା ଅଲଗା ରୁମରେ ରହୁଥିଲା । ଜଣା ନାହିଁ ତୁମକୁ ? ସେସବୁ ମୁଁ ଦେଖୁଥିଲି । ତୁମେ ତୁମ ଜମାନାରେ ଡବଲ ବେଡ଼ ଦେଖୁଥିଲ ?
(୯) ମାତା-ପିତାଙ୍କ ଅଭିଯୋଗ ଜଣେ ଭାଇ ମୋତେ କୁହେ, ମୋ ପୁତୁରା ସବୁଦିନ ନଅଟାରେ ଉଠୁଛି । ଘରେ କିଛି କାମ କରୁନାହିଁ । ପୁଣି ଘରର ସବୁ ସଦସ୍ୟଙ୍କୁ ପଚାରିଲି ଯେ ସେ ଜଲ୍ଦୀ ଉଠୁନାହିଁ, ଏକଥା ତୁମ ସମସ୍ତଙ୍କୁ ପସନ୍ଦ ନାହିଁ ? ସେତେବେଳେ ସମସ୍ତେ କହିଲେ, ‘ଆମକୁ ପସନ୍ଦ ନାହିଁ, ତଥାପି ସେ ଜଦୀ ଉଠୁ ହିଁ ନାହିଁ ।” ମୁଁ ପଚାରିଲି, ‘ସୂର୍ଯ୍ୟନାରାୟଣ ଆସିବା ପରେ ଉଠୁଛି ନା ନାହିଁ ?” ତେବେ କହିଲେ, “ତାହା ପରେ ବି ଏକ ଘଣ୍ଟା ପରେ ଉଠୁଛି ।” ଏହା ଉପରେ ମୁଁ କହିଲି ଯେ ‘ସୂର୍ଯ୍ୟନାରାୟଣଙ୍କର ବି ମର୍ଯ୍ୟାଦା ରଖୁନାହିଁ, ତେବେ ତ ବହୁତ ବଡ଼ ବ୍ୟକ୍ତି ହୋଇଥିବ ! ନହେଲେ ଲୋକେ ସୂର୍ଯ୍ୟନାରାୟଣଙ୍କ ଆସିବା ପୂର୍ବରୁ ସବୁ ଉଠି ଯାଆନ୍ତି, କିନ୍ତୁ ଏ ତ ସୂର୍ଯ୍ୟନାରାୟଣଙ୍କର ବି ଖାତିର କରୁନାହିଁ ।’ ପୁଣି ସେମାନେ କହିଲେ, ଆପଣ ତା’କୁ ଟିକିଏ ଗାଳି କରନ୍ତୁ । ମୁଁ କହିଲି, ‘ମୁଁ ଗାଳି କରିପାରିବି ନାହିଁ । ମୁଁ ଗାଳି କରିବା ପାଇଁ ଆସିନାହିଁ, ମୁଁ ବୁଝାଇବା ପାଇଁ ଆସିଛି । ମୋର ଗାଳି କରିବାର ବ୍ୟାପାର ହିଁ ନାହିଁ, ମୋର ବୁଝାଇବାର ବ୍ୟାପାର । ପରେ ସେ ପୁଅକୁ କହିଲି, ‘ଦର୍ଶନ କରିବେ ଏବଂ ସବୁଦିନ କହିବୁ ଯେ ଦାଦା ମୋତେ ଜଲଦୀ ଉଠିବା ପାଇଁ ଶକ୍ତି ଦିଅନ୍ତୁ ।” ଏତିକି ତା’ପାଖରୁ କରାଇବା ପରେ ଘରର ସବୁଲୋକଙ୍କୁ କହିଲି, ଏବେ ସେ ଚାହା ପିଇବା ସମୟରେ ବି ଯଦି ନ ଉଠେ ତେବେ ତା’କୁ ପଚାରିବ ଯେ, “ଭାଇ, ଏହା ଘୋଡ଼େଇ ଦେବି ତୋତେ ? ଜାଡ଼ର ଶୀତ, ଘୋଡ଼ାଇବାକୁ ଥିବ ତେବେ ଘୋଡ଼ାଇ ଦେବି । ଏହିପରି ଥଟ୍ଟାରେ ନୁହେଁ, କିନ୍ତୁ ସତରେ ତା’କୁ ଘୋଡ଼ାଇଦେବ । ଘରଲୋକେ ଏହିପରି କଲେ । ପରିଣାମ ସ୍ଵରୂପ କେବଳ ଛ’ ମାସରେ ସେ ଏତେ ଜଲଦୀ ଉଠିବାକୁ ଲାଗିଲା ଯେ ଘରର ସବୁଲୋକଙ୍କର ଅଭିଯୋଗ ଚାଲିଗଲା ।
। ପ୍ରଶ୍ନକର୍ତ୍ତା : ଆଜିର ପିଲାମାନେ ପଢ଼ିବା ଅପେକ୍ଷା ଖେଳିବାରେ ବେଶୀ ରୁଚି ରଖନ୍ତି, ସେମାନଙ୍କୁ ପାଠପଢ଼ା ଆଡ଼କୁ ନେଇଯିବା ପାଇଁ ସେମାନଙ୍କଠାରୁ କିପରି କାମ ଆଦାୟ କରାଯିବ, ଯାହାଦ୍ୱାରା ପିଲାମାନଙ୍କ ପ୍ରତି କ୍ଳେଶ ଉତ୍ପନ୍ନ ନ ହେବ ?